ବନ୍ଧୁକ ମୁନରେ ଡକାୟତି, ଘରେ ପଶି ନେଇଗଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା

ବୌଦ୍ଧ ୧୯।୧: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାର୍ଡୋଲ ଗ୍ରାମରେ ସଶସ୍ତ୍ର ଡ଼କାୟତି । ବନ୍ଧୁକ ମୁନରେ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ଗ୍ରାମର ମନୋରଞ୍ଜନ ସାହୁଙ୍କ ଘରେ ଲୁଟ୍ ହୋଇଛି । ନଗଦ ୮୫ ହଜାର ଟଙ୍କା ସହିତ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଥିବା ସୂଚନା । ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାର୍ଡୋଲ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାର୍ଡୋଲ ଗ୍ରାମର ମନୋରଞ୍ଜନ ସାହୁଙ୍କ ଘରକୁ ଗତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପଶିଥିଲେ । ସ୍ୱାମୀ-ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନାବାଳିକା ଝିଅଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ମାରିଦେବାକୁ ଧମକ ଦେଇଥିଲେ । ଘରର ବିଭିନ୍ନ ଆଲମାରୀ, ବାକ୍ସ ଓ ଘରେ ଥିବା ଟଙ୍କା ପଇସା ସବୁ ଲୁଟି ନେଇ ପଳାଇଥିଲେ । ଡକାୟତମାନେ ୮୫ ହଜାର ନଗଦ ଟଙ୍କା ସହ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି । ତେବେ ଡକାୟତ ମାନଙ୍କୁ ଗ୍ରାମବାସୀମାନେ ଅଟକାଇବାକୁ ଚେଷ୍ଟା କରିବାରୁ ବୋମାମାଡ କରି ସମସ୍ତେ ସେଠାରୁ ଫେରାର ମାରିଥିଲେ । ଡକାୟତମାନଙ୍କ ମାଡରେ ମନୋରଞ୍ଜନ ସାହୁଙ୍କ ସହ ପତ୍ନୀ ସାବିତ୍ରୀ ସାହୁ, ଅନ୍ୟ ଜଣେ ଗ୍ରାମବାସୀ ନୀଳକଣ୍ଠ ପ୍ରଧାନ ଆହାତ ହୋଇ ମନମୁଣ୍ଡା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବ

ବନ୍ଧୁକ ମୁନରେ ଡକାୟତି, ଘରେ ପଶି ନେଇଗଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା

ବୌଦ୍ଧ ୧୯।୧: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାର୍ଡୋଲ ଗ୍ରାମରେ ସଶସ୍ତ୍ର ଡ଼କାୟତି । ବନ୍ଧୁକ ମୁନରେ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ଗ୍ରାମର ମନୋରଞ୍ଜନ ସାହୁଙ୍କ ଘରେ ଲୁଟ୍ ହୋଇଛି । ନଗଦ ୮୫ ହଜାର ଟଙ୍କା ସହିତ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଥିବା ସୂଚନା ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାର୍ଡୋଲ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାର୍ଡୋଲ ଗ୍ରାମର ମନୋରଞ୍ଜନ ସାହୁଙ୍କ ଘରକୁ ଗତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ପଶିଥିଲେ । ସ୍ୱାମୀ-ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନାବାଳିକା ଝିଅଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ମାରିଦେବାକୁ ଧମକ ଦେଇଥିଲେ । ଘରର ବିଭିନ୍ନ ଆଲମାରୀ, ବାକ୍ସ ଓ ଘରେ ଥିବା ଟଙ୍କା ପଇସା ସବୁ ଲୁଟି ନେଇ ପଳାଇଥିଲେ । ଡକାୟତମାନେ ୮୫ ହଜାର ନଗଦ ଟଙ୍କା ସହ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି ।

ତେବେ ଡକାୟତ ମାନଙ୍କୁ ଗ୍ରାମବାସୀମାନେ ଅଟକାଇବାକୁ ଚେଷ୍ଟା କରିବାରୁ ବୋମାମାଡ କରି ସମସ୍ତେ ସେଠାରୁ ଫେରାର ମାରିଥିଲେ । ଡକାୟତମାନଙ୍କ ମାଡରେ ମନୋରଞ୍ଜନ ସାହୁଙ୍କ ସହ ପତ୍ନୀ ସାବିତ୍ରୀ ସାହୁ, ଅନ୍ୟ ଜଣେ ଗ୍ରାମବାସୀ ନୀଳକଣ୍ଠ ପ୍ରଧାନ ଆହାତ ହୋଇ ମନମୁଣ୍ଡା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଏପର୍ଯ୍ୟନ୍ତ କୌଣସି ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ମନମୁଣ୍ଡା ପୋଲିସ । ସେପଟେ ତଦନ୍ତ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ଲୁଟେରାମାନେ ଗିରଫ ହେବେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

You Can Read :

https://www.prameyanews7.com/seven-street-dogs-have-been-poisoned-to-death-in-bhubaneswar/

The post ବନ୍ଧୁକ ମୁନରେ ଡକାୟତି, ଘରେ ପଶି ନେଇଗଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା appeared first on Prameya News7.