ଫୁଲବାଣୀ ଲୁଇସିଂ ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା । ଗୋଛପଡା ଏସଆଇ ଓ ହାବିଲଦାର ନିଲମ୍ବିତ

କନକ ବ୍ୟୁରୋ :  ଫୁଲବାଣୀ ଗୋଚ୍ଛାପଡ଼ା ଥାନା ଅଂଚଳରୁ ବୌଦ୍ଧର ଯୁବକ ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଉଦ୍ଧାର ଘଟଣା। ପରିବାର ଲୋକ  ପୋଲିସ ହତ୍ୟା କରିଥିବା ଅଭିଯୋଗ ଆଣିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଜିଲ୍ଲା ପୁଲିସ। ଗୋଚ୍ଛାପଡ଼ା ଥାନାର ଏସଆଇ ଓ ହାବିଲଦାର ନିଲମ୍ବିତ,୩ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସୂଚନା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ପ୍ରୋବେନସର ସବ୍ ଇନ୍ସପେକ୍ଟର ଅଜିତ କୁମାର ବେହେରା, ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏମାନଙ୍କ ବିରୋଧରେ ମୃତକଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣିଛନ୍ତି । ତେଣୁ ତଦନ୍ତ ପ୍ରକ୍ରିୟାରେ ବାଧା ହେବା ସମ୍ଭାବନା ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରକାଶ କରିଛନ୍ତି । ସେପଟେ ଏସପି ଶୁଭେନ୍ଦୁ ପାତ୍ର ଗୋଚ୍ଛାପଡା ଯାଇ ଘଟଣାର ଅଧିକ ତଦନ୍ତ କରିଛନ୍ତି। ଘଟଣାସମୟରେ ମୃତ ଜ୍ୟୋଷ୍ଠ ବଣ୍ଡକିଙ୍କ ସହ ଥିବା ସାଙ୍ଗକୁ ଡକାଇ ପଚରାଉଚରା କରାଯାଇଛି। ଏହାରି ଭିତରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି, ପୁଲିସ ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି । ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବାରୁ ପୋଲିସ ଏହାକୁ ଗୁରୁତର ସହ ନେଇଛି। ଘଟଣାରେ କାହାର ସମ୍ପୃକ୍ତି ପ୍ରମାଣିତ

ଫୁଲବାଣୀ ଲୁଇସିଂ ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର  ଘଟଣା  । ଗୋଛପଡା ଏସଆଇ ଓ ହାବିଲଦାର ନିଲମ୍ବିତ

କନକ ବ୍ୟୁରୋ :  ଫୁଲବାଣୀ ଗୋଚ୍ଛାପଡ଼ା ଥାନା ଅଂଚଳରୁ ବୌଦ୍ଧର ଯୁବକ ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଉଦ୍ଧାର ଘଟଣା। ପରିବାର ଲୋକ  ପୋଲିସ ହତ୍ୟା କରିଥିବା ଅଭିଯୋଗ ଆଣିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଜିଲ୍ଲା ପୁଲିସ। ଗୋଚ୍ଛାପଡ଼ା ଥାନାର ଏସଆଇ ଓ ହାବିଲଦାର ନିଲମ୍ବିତ,୩ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସୂଚନା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ପ୍ରୋବେନସର ସବ୍ ଇନ୍ସପେକ୍ଟର ଅଜିତ କୁମାର ବେହେରା, ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏମାନଙ୍କ ବିରୋଧରେ ମୃତକଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ ଆଣିଛନ୍ତି । ତେଣୁ ତଦନ୍ତ ପ୍ରକ୍ରିୟାରେ ବାଧା ହେବା ସମ୍ଭାବନା ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରକାଶ କରିଛନ୍ତି । ସେପଟେ ଏସପି ଶୁଭେନ୍ଦୁ ପାତ୍ର ଗୋଚ୍ଛାପଡା ଯାଇ ଘଟଣାର ଅଧିକ ତଦନ୍ତ କରିଛନ୍ତି। ଘଟଣାସମୟରେ ମୃତ ଜ୍ୟୋଷ୍ଠ ବଣ୍ଡକିଙ୍କ ସହ ଥିବା ସାଙ୍ଗକୁ ଡକାଇ ପଚରାଉଚରା କରାଯାଇଛି। ଏହାରି ଭିତରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି, ପୁଲିସ ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି । ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବାରୁ ପୋଲିସ ଏହାକୁ ଗୁରୁତର ସହ ନେଇଛି। ଘଟଣାରେ କାହାର ସମ୍ପୃକ୍ତି ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଏସ୍‌ପି ବଳଭଦ୍ର ଦୀପ କହିଛନ୍ତି। ଗତ ଶନିବାର ବୌଦ୍ଧ ଜିଲା କଂଟାମାଳ ଥାନା ବେହେରାପଡାର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଫୁଲବାଣୀର ଲୁଇସିଂ ପଞ୍ଚାୟତ ଡାଙ୍ଗାଣାମୁ ନିକଟ ରାସ୍ତା କଡରୁ ମିଳିଥିଲା। ମୃତକଙ୍କ ସ୍ତ୍ରୀ ସୁମନ୍ତି ସ୍ବାମୀଙ୍କୁ ପୁଲିସ ହତ୍ୟା କରିଥିବା ନେଇ ଗୋଚ୍ଛାପଡା ଥାନାରେ ଏତଲା ଦେଇଛନ୍ତି। ତେବେ ମୃତ୍ୟୁ ସ୍ୱାଭାବିକ ନା ତାଙ୍କୁ ହତ୍ୟା କରାଯାଇଛି, ତାହା  ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।