ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର, ପଶ୍ଚିମବଙ୍ଗକୁ ବାଲି ଚାଲାଣ ବେଳେ ଚଢ଼ାଉ
ଜଳେଶ୍ବର: ବାଲି ଚୋରା ଚାଲାଣ ବେଳେ ଚଢ଼ାଉ । ହାଇୱା ଗାଡି ଛାଡି ଚମ୍ପଟ ମାରିଲେ ବାଲି ମାଫିଆ । ବେଆଇନ ବାଲି ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର । ୬୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ଚାଲିଛି ଯାଞ୍ଚ । ୫୦ରୁ ଅଧିକ ବାଲି ବୋଝେଇ ଡମ୍ପର ଜବତ । ପଶ୍ଚିମବଙ୍ଗ କୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ନେଇ […] The post ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର, ପଶ୍ଚିମବଙ୍ଗକୁ ବାଲି ଚାଲାଣ ବେଳେ ଚଢ଼ାଉ appeared first on KNews Odisha.

ଜଳେଶ୍ବର: ବାଲି ଚୋରା ଚାଲାଣ ବେଳେ ଚଢ଼ାଉ । ହାଇୱା ଗାଡି ଛାଡି ଚମ୍ପଟ ମାରିଲେ ବାଲି ମାଫିଆ । ବେଆଇନ ବାଲି ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର । ୬୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ଚାଲିଛି ଯାଞ୍ଚ । ୫୦ରୁ ଅଧିକ ବାଲି ବୋଝେଇ ଡମ୍ପର ଜବତ ।
ପଶ୍ଚିମବଙ୍ଗ କୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଜଳେଶ୍ବର ତହସିଲଦାର ସତ୍ଯଜିତ ମହାନ୍ତିଙ୍କ ନେତୃତ୍ବ ରେ ଏକ ସ୍ବତନ୍ତ୍ର ଟିମ୍ ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ଗାଡ଼ି ଗୁଡିକର ପରମିଟ ଯାଞ୍ଚ କରିଥିଲେ । ଚଢ଼ାଉରେ ରାଜସ୍ବ ବିଭାଗର ଅଧିକାରୀଙ୍କ ସମେତ ଜଳେଶ୍ବର ଥାନା ପୋଲିସ ସାମିଲ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ : SCBରେ ପୁଣି ଶିଶୁ ଅଦଳବଦଳ ଅଭିଯୋଗ, ନବଜାତ କନ୍ୟାକୁ ବଦଳ କରି ମୃତ ଶିଶୁ ଧରାଇ ଦେଲେ କର୍ମଚାରୀ
The post ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର, ପଶ୍ଚିମବଙ୍ଗକୁ ବାଲି ଚାଲାଣ ବେଳେ ଚଢ଼ାଉ appeared first on KNews Odisha.