ଆଖି ବୁଜିଲେ ଗ୍ରାମୀ ଆଓ୍ୱାର୍ଡ ବିଜେତା, ଘରୁ ମିଳିଲା ମୃତଦେହ

ଘରୁ ସନ୍ଦିଗ୍ଧ ଅବସ୍ଥାରେ ଏହି ହଲିଉଡ ସିଙ୍ଗରଙ୍କ ମୃତଦେହ ମିଳିଛି। କେଉଁ କାରଣରୁ ତାଙ୍କ ମୃତ୍ୟୁ ହେଲା ସେ ନେଇ ପୁଲିସ ଯାଞ୍ଚ ଜାରି ରଖିଛି।

ଆଖି ବୁଜିଲେ ଗ୍ରାମୀ ଆଓ୍ୱାର୍ଡ ବିଜେତା, ଘରୁ ମିଳିଲା ମୃତଦେହ

ପୁଣି ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ଆଉ ଜଣେ ଫେମସ୍‌ ସିଙ୍ଗର୍‌। ଗ୍ରାମୀ ଆଓ୍ୱାର୍ଡ ବିଜେତା ସିଙ୍ଗର୍‌ ମେଣ୍ଡିସାଙ୍କ ଘରୁ ମିଳିଲା ମୃତଦେହ। ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି।

୪୭ ବର୍ଷୀୟ ହଲିଉଡ ସିଙ୍ଗର୍‌ ମେଣ୍ଡିସା। ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କର ଅଫିସିଆଲ୍‌ ଆକାଉଣ୍ଟରେ ତାଙ୍କ ଟିମ୍‌ ପକ୍ଷରୁ ସୂଚନା ମିଳିଛି। ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ସନ୍ଦିଗ୍ଧ ଅବସ୍ଥାରେ Franklin Tennessee ସ୍ଥିତ ଘରୁ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି।

ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ନିକଟ ସମ୍ପର୍କୀୟ ଓ ଫ୍ୟାନ୍‌ମାନେ ଶୋକ ପ୍ରକାର କରିଛନ୍ତି। ସେପଟେ କେଉଁ କାରଣରୁ ଏହି ହଲିଉଡ ସିଙ୍ଗର୍‌ଙ୍କ ମୃତ୍ୟୁ ହେଲା ସେ ନେଇ ଫରେନ୍‌ସିକ୍ ଯାଞ୍ଚ କରାଯିବ ବୋଲି ଓ୍ୱିଲିୟମସନ୍‌ କାଉଣ୍ଟିର ଅଧିକାରୀମାନେ କହିଛନ୍ତି।

୨୦୦୬ରେ ଆମେରିକାନ୍‌ ଆଇଡଲର ଟ୍ରଫି ହାତେଇ ଘରେ ଘରେ ପରିଚିତ ହୋଇଥିଲେ ମେଣ୍ଡିସା। ଏହାପରେ ୨୦୦୭ରେ ସେ ନିଜ ଡେବ୍ୟୁ ଆଲମ୍‌ ରିଲିଜ କରିଥିଲେ, ଯାହାର ନାଁ ଥିଲା 'ଟ୍ରୁ ବ୍ୟୁଟି'। ଏହି ଆଲବମ ଜରିଆରେ ସେ ଖ୍ରୀଷ୍ଟିୟନ୍‌ ମ୍ୟୁଜିକ୍‌ରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ପରେ ତାଙ୍କର ଅନେକ ମ୍ୟୁଜିକ ଆଲବମ୍‌ ରିଲିଜ ହୋଇଥିଲା, ଯାହା ହିଟ୍‌ ମଧ୍ୟ ପ୍ରମାଣିତ ହୋଇଥିଲା।

ନିଜର ଚତ୍ମକାର କଣ୍ଠ ସ୍ୱର ଓ ସିଙ୍ଗିଙ୍ଗ ଟାଲେଣ୍ଟ ପାଇଁ ସେ ଗ୍ରାମୀ ଆଓ୍ୱାର୍ଡ ପୁରସ୍କାର ମଧ୍ୟ ଜିତିଥିଲେ। ୨୦୧୦, ୧୦୧୨ ଓ ୨୦୧୪ରେ ତାଙ୍କୁ ଗ୍ରାମୀ ଆଓ୍ୱାର୍ଡ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।