ଆଖିତଳ କଳା ପଡ଼ୁଥିଲେ…ଏହି ଟିପ୍ସ ଆପଣାନ୍ତୁ
ଆଖି ତଳ କଳା ପଡ଼ିଗଲେ ମଣିଷର ସୁନ୍ଦରତା କମିଯାଏ। ବର୍ତ୍ତମାନ ଅଧିକ ସମୟ କମ୍ପ୍ୟୁଟରରେ କାମ କରିବା, ଚଷମା ପିନ୍ଧିବା କିମ୍ବା ଅନ୍ୟ କାରଣ ଯୋଗୁ ଆଖିତଳ କଳା ପଡ଼ିବାକୁ ନେଇ ଅନେକେ ଚିନ୍ତିତ। ଏହାକୁ ଦୂରକରିବା ପାଇଁ ସେମାନେ ବିଭିନ୍ନ କ୍ରିମ୍, ମେଡିସିନ ଆଦି ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ବି ଆଖି ତଳ କଳାଦାଗ ଦୂରକରିପାରିବେ… ଆଖି ତଳ କଳା ନ ପଡ଼ିବା ପାଇଁ ପ୍ରତିଦିନ ଅତିକମ୍ରେ ୭-୮ […] The post ଆଖିତଳ କଳା ପଡ଼ୁଥିଲେ…ଏହି ଟିପ୍ସ ଆପଣାନ୍ତୁ appeared first on Dharitri Odia News.
ଆଖି ତଳ କଳା ପଡ଼ିଗଲେ ମଣିଷର ସୁନ୍ଦରତା କମିଯାଏ। ବର୍ତ୍ତମାନ ଅଧିକ ସମୟ କମ୍ପ୍ୟୁଟରରେ କାମ କରିବା, ଚଷମା ପିନ୍ଧିବା କିମ୍ବା ଅନ୍ୟ କାରଣ ଯୋଗୁ ଆଖିତଳ କଳା ପଡ଼ିବାକୁ ନେଇ ଅନେକେ ଚିନ୍ତିତ। ଏହାକୁ ଦୂରକରିବା ପାଇଁ ସେମାନେ ବିଭିନ୍ନ କ୍ରିମ୍, ମେଡିସିନ ଆଦି ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ବି ଆଖି ତଳ କଳାଦାଗ ଦୂରକରିପାରିବେ…
ଆଖି ତଳ କଳା ନ ପଡ଼ିବା ପାଇଁ ପ୍ରତିଦିନ ଅତିକମ୍ରେ ୭-୮ ଘଣ୍ଟା ଶୁଅନ୍ତୁ। ଆଖିକୁ ବିଶ୍ରାମ ଦେବା ଲାଗି ଆବଶ୍ୟକ ନ ଥିବା ସମୟରେ ମୋବାଇଲ, କମ୍ପ୍ୟୁଟର ଦେଖିବାଠୁ ଦୂରେଇ ରହନ୍ତୁ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ସବୁଠୁ ବଡ଼ କଥା ହେଲା ନିଶା ସେବନଠୁ ଦୂରେଇ ରୁହନ୍ତୁ।
ଅଧାଚାମଚ ବାଦାମତେଲ ସହ ୨ ବୁନ୍ଦା ମହୁ ମିଶାନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣକୁ ଆଙ୍ଗୁଳି ଦ୍ୱାରା ଆଖିର ଚାରିପାଖେ ମାଲିସ କରନ୍ତୁ। ୧୦-୧୫ମିନିଟ୍ ରଖିବା ପରେ ଧୋଇଦିଅନ୍ତୁ। ପ୍ରତିଦିନ ଏପରି କଲେ ଆଖିତଳେ କଳାଦାଗ ଆଦୌ ରହିବ ନାହିଁ।
କକୁମ୍ବର ଥେରାପି ଆଖି ତଳ କଳାଦାଗ ଦୂରକରିବା ପାଇଁ ବେଶ୍ ଉପଯୋଗୀ। ଏଥିପାଇଁ କାକୁଡ଼ିକୁ ଗୋଲ ଗୋଲ କରି କାଟି ଆଖି ଉପରେ ରଖନ୍ତୁ। କାକୁଡ଼ି ଆଖିକୁ ଥଣ୍ଡା ରଖିବା ସହ କଳାଦାଗ ମଧ୍ୟ ଦୂରକରିବ।
ବ୍ୟବହାର କରିସାରିଥିବା ଟି ବ୍ୟାଗ୍କୁ ଆଖି ତଳେ ରଖନ୍ତୁୁ। ଏଥିରେ ଥିବା ତତ୍ତ୍ୱ ଟ୍ୟାନିଂ, ଆଖି ଫୁଲିବା ଏବଂ ଆଖି ତଳର କଳାଦାଗ ଦୂରକରିବାରେ ସାହାଯ୍ୟ କରିଥାଏ।
୫୦ ଗ୍ରାମ୍ ତୁଳସୀପତ୍ର, ନିମ୍ବପତ୍ର ଏବଂ ପୋଦିନାପତ୍ରରେ ସାମାନ୍ୟ ଗୋଲାପଜଳ ମିଶାଇ ଭଲଭାବେ ଗ୍ରାଇଣ୍ଡିଂ କରନ୍ତୁ। ଏହି ମିଶ୍ରଣରେ ସାମାନ୍ୟ ହଳଦୀଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତକରି ଆଖି ତଳେ ଲଗାନ୍ତୁ। କିଛି ସମୟ ପରେ ଧୋଇଦିଅନ୍ତୁ। କିଛିଦିନ ଏପରି କଲେ ଦେଖିବେ କଳାଦାଗ ଦୂରହୋଇଯାଉଛି।
The post ଆଖିତଳ କଳା ପଡ଼ୁଥିଲେ…ଏହି ଟିପ୍ସ ଆପଣାନ୍ତୁ appeared first on Dharitri Odia News.