ଆକ୍ରମଣ ଭୟରେ ଥରୁଛି ପାକିସ୍ତାନ, ବର୍ତ୍ତମାନର ସ୍ଥିତି ନେଇ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ଭେଟିଲେ ସରିଫ୍
ନୂଆଦିଲ୍ଲୀ ୦୨/୦୫: ଛାନିଆ ସହ ବିଚଳିତ ପାକିସ୍ତାନ । ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ବୈଠକ ପରେ ବୈଠକ ବସୁଛି ପାକିସ୍ତାନରେ । କେତେବେଳେ ଭାରତ ଆଟାକ୍ କରିବା କାଳେ ସେ ଭୟରେ ଥରହର ଶତ୍ରୁ ରାଷ୍ଟ୍ର । ଏହାରି ଭିତରେ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଭେଟିଛନ୍ତି । ସାକ୍ଷାତ ସମୟରେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଭାରତକୁ ଜବାବ୍ ଦେବାକୁ ଆମେ ପ୍ରସ୍ତୁତ । ଆମ ସଶସ୍ତ୍ର ବଳ ଦୃଢ ମୁକାବିଲ କରିବାକୁ ତୟାର । ତେବେ ସାକ୍ଷାତ ସମୟରେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଡାର ଏବଂ ଆଇନ ମନ୍ତ୍ରୀ ସେନେଟର ଆଜମ ନାଜିର ତାରାର ମଧ୍ୟ ଉପସ୍ଥିତ ଥିଲେ।ଡେପୁଟି ପିଏମ୍ ଇସାକ ଡାର ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଲସ୍କର-ଏ-ତୋଇବା ଦି ରେଜିଷ୍ଟାନ୍ସ ଫୋର୍ସ (TRF)କୁ ତାଙ୍କ ଦେଶ ସମର୍ଥନ କରୁଥିବା ସ୍ୱୀକାର କରିବା ପରେ ହୋଇଛି ଏହି ସାକ୍ଷାତ ଆଲୋଚନା । ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ପରେ ଅନେକ ପାକିସ୍ତାନୀ ନେତା ଭାରତ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ପୂର୍ବରୁ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିନଥିଲେ । କିନ୍ତୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ।also read...ଭାରତୀୟ ସେନା ଓ ବାୟୁସେନାରେ ଅଦଳବଦଳ, ୩ ବରିଷ୍
ନୂଆଦିଲ୍ଲୀ ୦୨/୦୫: ଛାନିଆ ସହ ବିଚଳିତ ପାକିସ୍ତାନ । ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ବୈଠକ ପରେ ବୈଠକ ବସୁଛି ପାକିସ୍ତାନରେ । କେତେବେଳେ ଭାରତ ଆଟାକ୍ କରିବା କାଳେ ସେ ଭୟରେ ଥରହର ଶତ୍ରୁ ରାଷ୍ଟ୍ର । ଏହାରି ଭିତରେ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଭେଟିଛନ୍ତି ।
ସାକ୍ଷାତ ସମୟରେ ବର୍ତ୍ତମାନର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଭାରତକୁ ଜବାବ୍ ଦେବାକୁ ଆମେ ପ୍ରସ୍ତୁତ । ଆମ ସଶସ୍ତ୍ର ବଳ ଦୃଢ ମୁକାବିଲ କରିବାକୁ ତୟାର । ତେବେ ସାକ୍ଷାତ ସମୟରେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଡାର ଏବଂ ଆଇନ ମନ୍ତ୍ରୀ ସେନେଟର ଆଜମ ନାଜିର ତାରାର ମଧ୍ୟ ଉପସ୍ଥିତ ଥିଲେ।
ଡେପୁଟି ପିଏମ୍ ଇସାକ ଡାର ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଲସ୍କର-ଏ-ତୋଇବା ଦି ରେଜିଷ୍ଟାନ୍ସ ଫୋର୍ସ (TRF)କୁ ତାଙ୍କ ଦେଶ ସମର୍ଥନ କରୁଥିବା ସ୍ୱୀକାର କରିବା ପରେ ହୋଇଛି ଏହି ସାକ୍ଷାତ ଆଲୋଚନା । ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ପରେ ଅନେକ ପାକିସ୍ତାନୀ ନେତା ଭାରତ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ପୂର୍ବରୁ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଜମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିନଥିଲେ । କିନ୍ତୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ।
also read...
