ଉପରେ ମିଠା କଥା କହି, ଭାରତ ବିରୋଧରେ ବିଷ ବୁଣୁଛି ଚାଇନା

ନୂଆଦିଲ୍ଲୀ,୧୧।୭: ଚାଇନା ନିଜ ପ୍ରତୃତିରୁ ଆଦୌ ସୁଧୁରିବ ନାହିଁ। ପ୍ରଥମେ ମଧୁର କଥା କହୁଛି, କିନ୍ତୁ ହୃଦୟରେ ବିଷ ଛଡା ଆଉ କିଛି ନାହିଁ। ସୀମା ବିବାଦର ସମାଧାନ ପାଇଁ ସେ ଭାରତ ସହ ହାତ ମିଳାଇବା ବିଷୟରେ କହୁଉି, କିନ୍ତୁ ଭିତରେ ସେ ନିଜର ପ୍ରକୃତ ଶକ୍ତି ପ୍ରଦର୍ଶନ କରିଛି। ଭାରତର ବିକାଶ ଦେଖି ସହିପାରୁନି ଚାଇନା। ଏହି କାରଣରୁ ସେ ଆନ୍ଦୋଳିତ ହୋଇ ପୁଣିଥରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିଛନ୍ତି। ଚାଇନା ପୁଣିଥରେ ଭାରତୀୟ […] The post ଉପରେ ମିଠା କଥା କହି, ଭାରତ ବିରୋଧରେ ବିଷ ବୁଣୁଛି ଚାଇନା appeared first on Dharitri Odia News.

ଉପରେ ମିଠା କଥା କହି, ଭାରତ ବିରୋଧରେ ବିଷ ବୁଣୁଛି ଚାଇନା

ନୂଆଦିଲ୍ଲୀ,୧୧।୭: ଚାଇନା ନିଜ ପ୍ରତୃତିରୁ ଆଦୌ ସୁଧୁରିବ ନାହିଁ। ପ୍ରଥମେ ମଧୁର କଥା କହୁଛି, କିନ୍ତୁ ହୃଦୟରେ ବିଷ ଛଡା ଆଉ କିଛି ନାହିଁ। ସୀମା ବିବାଦର ସମାଧାନ ପାଇଁ ସେ ଭାରତ ସହ ହାତ ମିଳାଇବା ବିଷୟରେ କହୁଉି, କିନ୍ତୁ ଭିତରେ ସେ ନିଜର ପ୍ରକୃତ ଶକ୍ତି ପ୍ରଦର୍ଶନ କରିଛି। ଭାରତର ବିକାଶ ଦେଖି ସହିପାରୁନି ଚାଇନା। ଏହି କାରଣରୁ ସେ ଆନ୍ଦୋଳିତ ହୋଇ ପୁଣିଥରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିଛନ୍ତି। ଚାଇନା ପୁଣିଥରେ ଭାରତୀୟ ମାଟିରେ ନିଜର ଅଧିକାର ଜାହିର କରିଛି। ଚାଇନା ବିଷ ଉଗାଳି କହିଛି,ଅରୁଣାଚଳ ପ୍ରଦେଶ ସୀମାରେ କୌଣସି ବିକାଶମୂଳକ କାର୍ଯ୍ୟ କରିବାକୁ ଭାରତର କୌଣସି ଅଧିକାର ନାହିଁ।
ଚାଇନାର ବୈଦେଶିକ ମନ୍ତ୍ରଣାଳୟ କହିଛି, ଚାଇନା ‘ଦକ୍ଷିଣ ତିବ୍ଦତ’ ବୋଲି କହୁଥିବା ଅଞ୍ଚଳରେ ବିକାଶ କାର୍ଯ୍ୟ କରିବାକୁ ଭାରତର କୌଣସି ଅଧିକାର ନାହିଁ। ନିକଟରେ ଭାରତର ସୀମାନ୍ତ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଜଳ ବିଦ୍ୟ ପ୍ରକଳ୍ପକୁ ଶୀଘ୍ର ଅଗ୍ରଗତି କରିବାକୁ ଭାରତର ଯୋଜନା ଉଲ୍ଲେଖ କରାଯାଇଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି, ଦକ୍ଷିଣ ତିବ୍ଦତ ହେଉଛି ଚାଇନାର ଅଞ୍ଚଳ।

The post ଉପରେ ମିଠା କଥା କହି, ଭାରତ ବିରୋଧରେ ବିଷ ବୁଣୁଛି ଚାଇନା appeared first on Dharitri Odia News.