ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ବାଳକ ଆହତ

ନୂଆପଡ଼ା,୧୬।୨ (ମକାରୁ ବେମାଲ): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଚୁଲାଭାଟ ପଞ୍ଚାୟତ ପଖାନପଦର ଗାଁରେ ଶୁକ୍ରବାର ସାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ନାବାଳକ ଆହତ ହୋଇଛନ୍ତି। ସେମାନେ ହେଲେ ପଖାପଦର ଗାଁର ଉଗ୍ରେ ମାଝି (୧୫), ଡମ୍ବରୁଧର ମାଝି (୧୧), ଗୌରବ ମାଝି (୧୩), ଝାକାର ମାଝି (୧୪) ଓ ସତ୍ୟ ମାଝି (୧୫)। ପ୍ରାପ୍ତ ସୂଚନା ଅନୁଯାୟୀ ଶୁକ୍ରବାର ସାରେ ଗାଁରେ ପିଲାମାନେ ଖେଳୁଥିବାବେଳେ ଆକାଶରୁ […] The post ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ବାଳକ ଆହତ appeared first on Dharitri Odia News.

ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ବାଳକ ଆହତ

ନୂଆପଡ଼ା,୧୬।୨ (ମକାରୁ ବେମାଲ): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଚୁଲାଭାଟ ପଞ୍ଚାୟତ ପଖାନପଦର ଗାଁରେ ଶୁକ୍ରବାର ସାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ନାବାଳକ ଆହତ ହୋଇଛନ୍ତି। ସେମାନେ ହେଲେ ପଖାପଦର ଗାଁର ଉଗ୍ରେ ମାଝି (୧୫), ଡମ୍ବରୁଧର ମାଝି (୧୧), ଗୌରବ ମାଝି (୧୩), ଝାକାର ମାଝି (୧୪) ଓ ସତ୍ୟ ମାଝି (୧୫)। ପ୍ରାପ୍ତ ସୂଚନା ଅନୁଯାୟୀ ଶୁକ୍ରବାର ସାରେ ଗାଁରେ ପିଲାମାନେ ଖେଳୁଥିବାବେଳେ ଆକାଶରୁ ଗୋଛାହୋଇ ବେଲୁନ ଖସୁଥିଲା। ଏହାକୁ ପାଇବା ଆଶାରେ ପିଲାମାନେ ଢେଲାପଥର ମାଡ଼ କରିଥିଲେ। ଫଳରେ ଭୂମିଠାରୁ ୫ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଲୁନ ବିସ୍ଫୋରଣ ହାଇଥିଲା। ଏଥିରେ ଆହତ ପିଲାମାନଙ୍କୁ ପରିବାର ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବିସ୍ଫୋରଣରେ ପିଲାମାନଙ୍କ ହାତ, ଦେହ ଓ ମୁହଁ ଶିଝିଯାଇଛି। ଧରମବନ୍ଧ ପୋଲିସ ଜିଲା ଚିକିତ୍ସାଳୟରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛି। ବେଲୁନରେ ଭର୍ତ୍ତି ହୋଇଥିବା ଗ୍ୟାସରୁ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିଏ ଓ କାହିଁକି ଗ୍ୟାସ ଭର୍ତ୍ତି ବେଲୁନ ଆକାଶରେ ଛାଡ଼ିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଅଞ୍ଚଳରେ ପ୍ରଥମଥର ଘଟିଥିବା ଏଭଳି ଘଟଣାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।

The post ଆକାଶରୁ ଖସୁଥିବା ବେଲୁନ ବିସ୍ଫୋରଣରେ ୫ ବାଳକ ଆହତ appeared first on Dharitri Odia News.