ମେ ୧୭ରୁ ପୁଣି ଆରମ୍ଭ ହେବ ଆଇପିଏଲ୍ : ୬ଟି ଭେନ୍ୟୁରେ ଖେଳାଯିବ ଅବଶିଷ୍ଟ ମ୍ୟାଚ୍, ଜୁନ୍ ୩ରେ ଫାଇନାଲ୍
ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏକ ସପ୍ତାହ ସ୍ଥଗିତ ରହିବା ପରେ ମେ ୧୭ରୁ ପୁଣି ଆରମ୍ଭ ହେବ। ଏନେଇ ଆଜି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଆଇପିଏଲ ୨୦୨୫ରୁ ଅବଶିଷ୍ଟ ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଫାଇନାଲ ମ୍ୟାଚ୍ ଜୁନ୍ ୩ରେ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ୧୭ ତାରିଖରେ ଆର୍ସିବି-କୋଲକାତା ମ୍ୟାଚ୍ ସହ ଆଇପିଏଲ୍ ପୁନଃ […]

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏକ ସପ୍ତାହ ସ୍ଥଗିତ ରହିବା ପରେ ମେ ୧୭ରୁ ପୁଣି ଆରମ୍ଭ ହେବ। ଏନେଇ ଆଜି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଆଇପିଏଲ ୨୦୨୫ରୁ ଅବଶିଷ୍ଟ ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଫାଇନାଲ ମ୍ୟାଚ୍ ଜୁନ୍ ୩ରେ ଖେଳାଯିବ। ଏହା ବିଷୟରେ ୧୦ଟିଯାକ ଫ୍ରାଞ୍ଚାଇଜି ଦଳଙ୍କୁ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
୧୭ ତାରିଖରେ ଆର୍ସିବି-କୋଲକାତା ମ୍ୟାଚ୍ ସହ ଆଇପିଏଲ୍ ପୁନଃ ଆରମ୍ଭ ହେବ। ମେ ୨୯ରେ କ୍ବାଲିଫାୟର-୧, ୩୦ରେ ଏଲିମିନେଟର,ଜୁନ୍ ୧ରେ କ୍ବାଲିଫାୟର-୨ ଓ ୩ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।
#TATAIPL 2025 action is all set to resume on 17th May
![]()
The remaining League-Stage matches will be played across 6⃣ venues
![]()
The highly anticipated Final will take place on 3rd June
![]()
Details
https://t.co/MEaJlP40Um pic.twitter.com/c1Fb1ZSGr2
— IndianPremierLeague (@IPL) May 12, 2025
ପଞ୍ଜାବ ଏବଂ ଦିଲ୍ଲୀ ମଧ୍ୟରେ ପୁଣିଥରେ ମ୍ୟାଚ୍ ଅନୁଷ୍ଠିତ ହେବ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବିସିସିଆଇ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିଥିଲା। ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ କୌଣସି ଫଳାଫଳ ବିନା ବାତିଲ ହୋଇଯାଇଥିଲା। ଏବେ ଏହି ମ୍ୟାଚ୍ ପୁଣି ଥରେ ୨୪ ମଇରେ ଜୟପୁରରେ ଖେଳାଯିବ।
