ଆଖିବୁଜିଲେ ତହସିଲର କର୍ମଚାରୀ, କାମ ଘରକୁ ଫେରିଲା ବେଳେ…
ବରୀ,୧୫।୮(ମହେନ୍ଦ୍ର ସ୍ବାଇଁଁ) : ଯାଜପୁର ଜିଲା ବରୀ ତହସିଲର କର୍ମଚାରୀ ଅନିଲ କୁମାର ବାନାରାଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ( ୪୫) ବର୍ଷ ବୟସ ହୋଇଥିଲା। ବୁଧବାର ସାରେ ତହସିଲ କାର୍ଯ୍ୟାଳୟରୁ ନିଜ ବାସ ଭାବନକୁ ବାହାରିବା ସମୟରେ ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ବରୀ ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକା ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର […] The post ଆଖିବୁଜିଲେ ତହସିଲର କର୍ମଚାରୀ, କାମ ଘରକୁ ଫେରିଲା ବେଳେ… appeared first on Dharitri Odia News.
ବରୀ,୧୫।୮(ମହେନ୍ଦ୍ର ସ୍ବାଇଁଁ) : ଯାଜପୁର ଜିଲା ବରୀ ତହସିଲର କର୍ମଚାରୀ ଅନିଲ କୁମାର ବାନାରାଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ( ୪୫) ବର୍ଷ ବୟସ ହୋଇଥିଲା। ବୁଧବାର ସାରେ ତହସିଲ କାର୍ଯ୍ୟାଳୟରୁ ନିଜ ବାସ ଭାବନକୁ ବାହାରିବା ସମୟରେ ହଟାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ବରୀ ଗୋଷ୍ଠୀ ସ୍ବାାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକା ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ସୂଚନା ମୁତାବକ ସେ ୫ବର୍ଷ ଧରି ବରