ଆଓ୍ବାମୀ ଲିଗ୍କୁ ବ୍ୟାନ୍ ଠିକ୍ ନୁହେଁ; ବାଂଲାଦେଶରେ ଶୀଘ୍ର ନିର୍ବାଚନ ହେବା ଉଚିତ୍-MEA
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସିଜ୍ଫାୟର ଲାଗୁ ହୋଇଛି । ସୀମାରେ ଧୀରେ ଧୀରେ ଶାନ୍ତି ଫେରିଛୁ । ଏହାରି ଭିତରେ ଆଜି ଭାରତୀୟ ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି କଡ଼ା ଚେତାବନୀ ଦେଇଛି । ବିଦେଶ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ପାକିସ୍ତାନ ପ୍ରଥମେ ପିଓକେ ଖାଲି କରୁ, ପରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଅନ୍ୟପଟେ ବାଂଲାଦେଶ ବର୍ତ୍ତମାନର ସ୍ଥିତିକୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆଓ୍ବାମୀ ଲିଗ୍କୁ ବ୍ୟାନ୍ କରିବା ଚିନ୍ତାଜନକ ବିଷୟ । ସେଠାରେ ଶୀଘ୍ର ନିର୍ବାଚନ ପ୍ରକ୍ରିୟା ହେବା ଦରକାର । ଆଓ୍ବାମୀ ଲିଗ୍କୁ ବ୍ୟାନ୍ ଚିନ୍ତାଜନକ:ବାଂଲାଦେଶକୁ ନେଇ ରଣଧୀନ ଜୈସ୍ବାଲ କହିଛନ୍ତି, ଉଚିତ୍ ପ୍ରକ୍ରିୟା ବିନା ଆଓ୍ବାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଇବା ଚିନ୍ତାଜନକ ବିଷୟ । ଭାରତ ଏକ ଲୋକତନ୍ତ୍ର ରାଷ୍ଟ୍ର ଭାବେ ସ୍ବାଭାବିକ ରୂପରେ ଲୋକତାନ୍ତ୍ରିକ ସ୍ବତନ୍ତ୍ରତାରେ ହ୍ରାସ ଓ ରାଜନୈତିକ ସ୍ଥାନକୁ ସଂକୋଚିତ କରିବା ଘଟଣାକୁ ନେଇ ବେଶ୍ ଚିନ୍ତିତ । ଆମେ ବାଂଲାଦେଶରେ ସ୍ବତନ୍ତ୍ର, ନିରପେକ୍ଷ ନିର୍ବାଚନ ଚାହୁଁଛୁ । ଯଥାଶୀଘ୍ର ପଡ଼ୋଶୀ ଦେଶରେ ନିର୍ବାଚନ ହେବା ଉଚିତ୍ ବୋଲି ଭାରତର ବିଦେଶ ମୁଖପାତ୍ର କହିଛନ୍ତି । ମୋହମ୍ମଦ ୟୁନିସ୍ ସରକାରଙ୍କ ନିଷ୍ପତ୍ତି:ସୂଚନା ଅନୁଯାୟୀ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧର
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସିଜ୍ଫାୟର ଲାଗୁ ହୋଇଛି । ସୀମାରେ ଧୀରେ ଧୀରେ ଶାନ୍ତି ଫେରିଛୁ । ଏହାରି ଭିତରେ ଆଜି ଭାରତୀୟ ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି କଡ଼ା ଚେତାବନୀ ଦେଇଛି । ବିଦେଶ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ପାକିସ୍ତାନ ପ୍ରଥମେ ପିଓକେ ଖାଲି କରୁ, ପରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଅନ୍ୟପଟେ ବାଂଲାଦେଶ ବର୍ତ୍ତମାନର ସ୍ଥିତିକୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆଓ୍ବାମୀ ଲିଗ୍କୁ ବ୍ୟାନ୍ କରିବା ଚିନ୍ତାଜନକ ବିଷୟ । ସେଠାରେ ଶୀଘ୍ର ନିର୍ବାଚନ ପ୍ରକ୍ରିୟା ହେବା ଦରକାର ।
ଆଓ୍ବାମୀ ଲିଗ୍କୁ ବ୍ୟାନ୍ ଚିନ୍ତାଜନକ:
ବାଂଲାଦେଶକୁ ନେଇ ରଣଧୀନ ଜୈସ୍ବାଲ କହିଛନ୍ତି, ଉଚିତ୍ ପ୍ରକ୍ରିୟା ବିନା ଆଓ୍ବାମୀ ଲିଗ୍ ଉପରେ ପ୍ରତିବନ୍ଧକ ଲଗାଇବା ଚିନ୍ତାଜନକ ବିଷୟ । ଭାରତ ଏକ ଲୋକତନ୍ତ୍ର ରାଷ୍ଟ୍ର ଭାବେ ସ୍ବାଭାବିକ ରୂପରେ ଲୋକତାନ୍ତ୍ରିକ ସ୍ବତନ୍ତ୍ରତାରେ ହ୍ରାସ ଓ ରାଜନୈତିକ ସ୍ଥାନକୁ ସଂକୋଚିତ କରିବା ଘଟଣାକୁ ନେଇ ବେଶ୍ ଚିନ୍ତିତ । ଆମେ ବାଂଲାଦେଶରେ ସ୍ବତନ୍ତ୍ର, ନିରପେକ୍ଷ ନିର୍ବାଚନ ଚାହୁଁଛୁ । ଯଥାଶୀଘ୍ର ପଡ଼ୋଶୀ ଦେଶରେ ନିର୍ବାଚନ ହେବା ଉଚିତ୍ ବୋଲି ଭାରତର ବିଦେଶ ମୁଖପାତ୍ର କହିଛନ୍ତି ।
ମୋହମ୍ମଦ ୟୁନିସ୍ ସରକାରଙ୍କ ନିଷ୍ପତ୍ତି:
ସୂଚନା ଅନୁଯାୟୀ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ସେଠାକାର ଅନ୍ତରୀଣ ସରକାର ଆକ୍ସନ ନେଇଛନ୍ତି । ୟୁନିସ୍ ସରକାର ଆଓ୍ବାମୀ ଲିଗ୍ ପାର୍ଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦ ବିରୋଧୀ ଆଇନ ଆଧାରରେ ହୋଇଛି ବୋଲି ଅନ୍ତରୀଣ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଆଓ୍ବାମୀ ଲିଗ୍ ଇତିହାସ:
ଆଓ୍ବାମୀ ଲିଗ୍ର ଇତିହାସ ଉପରେ ନଜର ପକାଇଲେ, ଏହାର ସ୍ଥାପନା ୧୯୪୯ ମସିହାରେ ହୋଇଥିଲା । ଏହାର ସଂସ୍ଥାପକ ଥିଲେ ମୌଲାନା ଅବଦୁଲ ହମିଦ ଖାନ୍ ଭାଶାନୀ, ଶମସୁଲ ହକ୍ ଏବଂ ହୁସେନ ଶାହିଦ ସୁହରାଓ୍ବର୍ଦି ସାମିଲ୍ ଥିଲେ । ଶେଖ୍ ମୁଜିବୁର ରେହମାନଙ୍କ ନେତୃତ୍ବ ନେବା ପରେ ଆଓ୍ବାମୀ ଲିଗ୍ ପାର୍ଟି ଲୋକପ୍ରିୟ ହୋଇଥିଲା । ସେ ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ନେତୃତ୍ବ ନେଇ ପାକିସ୍ତାନ ଠାରୁ ସ୍ବତନ୍ତ୍ର କରିଥିଲେ । ଏଥିରେ ତାଙ୍କର ଐତିହାସିକ ଭୂମିକା ରହିଥିଲା ।