ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ତେବେ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ କଳାକାର ଏବେଠାରୁ ଲାଗି ପଡ଼ିଛନ୍ତି। ଏହି କ୍ରମରେ ବରଗଡ଼ ଗାନ୍ଧୀଛକ କଲ୍ୟାଣ ମଣ୍ଡପ ବର୍ତ୍ତମାନ ଧନୁଯାତ୍ରା କଳାକାରଙ୍କ ପାଇଁ ଆଖଡ଼ାଶାଳ ପାଲଟିଛି ଏବଂ ଏଠାରେ ମଥୁରାନଗରୀ କଳାକାରଙ୍କ ରିହର୍ସାଲ ଚାଲିଛି। ଶୁକ୍ରବାର କଳାକାରଙ୍କ ଏହି ଆଖଡ଼ାଶାଳ ପରିଦର୍ଶନ ପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଆସିଥିଲେ। […] The post ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା appeared first on Dharitri Odia News.
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ। ତେବେ ଅନ୍ୟବର୍ଷ ତୁଳନାରେ ଏଥର ଧନୁଯାତ୍ରା ଦୃଶ୍ୟାଭିନୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ କଳାକାର ଏବେଠାରୁ ଲାଗି ପଡ଼ିଛନ୍ତି। ଏହି କ୍ରମରେ ବରଗଡ଼ ଗାନ୍ଧୀଛକ କଲ୍ୟାଣ ମଣ୍ଡପ ବର୍ତ୍ତମାନ ଧନୁଯାତ୍ରା କଳାକାରଙ୍କ ପାଇଁ ଆଖଡ଼ାଶାଳ ପାଲଟିଛି ଏବଂ ଏଠାରେ ମଥୁରାନଗରୀ କଳାକାରଙ୍କ ରିହର୍ସାଲ ଚାଲିଛି। ଶୁକ୍ରବାର କଳାକାରଙ୍କ ଏହି ଆଖଡ଼ାଶାଳ ପରିଦର୍ଶନ ପାଇଁ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଆସିଥିଲେ। ବାଗ୍ଦେବୀଙ୍କ ପୂଜାର୍ଚ୍ଚନା ପରେ ସେ କଳାକାରଙ୍କ ରିହର୍ସାଲ ଦେଖିଥିଲେ। ତେବେ ରିହର୍ସାଲ ଚାଲିଥିବାବେଳେ କଂସ ଅଭିନେତା ଭୁବନେଶ୍ୱର ପ୍ରଧାନ ବିଧାୟକ ଷଡ଼ଙ୍ଗୀଙ୍କୁ ତାଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ହାଜର ହେବା ପରେ କଂସ ଅଭିନେତା ବିଧାୟକଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀ ଖବର ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଷଡ଼ଙ୍ଗୀ ନିଜ ନିର୍ବାଚନ ମଣ୍ଡଳୀର ଖବର ଦେବା ସହିତ ଆସନ୍ତା ଧନୁଯାତ୍ରା ଦେଖି ଆସିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ପର୍ଯ୍ୟାୟକ୍ରମେ ମଥୁରାନଗରୀକୁ ଆସିବେ ବୋଲି କହିଥିଲେ। କଂସ ମହାରାଜ ଏଥିରେ ବିମୋହିତ ହୋଇଥିଲେ କିନ୍ତୁ ଏଭଳି ଏକ ଭଲ ଖବର ଦେବାରେ ବିଳମ୍ବ କରିଥିବା ଯୋଗୁ ବିଧାୟକ ଷଡ଼ଙ୍ଗୀଙ୍କୁ ୫ଲକ୍ଷ ସ୍ବର୍ଣ୍ଣମୁଦ୍ରାରେ ଦଣ୍ଡିତ କରିଥିଲେ। ଏହା କଳାକାରଙ୍କ ରିହର୍ସାଲ ଥିଲେ ସୁଦ୍ଧା ଏହି ଦୃଶ୍ୟାଭିନୟରୁ ଆସନ୍ତା ଧନୁଯାତ୍ରା ମହୋତ୍ସବ କିଭଳି ଆକର୍ଷଣୀୟ ହେବ ତାହା ଆପେ ବାରି ହୋଇ ପଡ଼ିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ। ଏହି ଦୃଶ୍ୟାଭିନୟ ସମୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ, ଧନୁଯାତ୍ରା କଳାକାର ଉପଦେଷ୍ଟା ସମନ୍ବୟ ସମିତିର ସହ ଆବାହକ ଅଶୋକ ବେହେରା ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
The post ଆଖଡ଼ାଶାଳରେ ବିଧାୟକଙ୍କୁ ଜରିମାନା appeared first on Dharitri Odia News.