ଆକ୍ସନ ମୁଡ୍ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ
ଶ୍ରୀନଗର,୧୬।୬: ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନର୍ଥ ବ୍ଲକରେ ଏକ ବୈଠକ କରି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଆତଙ୍କବାଦୀ ବିରୋଧୀ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ସେ ନିର୍ଦ୍ଦେଶାବଳୀ ଦେବାକୁ ଯାଉଛନ୍ତି। ଜୁନ ୨୯ରୁ ବାର୍ଷିକ ଅମରନାଥ ତୀର୍ଥଯାତ୍ରା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସମୀକ୍ଷା କରୁଛନ୍ତି। ଏହି ବୈଠକରେ ବହୁ […] The post ଆକ୍ସନ ମୁଡ୍ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ appeared first on Dharitri Odia News.
ଶ୍ରୀନଗର,୧୬।୬: ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନର୍ଥ ବ୍ଲକରେ ଏକ ବୈଠକ କରି କେନ୍ଦ୍ରଶାସିତ ଅଞ୍ଚଳର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଆତଙ୍କବାଦୀ ବିରୋଧୀ କାର୍ଯ୍ୟକୁ ଆହୁରି ଜୋରଦାର କରିବାକୁ ସେ ନିର୍ଦ୍ଦେଶାବଳୀ ଦେବାକୁ ଯାଉଛନ୍ତି। ଜୁନ ୨୯ରୁ ବାର୍ଷିକ ଅମରନାଥ ତୀର୍ଥଯାତ୍ରା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସମୀକ୍ଷା କରୁଛନ୍ତି। ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଭାଗ ନେଇଛନ୍ତି।
ତିନି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଭଳି ବୈଠକ କରିଥିଲେ। ଏଥିରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ରେ ଜମ୍ମୁରେ ହୋଇଥିବା ଆକ୍ରମଣ ସମେତ ଅନେକ ଆତଙ୍କବାଦୀ ଘଟଣା ପରେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆତଙ୍କବାଦ ବିରୋଧୀ କ୍ଷମତା ପୂର୍ଣ୍ଣ ଶକ୍ତି ସହିତ ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ସପ୍ତାହ ପୂର୍ବରୁ ଜମ୍ମୁର ରିଆସି ଜିଲାରେ ଭକ୍ତଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା।
ଜମ୍ମୁ କଶ୍ମୀରର ସୁରକ୍ଷା ସମ୍ପର୍କରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ପରବର୍ତ୍ତୀ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏଥିରେ ଯୋଗ ଦେଇଛନ୍ତି।
The post ଆକ୍ସନ ମୁଡ୍ରେ ଅମିତ ଶାହା: ଡାକିଲେ ଉଚ୍ଚସ୍ତରୀୟ ବୈଠକ appeared first on Dharitri Odia News.