ଆକ୍ସନରେ ଟିମ୍ ଇଣ୍ଡିଆ, ସାମ୍ନାକୁ ଆସିଲା ପ୍ରଥମ ଟ୍ରେନିଂ ସେସନର ଭିଡିଓ
ନ୍ୟୁୟର୍କ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ ପାଇଁ ନ୍ୟୁୟର୍କରେ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦଳ ଜୁନ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ନ୍ୟୁୟର୍କରେ ଜୁନ ୧ ତାରିଖରେ ବାଂଲାଦେଶ ବିପକ୍ଷରେ ଦଳ ଗୋଟିଏ ଓ୍ଵାର୍ମଅପ୍ ମ୍ୟାଚ୍ ଖେଳିବ। ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଖେଳାଳି ନିଜର ପ୍ରଥମ ଟ୍ରେନିଂ ସେସନରେ ଯୋଗ ଦେଇଛି। ଏହାର ଭିଡିଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସେୟାର କରିଛି।Also read: ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଦେଶରେ ୩ୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ...ଟ୍ରେନିଂ ସେସନରେ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା, ଓ୍ଵିକେଟ୍ କିପର ସଞ୍ଜୁ ସାମସନ, ଋଷଭ ପନ୍ତ, ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ପରି ଖେଳାଳି ସାମିଲ ହୋଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପ୍ରଥମ ବ୍ୟାଚ୍ ମେ ୨୫ରେ ଏବଂ ଦ୍ଵିତୀୟ ବ୍ୟାଚ୍ ୨୬ ତାରିଖରେ ଆଇପିଏଲ୍ ୨୦୨୪ ଫାଇନାଲ୍ ସରିବା ପରେ ନ୍ୟୁୟର୍କ ଅଭିମୁଖେ ବାହାରି ଥିଲେ। ତାରକା ଖେଳାଳି ବିରାଟ କୋହଲି ପରେ ଦଳରେ ଯୋଗ ଦେବେ। ସେ ଆଇପିଏଲ୍ ପରେ ଛୋଟ ବିରତି ନେଇଛନ୍ତି।???? New YorkBright weather ☀️, good vibes ???? and some foot volley ⚽️Soham Desai, Strength & Con
ନ୍ୟୁୟର୍କ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ ପାଇଁ ନ୍ୟୁୟର୍କରେ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଦଳ ଜୁନ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ନ୍ୟୁୟର୍କରେ ଜୁନ ୧ ତାରିଖରେ ବାଂଲାଦେଶ ବିପକ୍ଷରେ ଦଳ ଗୋଟିଏ ଓ୍ଵାର୍ମଅପ୍ ମ୍ୟାଚ୍ ଖେଳିବ। ନିଜର ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଖେଳାଳି ନିଜର ପ୍ରଥମ ଟ୍ରେନିଂ ସେସନରେ ଯୋଗ ଦେଇଛି। ଏହାର ଭିଡିଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସେୟାର କରିଛି।
Also read: ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଦେଶରେ ୩ୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ...
ଟ୍ରେନିଂ ସେସନରେ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା, ଓ୍ଵିକେଟ୍ କିପର ସଞ୍ଜୁ ସାମସନ, ଋଷଭ ପନ୍ତ, ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ପରି ଖେଳାଳି ସାମିଲ ହୋଇଛନ୍ତି। ଭାରତୀୟ କ୍ରିକେଟରଙ୍କ ପ୍ରଥମ ବ୍ୟାଚ୍ ମେ ୨୫ରେ ଏବଂ ଦ୍ଵିତୀୟ ବ୍ୟାଚ୍ ୨୬ ତାରିଖରେ ଆଇପିଏଲ୍ ୨୦୨୪ ଫାଇନାଲ୍ ସରିବା ପରେ ନ୍ୟୁୟର୍କ ଅଭିମୁଖେ ବାହାରି ଥିଲେ। ତାରକା ଖେଳାଳି ବିରାଟ କୋହଲି ପରେ ଦଳରେ ଯୋଗ ଦେବେ। ସେ ଆଇପିଏଲ୍ ପରେ ଛୋଟ ବିରତି ନେଇଛନ୍ତି।
???? New York
Bright weather ☀️, good vibes ???? and some foot volley ⚽️
Soham Desai, Strength & Conditioning Coach gives a glimpse of #TeamIndia's light running session ????????#T20WorldCup pic.twitter.com/QXWldwL3qu— BCCI (@BCCI) May 29, 2024
ଭାରତୀୟ ଦଳର ଷ୍ଟ୍ରେଙ୍ଗ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ସୋହମ ଦେଶାଇ କହିଛନ୍ତି, ଆମେ ୨୭ ତାରିଖ ଏଠାରେ ପହଞ୍ଚିଲୁ। ଆମେ ନିଜର ଦୈନନ୍ଦୀନ କାର୍ଯ୍ୟକୁ ସହଜ କରିବାକୁ ଚେଷ୍ଟା କରୁଛୁ। ଆମର ଉଦ୍ଦେଶ୍ୟ ବର୍ତ୍ତମାନ ଟାଇମ ଜୋନ ହିସାବରେ ନିଜକୁ ଢଳାଇବାର ଅଛି। ଆଜି ଆମେ ନିଜର ପ୍ରଥମ ଗ୍ରାଉଣ୍ଡ ସେସନ କରୁଛୁ। ବୁମରା କହିଛନ୍ତି, ଆମେ ଏ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିନୁ। ଆଜି ଆମେ କେବଳ କିଛି ଶାରୀରିକ ଗତିବିଧି କରିଛୁ। ଆଶା କରୁଛୁ ଏହା ଭଲ ରହିବ। ପରିବେଶ ବହୁତ ଭଲ ରହିଛି ଏବଂ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରି ରହିଛୁ।
ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ଅକ୍ଷର ପଟେଲ୍, ଯଶସ୍ଵୀ ଜୟସ୍ଵାଲ, କୁଲଦୀପ ଯାଦବ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅର୍ଶଦୀପ ସିଂ, ୟୁଜବନ୍ଦ୍ର ଚହଲ। ରିଜର୍ଭ ଖେଳାଳି: ଶୁଭମନ ଗିଲ୍, ଅଭେଶ ଖାନ, ରିଙ୍କୁ ସିଂ, ଖଲିଲ ଅହମ୍ମଦ।
ଟି-୨୦ ବିଶ୍ଵକପରେ ଭାରତର ଗ୍ରୁପ୍ ସିଡ୍ୟୁଲ
ଭାରତ ବନାମ ଆୟରଲାଣ୍ଡ- ଜୁନ ୫, ନ୍ୟୁୟର୍କ
ଭାରତ ବନାମ ପାକିସ୍ତାନ- ଜୁନ ୯, ନ୍ୟୁୟର୍କ
ଭାରତ ବନାମ ୟୁଏସଏ- ଜୁନ ୧୨, ନ୍ୟୁୟର୍କ
ଭାରତ ବନାମ କାନାଡ଼ା- ଜୁନ ୧୫, ଫ୍ଲୋରିଡ଼ା