ସ୍ୱାବଲମ୍ବୀ ହେବେ ଡଙ୍ଗରିଆ ଓ ଆଦିବାସୀ । ରାୟଗଡ଼ାରେ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମର ଶୁଭାରମ୍ଭ ।

କନକ ବ୍ୟୁରୋ: ସ୍ୱାବଲମ୍ବୀ ହେବେ ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ ଓ ଆଦିବାସୀ ବେକାର ଯୁବକ । ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ନୂଆ ଓଡ଼ିଶା ଅନ୍ତର୍ଗତ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ୩୦ଜଣ ଆଦିବାସୀ ଯୁବକଙ୍କୁ ତାଲିମ ପ୍ରଦାନ ପରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ସୁଯୋଗ ମିଳିବ । ତାଲିମ ପାଇ ଖୁସି ପ୍ରକାଶ କରିଛନ୍ତି ଆଦିବାସୀ ଯୁବକ । ଧୀରେଧୀରେ ସୋଲାରର ବ୍ୟବହାର ବଢ଼ୁଛି । ଘର ଆଲୋକିକରଣଠାରୁ ଆରମ୍ଭ କରି ଗାଡ଼ିମଟର, ସବୁଠି ସୋଲାରର ବହୁଳ ବ୍ୟବହାର କରାଯାଉଛି । ସୋଲାର ପ୍ୟାନେଲର ସଂସ୍ଥାପନ ଉପାର୍ଜନର ଏକ ଭଲ ମାଧ୍ୟମ ହୋଇଛି । ରାୟଗଡା ଜିଲ୍ଲାର ଡ଼ଙ୍ଗରିଆ ଓ ଆଦିବାସୀ ବେକାର ଯୁବକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଇ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ । ଚାଟିକଣା ଯାଯାବରଠାରେ ନୂଆ ଓଡ଼ିଶା ଅନ୍ତର୍ଗତ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ । ଆଦିବାସୀ ଯୁବକଙ୍କ ପାଇଁ ତାଲିମ୍ ଶିବିରରେ ମାଗଣା ରହିବା ଖାଇବା ବ୍ୟବସ୍ଥା କରାଯାଇଛି । ଡାଟାପ୍ରୋ ତରଫରୁ ଦୁଇ ମାସିଆ ପ୍ରଶିକ୍ଷମ ବ୍ୟବସ୍ଥା କରାଯାଇଛି । ତାଲିମ ପରେ କର୍ମ ସଂସ୍ଥାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଏବଂ ଜିଲ୍ଲାପାଳ । ଅନେକ ଆଦିବାସୀ ଓ ଡଙ୍ଗରିଆ ଯୁବକ ନିଯୁକ୍ତି ନପାଇଁ ବେକାର ରହୁଛନ୍ତି। ରୋଜଗାର ପନ୍ଥା

ସ୍ୱାବଲମ୍ବୀ ହେବେ ଡଙ୍ଗରିଆ ଓ ଆଦିବାସୀ । ରାୟଗଡ଼ାରେ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମର ଶୁଭାରମ୍ଭ ।

କନକ ବ୍ୟୁରୋ: ସ୍ୱାବଲମ୍ବୀ ହେବେ ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ ଓ ଆଦିବାସୀ ବେକାର ଯୁବକ । ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ନୂଆ ଓଡ଼ିଶା ଅନ୍ତର୍ଗତ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । ୩୦ଜଣ ଆଦିବାସୀ ଯୁବକଙ୍କୁ ତାଲିମ ପ୍ରଦାନ ପରେ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ସୁଯୋଗ ମିଳିବ । ତାଲିମ ପାଇ ଖୁସି ପ୍ରକାଶ କରିଛନ୍ତି ଆଦିବାସୀ ଯୁବକ ।

ଧୀରେଧୀରେ ସୋଲାରର ବ୍ୟବହାର ବଢ଼ୁଛି । ଘର ଆଲୋକିକରଣଠାରୁ ଆରମ୍ଭ କରି ଗାଡ଼ିମଟର, ସବୁଠି ସୋଲାରର ବହୁଳ ବ୍ୟବହାର କରାଯାଉଛି । ସୋଲାର ପ୍ୟାନେଲର ସଂସ୍ଥାପନ ଉପାର୍ଜନର ଏକ ଭଲ ମାଧ୍ୟମ ହୋଇଛି । ରାୟଗଡା ଜିଲ୍ଲାର ଡ଼ଙ୍ଗରିଆ ଓ ଆଦିବାସୀ ବେକାର ଯୁବକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଇ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ । ଚାଟିକଣା ଯାଯାବରଠାରେ ନୂଆ ଓଡ଼ିଶା ଅନ୍ତର୍ଗତ ସୋଲାର ପ୍ୟାନେଲ ସଂସ୍ଥାପନ ତାଲିମ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ ।

ଆଦିବାସୀ ଯୁବକଙ୍କ ପାଇଁ ତାଲିମ୍ ଶିବିରରେ ମାଗଣା ରହିବା ଖାଇବା ବ୍ୟବସ୍ଥା କରାଯାଇଛି । ଡାଟାପ୍ରୋ ତରଫରୁ ଦୁଇ ମାସିଆ ପ୍ରଶିକ୍ଷମ ବ୍ୟବସ୍ଥା କରାଯାଇଛି । ତାଲିମ ପରେ କର୍ମ ସଂସ୍ଥାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଏବଂ ଜିଲ୍ଲାପାଳ ।

ଅନେକ ଆଦିବାସୀ ଓ ଡଙ୍ଗରିଆ ଯୁବକ ନିଯୁକ୍ତି ନପାଇଁ ବେକାର ରହୁଛନ୍ତି। ରୋଜଗାର ପନ୍ଥା ନଥିବାରୁ ଡଙ୍ଗରରେ କାମ କରୁଛନ୍ତି । ଏହି ପ୍ରଶିକ୍ଷଣ ପରେ ନିଯୁକ୍ତି ମିଳିବ ଓ ଆର୍ଥିକ ସ୍ଥିତି ସୁଧୁରିବ ବୋଲି ଆଶା ରଖିଛନ୍ତି ।