ଭାରତୀୟ ସେନା ଓ ବାୟୁସେନାରେ ଅଦଳବଦଳ, ୩ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ନୂଆ ଦାୟିତ୍ୱ
ସୂଚନା ଥାଉକି, ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଇବା ରେଜିଷ୍ଟାନ୍ସ ଫ୍ରଣ୍ଟ (TRF) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା । ତଥାପି, ଏପ୍ରିଲ ୨୬ ତାରିଖରେ ସେ ତାଙ୍କ ମନ୍ତବ୍ୟକୁ ପ୍ରତ୍ୟାହାର କରିନେଇଥିଲା । ଜୋର୍ ଦେଇ କରିଥିଲା ଯେ ତାଙ୍କ ସୋସିଆଲ ମିଡିଆକୁ ବ୍ୟବହାର କରାଯାଇଛି। ଘଟଣା ପଛରେ ହାତ ନାହିଁ ।
ତଥାପି, ଭାରତ ସରକାର ଆତଙ୍କବାଦୀଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଆକ୍ରମଣ ପାଇଁ ଦାୟୀ ତିନି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଥିଲେ। ଜମ୍ମୁ କାଶ୍ମୀର ପୋଲିସର ସୂଚନା ଅନୁଯାୟୀ, ଆକ୍ରମଣରେ ସାମିଲ ଥିବା ଦୁଇ ଜଣ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଥିଲେ । ତୃତୀୟ ଜଣକ କାଶ୍ମୀରର ଅନନ୍ତନାଗର ଥିଲା । ଫଳରେ ଆତଙ୍କବାଦୀଙ୍କ ଘର ସହିତ, ଅନ୍ୟ ଅନେକ ଆତଙ୍କବାଦୀଙ୍କ ଘର ମଧ୍ୟ ଭାଙ୍ଗି ଦିଆଯାଇଛି।
କୂଟନୈତିକ କ୍ଷେତ୍ରରେ, ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲେ । ଇସଲାମାବାଦରୁ ଭାରତୀୟ ଅଧିକାରୀମାନଙ୍କୁ ଡକାଯିବା ସହ ଅଟାରୀ ସୀମା ଓ ଆକାଶପଥକୁ ପାକିସ୍ତାନୀ ବିମାନ ପାଇଁ ବନ୍ଦ କରିଦିଆଯାଇଛି । ଭାରତ ଡାକ ସେବା ଏବଂ ପାକିସ୍ତାନୀ ଆଇପି (ୱେବସାଇଟ୍)କୁ ମଧ୍ୟ ବନ୍ଦ କରିବାକୁ ଯୋଜନା ଚାଲିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ମୁଁ ସମଗ୍ର ବିଶ୍ୱକୁ କହୁଛି।
ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କର ସମର୍ଥକଙ୍କୁ ଚିହ୍ନଟ କରିବ । ସେମାନଙ୍କୁ କଠୋରରୁ କଠୋରୁ ଦଣ୍ଡ ବି ଦେବ।
ସେପଟେ ପାକିସ୍ତାନ ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ "ନିରପେକ୍ଷ ତଦନ୍ତ" ଦାବି କରିଥିଲେ। ଯଦି ସିନ୍ଧୁ ଜଳ ଚୁକ୍ତି ବନ୍ଦ କରାଯାଏ, ତେବେ ପାକିସ୍ତାନ ଆକ୍ରମଣ ଧମକ କରାଯିବାକୁ କହିଥିଲେ ।