ଆଉ ୫୦ ବନ୍ଧକଙ୍କ ଜୀବନ ନେଲା ବିଏଲ୍ଏ, ପଣବନ୍ଦୀଙ୍କୁ ଉଦ୍ଧାର କରିବାକୁ ବୁଦ୍ଧି ପାଉନି ପାକିସ୍ତାନ
ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନରେ ଟ୍ରେନ୍ ଅପହରଣ କରିଥିବା ବଲୁଚ୍ ଲିବରେସନ ଆର୍ମି ଆହୁରି ୫୦ ଜଣ ବନ୍ଧକଙ୍କୁ ହତ୍ୟା କରିଛି । ପୂର୍ବରୁ ୫୦ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଥିବା ଖବର ଆସିଥିଲା ଏବଂ ଏବେ ଆହୁରି ୫୦ ଜଣଙ୍କ ହତ୍ୟା କରାଯାଇଥିବା ଖବର ଆସୁଛି । ଏପର୍ଯ୍ୟନ୍ତ ବଲୁଚ୍ ଲିବରେସନ୍ ଆର୍ମି (BLA) ୧୦୦ ଜଣ ବନ୍ଧକଙ୍କୁ ହତ୍ୟା କରିସାରିଛି । ତେବେ ଗତ ୧ ଘଣ୍ଟା ମଧ୍ୟରେ BLA ଏହି ୫୦ ଜଣ ପଣବନ୍ଦୀଙ୍କୁ ହତ୍ୟା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବଲୁଚିସ୍ତାନର ରାଷ୍ଟ୍ରୀୟ ଅଦାଲତ ଏହି ୫୦ ବନ୍ଧକଙ୍କୁ ଯୁଦ୍ଧ ଅପରାଧ, ଲୋକଙ୍କୁ ବଳପୂର୍ବକ ଗାୟବ କରିବା ଏବଂ ବଲୁଚିସ୍ତାନରେ ସମ୍ବଳ ଶୋଷଣ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲା ।ପୂର୍ବରୁ ମାର୍ଚ୍ଚ ୧୧ ରାତିରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣର ଜବାବରେ BLA ୧୦ ଜଣ ବନ୍ଦୀଙ୍କୁ ହତ୍ୟା କରିଥିଲା । ଆଜି BLA ଏବଂ ପାକିସ୍ତାନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ୧୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ମଧ୍ୟ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଯୋଗୁ ୩୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏପଟେ ଆଜିର ୫୦ ଜଣଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ଏବେ ୧୦୦ରେ ପହଞ୍ଚିଛି । ସେପଟେ ଏବେ ବି ପ୍ରାୟ ୧୫୦ ଜଣଙ୍କୁ ପଣବନ୍ଦୀ ରଖିଛି ବିଏଲଏ ।ଜାଫର୍ ଏକ୍ସପ୍ରେସ ଅପହରଣକୁ ୨୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ବଲୁଚ୍ ଆର୍ମି ପାକିସ୍ତାନ ସରକାରଙ୍କୁ
ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନରେ ଟ୍ରେନ୍ ଅପହରଣ କରିଥିବା ବଲୁଚ୍ ଲିବରେସନ ଆର୍ମି ଆହୁରି ୫୦ ଜଣ ବନ୍ଧକଙ୍କୁ ହତ୍ୟା କରିଛି । ପୂର୍ବରୁ ୫୦ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଥିବା ଖବର ଆସିଥିଲା ଏବଂ ଏବେ ଆହୁରି ୫୦ ଜଣଙ୍କ ହତ୍ୟା କରାଯାଇଥିବା ଖବର ଆସୁଛି । ଏପର୍ଯ୍ୟନ୍ତ ବଲୁଚ୍ ଲିବରେସନ୍ ଆର୍ମି (BLA) ୧୦୦ ଜଣ ବନ୍ଧକଙ୍କୁ ହତ୍ୟା କରିସାରିଛି ।
ତେବେ ଗତ ୧ ଘଣ୍ଟା ମଧ୍ୟରେ BLA ଏହି ୫୦ ଜଣ ପଣବନ୍ଦୀଙ୍କୁ ହତ୍ୟା କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବଲୁଚିସ୍ତାନର ରାଷ୍ଟ୍ରୀୟ ଅଦାଲତ ଏହି ୫୦ ବନ୍ଧକଙ୍କୁ ଯୁଦ୍ଧ ଅପରାଧ, ଲୋକଙ୍କୁ ବଳପୂର୍ବକ ଗାୟବ କରିବା ଏବଂ ବଲୁଚିସ୍ତାନରେ ସମ୍ବଳ ଶୋଷଣ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲା ।
ପୂର୍ବରୁ ମାର୍ଚ୍ଚ ୧୧ ରାତିରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣର ଜବାବରେ BLA ୧୦ ଜଣ ବନ୍ଦୀଙ୍କୁ ହତ୍ୟା କରିଥିଲା । ଆଜି BLA ଏବଂ ପାକିସ୍ତାନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ୧୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ମଧ୍ୟ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଯୋଗୁ ୩୦ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏପଟେ ଆଜିର ୫୦ ଜଣଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ଏବେ ୧୦୦ରେ ପହଞ୍ଚିଛି । ସେପଟେ ଏବେ ବି ପ୍ରାୟ ୧୫୦ ଜଣଙ୍କୁ ପଣବନ୍ଦୀ ରଖିଛି ବିଏଲଏ ।
ଜାଫର୍ ଏକ୍ସପ୍ରେସ ଅପହରଣକୁ ୨୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ବଲୁଚ୍ ଆର୍ମି ପାକିସ୍ତାନ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲା, ଯାହାର ଅର୍ଥ ହେଉଛି ପାକ୍ ସରକାରଙ୍କ ପାଖରେ ବନ୍ଧକଙ୍କ ଜୀବନ ବଞ୍ଚାଇବା ପାଇଁ ଆଉ ମାତ୍ର ୨୦ ଘଣ୍ଟା ଅଛି । ଯଦି ଏହି ସମୟ ମଧ୍ୟରେ ପାକିସ୍ତାନ ସରକାର BLA ସହିତ କୌଣସି ଚୁକ୍ତି ନକରନ୍ତି, ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ।
ପାକିସ୍ତାନ ସେନା ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ସବୁ ପ୍ରୟାସ କରୁଛି, କିନ୍ତୁ ଉଦ୍ଧାର କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । ରିପୋର୍ଟ ଅନୁସାରେ, BLA ଏହାର ଆତ୍ମଘାତୀ ଆକ୍ରମଣକାରୀଙ୍କୁ ବନ୍ଦୀଙ୍କ ମଧ୍ୟରେ ରଖିଛି । ବିସ୍ଫୋରଣକାରୀ ଆତ୍ମଘାତୀ ଜ୍ୟାକେଟ୍ ପିନ୍ଧିଛନ୍ତି, ଯାହା ଫଳରେ ସୁରକ୍ଷା ବାହିନୀ ପାଇଁ ବନ୍ଧକମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଛି ।