ଆଖି ଜ୍ବଳନରୁ ତୁରନ୍ତୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ଘରୋଇ ଉପଚାର...
ନୂଆଦିଲ୍ଲୀ ୩୦।୧୦: ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ । ଏହାବ୍ୟତୀତ ଧୁମଧାମରେ ପାଳନ କରାଯାଏ । ଦିପାବଳୀରେ ବାଣ ଫୁଟାଯାଏ । କିନ୍ତୁ ବାଣ ଫୁଟେଇବା କାରଣରୁ ପ୍ରଦୂଷଣ ବଢିଯାଏ । ଲୋକମାନେ ନିଶ୍ବାସ ନେବା ସହିତ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦୀପାବଳିରେ ବାଣ ଫୁଟାଇବା ପରେ ଧୂଆଁର ମାତ୍ରା ଏତେ ବଢିଯାଏ କି ଆଖିରେ ଜ୍ବଳନ ହେବା ଆରମ୍ଭ ହୋଇଥାଏ । ଏହି ଜ୍ବଳନକୁ କମାଇବା ପାଇଁ କିଛି ଘରୋଇ ଉପଚାର କରିପାରିବେ । ଯଦି ଆଖି ଲଗାତାର ଜ୍ବଳନ କିମ୍ବା କୁଣ୍ଡେଇ ହୁଏ, ତେବେ ପ୍ରଥମେ ଚିକିତ୍ସା କରିବା ଜରୁରୀ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଥଣ୍ଡା ପାଣିରେ ଆଖିକୁ ଧୁଅନ୍ତୁ । ଦିନକୁ ତିନିରୁ ଚାରିଥର ଏପରି କରିବା ଦ୍ବାରା ଏଥିରୁ ମିଳିପାରେ ଆଶ୍ବସ୍ତି । ଏହବ୍ୟତୀତ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୂର କାକୁଡି, ଆଖି ସଂକ୍ରମଣକୁ ହ୍ରାସ କରିପାରେ । କାକୁଡିକୁ କାଟି ଆଖି ଉପରେ ରଖିବା ଦ୍ବାରା ଆଖିକୁ ଆଶ୍ବସ୍ତି ମିଳିଥାଏ । ଆଖିରେ କାକୁଡି ରସରୁ ନିର୍ମିତ ଟୋନର ସ୍ପ୍ରେ ମଧ୍ୟ କରିପାରିବେ । ଔଷଧୀୟ ଗୁଣରେ ଭରପୁର ନିମ୍ବ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ । ନିମ୍ବପତ୍ରର ବ୍ୟବହାରରେ ମଧ୍ୟ ଆଖି ସମସ୍ୟା ଭଲ ହୋଇପାରେ । କିନ୍ତୁ ଏହାକୁ କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ବ୍ୟବହାର କରିବା ଉଚିତ୍ । ଜ୍ବଳନ ଦୂର କରିବା ଏବଂ ଆଖିକୁ ଥଣ୍ଡା ଦେବା ପାଇଁ ସବୁଠାରୁ ଅଧିକ ପ୍ରଭାବଶ
ନୂଆଦିଲ୍ଲୀ ୩୦।୧୦: ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ । ଏହାବ୍ୟତୀତ ଧୁମଧାମରେ ପାଳନ କରାଯାଏ । ଦିପାବଳୀରେ ବାଣ ଫୁଟାଯାଏ । କିନ୍ତୁ ବାଣ ଫୁଟେଇବା କାରଣରୁ ପ୍ରଦୂଷଣ ବଢିଯାଏ । ଲୋକମାନେ ନିଶ୍ବାସ ନେବା ସହିତ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦୀପାବଳିରେ ବାଣ ଫୁଟାଇବା ପରେ ଧୂଆଁର ମାତ୍ରା ଏତେ ବଢିଯାଏ କି ଆଖିରେ ଜ୍ବଳନ ହେବା ଆରମ୍ଭ ହୋଇଥାଏ ।
ଏହି ଜ୍ବଳନକୁ କମାଇବା ପାଇଁ କିଛି ଘରୋଇ ଉପଚାର କରିପାରିବେ । ଯଦି ଆଖି ଲଗାତାର ଜ୍ବଳନ କିମ୍ବା କୁଣ୍ଡେଇ ହୁଏ, ତେବେ ପ୍ରଥମେ ଚିକିତ୍ସା କରିବା ଜରୁରୀ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଥଣ୍ଡା ପାଣିରେ ଆଖିକୁ ଧୁଅନ୍ତୁ । ଦିନକୁ ତିନିରୁ ଚାରିଥର ଏପରି କରିବା ଦ୍ବାରା ଏଥିରୁ ମିଳିପାରେ ଆଶ୍ବସ୍ତି ।
ଏହବ୍ୟତୀତ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୂର କାକୁଡି, ଆଖି ସଂକ୍ରମଣକୁ ହ୍ରାସ କରିପାରେ । କାକୁଡିକୁ କାଟି ଆଖି ଉପରେ ରଖିବା ଦ୍ବାରା ଆଖିକୁ ଆଶ୍ବସ୍ତି ମିଳିଥାଏ । ଆଖିରେ କାକୁଡି ରସରୁ ନିର୍ମିତ ଟୋନର ସ୍ପ୍ରେ ମଧ୍ୟ କରିପାରିବେ ।
ଔଷଧୀୟ ଗୁଣରେ ଭରପୁର ନିମ୍ବ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ । ନିମ୍ବପତ୍ରର ବ୍ୟବହାରରେ ମଧ୍ୟ ଆଖି ସମସ୍ୟା ଭଲ ହୋଇପାରେ । କିନ୍ତୁ ଏହାକୁ କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ବ୍ୟବହାର କରିବା ଉଚିତ୍ । ଜ୍ବଳନ ଦୂର କରିବା ଏବଂ ଆଖିକୁ ଥଣ୍ଡା ଦେବା ପାଇଁ ସବୁଠାରୁ ଅଧିକ ପ୍ରଭାବଶାଳୀ ଗୋଲାପ ଜଳ ।
ଗୋଲାପ ପତ୍ର ଆଖିର କୁଣ୍ଡେଇକୁ କମ୍ କରି ଆଖିର ଚର୍ମକୁ ହାଇଡ୍ରେଟ୍ କରିଥାଏ । ଆଖି ଯତ୍ନରେ ବେଶ୍ ପ୍ରଭାବଶାଳୀ ଗୋଲାପ ଜଳ । ବିଶେଷଜ୍ଞଙ୍କ ଅନୁଯାୟୀ, ଆଖିର ଜ୍ବଳନ କିମ୍ବା କୁଣ୍ଡେଇକୁ କମ୍ କରିବା ପାଇଁ ପାଟିରେ ପାଣି ଭରନ୍ତୁ ଏବଂ ପରେ ମୁହଁକୁ ଥଣ୍ଡା ପାଣି ଛାଟନ୍ତୁ । ଏହା ତୁରନ୍ତ ଆରାମ ଦେଇଥାଏ ।