୧୭ରେ ମିଳିବ ପିଏମ ଆବାସ ଯୋଜନାର ପ୍ରଥମ କିସ୍ତି: ପ୍ରଥମ କିସ୍ତି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
କନକ ବ୍ୟୁରୋ: ଓଡ଼ିଶାରେ ହିତାଧିକାରୀଙ୍କୁ ଦିଆଯିବ ଆବାସର ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଓଡିଶାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ପ୍ରଧାନମନ୍ତ୍ରୀ ପୂର୍ବରୁ ଗରିବଙ୍କୁ ଘର ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ। ଆଗକୁ ୨କୋଟି ଜନତା ଘର ପାଇବେ। ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ଆରମ୍ଭ କରିବା ରାଜ୍ୟ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ମନ୍ତ୍ରୀ। ହିତାଧିକାରୀ ଚୟନରେ ଭୁଲ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ହେବ ଆକ୍ସନ। ହିତାଧିକାରୀ ଚୟନ ପାଇଁ ଗ୍ରାମ ସଭା, ପଲ୍ଲୀସଭାକୁ ଆଧାର କରାଯାଇଛି। ଯୋଗ୍ୟ ଲୋକ ହିଁ ଘର ପାଇବେ ଏହା ବିଶ୍ୱାସ ବୋଲି କହିଛନ୍ତି ମନ୍ତ୍ରୀ।