ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି
ଗତ ରବିବାର ପ୍ରଥମ ଥର ପାଇଁ ମାଲକାନଗିରି ଏୟାରଷ୍ଟ୍ରିପରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିଥିଲା।
ଆକାଶ ପଥ ସହ ଯୋଡ଼ି ହୋଇଛି ମାଲକାନଗିରି। ଲୋକାର୍ପିତ ହୋଇଛି ମାଲକାନଗିରି ଏୟାରପୋର୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଲୋକର୍ପଣ କରିଛନ୍ତି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଥିଲେ।
ନୂତନ ବିମାନବନ୍ଦରରେ ବିମାନସେବାର ଶୁଭାରମ୍ଭ ପରେ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବିପୂରଣ ହୋଇଛି । ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ନିର୍ମାଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ରବିବାର ପ୍ରଥମ ଥର ପାଇଁ ମାଲକାନଗିରି ଏୟାରଷ୍ଟ୍ରିପରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିଥିଲା। ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଅବତରଣ କରିଥିଲା ୭ଟି ସିଟ୍ ବିଶିଷ୍ଟ VT 100 ଏୟାରକ୍ରାଫ୍ଟ।