ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡି ଡିଜି

ନୂଆଦିଲ୍ଲୀ: ‘ସାଧାରଣତଃ ଓଡ଼ିଶାରେ ମୌସୁମୀ ଜୁନ ୧୨ରୁ ୧୪ ମୌସୁମୀ ପ୍ରବେଶ କରେ, କିନ୍ତୁ ଚଳିତ ବର୍ଷ ଏହା ଶୀଘ୍ର ଆସିବ। ଆଗାମୀ ୨ ଦିନ ଭିତରେ ମୌସୁମୀକୁ ନେଇ ସ୍ପଷ୍ଟ ହେବ ସ୍ଥିତି।’ ସୋମବାର ନ୍ୟୁଜ ସେଭେନକୁ ଦେଇଥିବା ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହା ସହ ସେ ଆହୁରି କହିଛନ୍ତି  ଓଡ଼ିଶାରେ ଏବେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ତାହା ସହିତ ଲୋକ ପ୍ରେସର୍ ଯୋଗୁ ମଧ୍ୟ ବର୍ଷା ଜାରି ରହିଛି। ଖୁବ୍ ଶୀଘ୍ର ଓଡ଼ିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ହେବ।ସେପଟେ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବାରୁ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୧୧ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି। ଏହା ସହ ଆଗାମୀ ୪ ଦିନ ସମୁଦ୍ରା ଅଶାନ୍ତ ରହିବାର ସମ୍ଭାବନା ଥିବାରୁ, ଗଭୀର ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।

ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡି ଡିଜି

ନୂଆଦିଲ୍ଲୀ: ‘ସାଧାରଣତଃ ଓଡ଼ିଶାରେ ମୌସୁମୀ ଜୁନ ୧୨ରୁ ୧୪ ମୌସୁମୀ ପ୍ରବେଶ କରେ, କିନ୍ତୁ ଚଳିତ ବର୍ଷ ଏହା ଶୀଘ୍ର ଆସିବ। ଆଗାମୀ ୨ ଦିନ ଭିତରେ ମୌସୁମୀକୁ ନେଇ ସ୍ପଷ୍ଟ ହେବ ସ୍ଥିତି।’ ସୋମବାର ନ୍ୟୁଜ ସେଭେନକୁ ଦେଇଥିବା ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହା ସହ ସେ ଆହୁରି କହିଛନ୍ତି  ଓଡ଼ିଶାରେ ଏବେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ତାହା ସହିତ ଲୋକ ପ୍ରେସର୍ ଯୋଗୁ ମଧ୍ୟ ବର୍ଷା ଜାରି ରହିଛି। ଖୁବ୍ ଶୀଘ୍ର ଓଡ଼ିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ହେବ।


ସେପଟେ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଆଗାମୀ ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବାରୁ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୧୧ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି, ବିଜୁଳି ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି। ଏହା ସହ ଆଗାମୀ ୪ ଦିନ ସମୁଦ୍ରା ଅଶାନ୍ତ ରହିବାର ସମ୍ଭାବନା ଥିବାରୁ, ଗଭୀର ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।