ଆକ୍ରମଣ ଘଟଣା ପରେ ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପ୍ରତିକ୍ରିୟା; ସାକ୍ଷାତାକାରରେ କହିଲେ ପୂରା ଘଟଣା

କନକ ବ୍ୟୁରୋ: ଜାନୁଆରୀ ୧୬ ମୁମ୍ବାଇ ଉଠିଥିଲା ପଡିଥିଲା ଯେତେବେଳେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଈଥିବା ଘଟଣା ନିଆଁ ବେଗରେ ବ୍ୟାପିଥିଲା । ପାଖାପାଖି ମାସକ ପରେ ପ୍ରଥମଥର ପାଇଁ ବୟାନ ଦେଇଛନ୍ତି ସୈଫ ଅଲ୍ଲୀ ଖାନ । ସେଦିନର ଘଟଣା ବାବଦର  ଟିକନିକ କଥା ଏକ ସାକ୍ଷାତାକାରରେ ପ୍ରକାଶ କରିଛନ୍ତି । ଏଥିସହ ସମାଲୋଚକଙ୍କୁ ମଧ୍ୟ ଜବାବ ଦେଇଛନ୍ତି ଅଭିନେତା ।  ଅଭିନତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା କେବଳ ବଲିଉଡରେ ନୁହେଁ ମୁମ୍ବାଇର ଏକ ଚର୍ଚ୍ଚିତ ଘଟଣା ପାଲଟିଥିଲା । ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାକୁ ମାସେ ପୂରିବାକୁ ଯାଉଛି । ଏହା ଭିତରେ ପ୍ରଥମ ଥର ପାଇଁ ସୈଫଙ୍କ ବୟାନ ସାମ୍ନାକୁ ଆସିଛି । ଆକ୍ରମଣ ରାତିର ଘଟଣା କହୁ କହୁ ଭାବବିହ୍ବଳ ମଧ୍ୟ ହୋଇଛନ୍ତି ଅଭିନେତା । କିଭଳି ଆକ୍ରମଣ କରିଥିଲା ଦୁବୁର୍ତ୍ତ? ଘଟଣା ସମୟରେ କିଏ କିଏ ଘରେ ଥିଲେ? କିଭଳି ଆକ୍ରମଣକାରୀକୁ ଏକାକୀ ମୁକାବିଲା କରିଥିଲେ? ସେହି ସବୁ କଥା ବମ୍ବେ ଟାଇମସକୁ ଦେଇଥିବା ସାକ୍ଷାତାକାରରେ ପ୍ରକାଣ କରିଛନ୍ତି ଅଭିନେତା । ଜାନୁଆରୀ ୧୬ରେ କରୀନା ଡିନର ପାଇଁ ବାହାରକୁ ଯାଇଥିବାବେଳେ ପୁଅ,ଘରୋଇ ସହାୟକଙ୍କ ସହ ଘରେ ଥିଲେ ସୈଫ । ପତ୍ନୀ ଫେରିବା ପରେ କିଛି ସମୟର କଥାବାର୍ତ୍ତା ପରେ ଶୋଇପଡିଥିଲେ । ହଠାତ ଜଣେ ଘରୋଇ ସହାୟକଙ୍କ ଚିତ୍କାର ଶୁଣି ବାହାରକୁ ଆସିବା ପରେ ପୁଅ ଜେହ ରୁମରେ ଜଣେ ମୁଖାପିନ୍ଧା ବ୍ୟକ୍ତିଙ୍କୁ ଦେଖିବାକୁ ପାଇ

ଆକ୍ରମଣ ଘଟଣା ପରେ ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପ୍ରତିକ୍ରିୟା; ସାକ୍ଷାତାକାରରେ କହିଲେ ପୂରା ଘଟଣା

କନକ ବ୍ୟୁରୋ: ଜାନୁଆରୀ ୧୬ ମୁମ୍ବାଇ ଉଠିଥିଲା ପଡିଥିଲା ଯେତେବେଳେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଈଥିବା ଘଟଣା ନିଆଁ ବେଗରେ ବ୍ୟାପିଥିଲା । ପାଖାପାଖି ମାସକ ପରେ ପ୍ରଥମଥର ପାଇଁ ବୟାନ ଦେଇଛନ୍ତି ସୈଫ ଅଲ୍ଲୀ ଖାନ । ସେଦିନର ଘଟଣା ବାବଦର  ଟିକନିକ କଥା ଏକ ସାକ୍ଷାତାକାରରେ ପ୍ରକାଶ କରିଛନ୍ତି । ଏଥିସହ ସମାଲୋଚକଙ୍କୁ ମଧ୍ୟ ଜବାବ ଦେଇଛନ୍ତି ଅଭିନେତା । 

ଅଭିନତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା କେବଳ ବଲିଉଡରେ ନୁହେଁ ମୁମ୍ବାଇର ଏକ ଚର୍ଚ୍ଚିତ ଘଟଣା ପାଲଟିଥିଲା । ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାକୁ ମାସେ ପୂରିବାକୁ ଯାଉଛି । ଏହା ଭିତରେ ପ୍ରଥମ ଥର ପାଇଁ ସୈଫଙ୍କ ବୟାନ ସାମ୍ନାକୁ ଆସିଛି । ଆକ୍ରମଣ ରାତିର ଘଟଣା କହୁ କହୁ ଭାବବିହ୍ବଳ ମଧ୍ୟ ହୋଇଛନ୍ତି ଅଭିନେତା । କିଭଳି ଆକ୍ରମଣ କରିଥିଲା ଦୁବୁର୍ତ୍ତ? ଘଟଣା ସମୟରେ କିଏ କିଏ ଘରେ ଥିଲେ? କିଭଳି ଆକ୍ରମଣକାରୀକୁ ଏକାକୀ ମୁକାବିଲା କରିଥିଲେ? ସେହି ସବୁ କଥା ବମ୍ବେ ଟାଇମସକୁ ଦେଇଥିବା ସାକ୍ଷାତାକାରରେ ପ୍ରକାଣ କରିଛନ୍ତି ଅଭିନେତା ।

ଜାନୁଆରୀ ୧୬ରେ କରୀନା ଡିନର ପାଇଁ ବାହାରକୁ ଯାଇଥିବାବେଳେ ପୁଅ,ଘରୋଇ ସହାୟକଙ୍କ ସହ ଘରେ ଥିଲେ ସୈଫ । ପତ୍ନୀ ଫେରିବା ପରେ କିଛି ସମୟର କଥାବାର୍ତ୍ତା ପରେ ଶୋଇପଡିଥିଲେ । ହଠାତ ଜଣେ ଘରୋଇ ସହାୟକଙ୍କ ଚିତ୍କାର ଶୁଣି ବାହାରକୁ ଆସିବା ପରେ ପୁଅ ଜେହ ରୁମରେ ଜଣେ ମୁଖାପିନ୍ଧା ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ । ଛୁରି ଧରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଚେଷ୍ଟା କରୁ କରୁ ଆହତ ହୋଇଥିଲେ । ସେଦିନ କିଭଳି ପରିବାରକୁ ରକ୍ଷା କରିଥିଲେ ସେହି ସମସ୍ତ କଥା ବଖାଣିଛନ୍ତି ସୈଫ । ରକ୍ତାତ ବାପାଙ୍କୁ ଦେଖି ତୈମୁର ବିଚଳିତ ହେବା ବଦଳରେ ଶାନ୍ତ ଥିଲେ ଆଉ ପଚାରିଥିଲେ ଆପଣ ମରିଯିବେ କି? ଏହାର ଜବାବ ଦେଇ ସୈଫ କହିଥିଲେ ନା ।

ଡାକ୍ତରଖାନାକୁ  ସାଥୀରେ  ଯିବା ପାଇଁ ତୈମୁର ଜିଦ ମଧ୍ୟ କରିଥିଲା ବୋଲି ପ୍ରକାଶ କରିଛନ୍ତି ସୈଫ । ଅଟୋ ରିକ୍ସାରେ ସୈଫ, ତୈମୁର ଓ ଜଣେ ଘରୋଇ ସହାୟକ ଡାକ୍ତରଖାନାରେ ପହଁଚିଥିଲେଏ । ତେବେ ୫ଦିନରେ କିଭଳି ସୁସ୍ଥ ହେଲେ ଏନେଇ କରାଯାଉଥିବା ପ୍ରଶ୍ନର ଉତର ମଧ୍ୟ ରଖିଛନ୍ତି ଅଭିନେତା । କହିଛନ୍ତି ଘଟଣା ଫିଲମୀ ଲାଗୁଥିଲେ ବି ସତ ଓ ଅଙ୍ଗେନିଭା କଥା । ଇଶ୍ବରଙ୍କ ଆର୍ଶୀବାଦରୁ ସବୁ କିଛି ଠିକ ଅଛି ।ଦୁଖ ସମୟରେ ସମର୍ଥନ ଓ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ତେବେ ସୈଫ ଏଭଳି ଅନେକ କଥା ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆ ସହ ପ୍ରଶଂସକଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ରହିଛି ।