ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, ବାପା ଗୁରୁତର

ଝାରସୁଗୁଡ଼ା: ବଜ୍ରାଘାତ ନେଲା ଆଉ ଦୁଇ ଜୀବନ । ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ ! ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ । ଗତକାଲି ଝାରସୁଗୁଡ଼ା ସହର ଶିରିଆ ବଗିଚା ଅଞ୍ଚଳରେ ବଜ୍ରଘାତରେ ମା’ ଏବଂ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ପୁନମ ଦେବୀ (୩୫) ଓ ପୁଅ ଶିବରାଜ ଶାହ (୧୨) । ଏହି ଘଟଣାରେ ବାପା ବୀରବଲ ଶାହ(୪୫) ଗୁରୁତର ଅବସ୍ଥାରେ […] The post ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, ବାପା ଗୁରୁତର appeared first on KNews Odisha.

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, ବାପା ଗୁରୁତର
lightning

ଝାରସୁଗୁଡ଼ା: ବଜ୍ରାଘାତ ନେଲା ଆଉ ଦୁଇ ଜୀବନ । ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ ! ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ । ଗତକାଲି ଝାରସୁଗୁଡ଼ା ସହର ଶିରିଆ ବଗିଚା ଅଞ୍ଚଳରେ ବଜ୍ରଘାତରେ ମା’ ଏବଂ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ପୁନମ ଦେବୀ (୩୫) ଓ ପୁଅ ଶିବରାଜ ଶାହ (୧୨) । ଏହି ଘଟଣାରେ ବାପା ବୀରବଲ ଶାହ(୪୫) ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ପାଇ ଝାରସୁଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ବୀରବଲ ଏକ କମ୍ପାନିରେ କାମ କରନ୍ତି ଓ ସପରିବାର ଶିରିଆବଗିଚା ଅଞ୍ଚଳରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ବୀରବଲ ସ୍ତ୍ରୀ’ ଓ ପୁଅକୁ ନେଇ ବଜାର କରିବାକୁ ଘରୁ ବାହାରିଥିଲେ । କିନ୍ତୁ ହଠାତ୍ ବର୍ଷା ହେବାରୁ ସେମାନେ ରେଳ ଫାଟକ ନିକଟସ୍ଥ ଏକ ଜରିପାଲ ଟଣା ଅସ୍ଥାୟୀ ଦୋକାନ ନିକଟରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ପୁନମ ଓ ଶିବରାଜ ଟଳି ପଡ଼ିଥିବା ବେଳେ ବୀରବଲ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୁନମ ଓ ଶିବରାଜଙ୍କୁ ମୃତ ଘୋଷଣା କରିଥିଲେ ।

 

ଆହୁରି ପଢ଼ନ୍ତୁ:  ଡ୍ୟାମରେ ମାଛ ମାରିବାକୁ ଯାଇଥିବା ବେଳେ ଅଘଟଣ , ବଜ୍ରପାତରେ ଜଣେ ମୃତ, ୧ ଗୁରୁତର

The post ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, ବାପା ଗୁରୁତର appeared first on KNews Odisha.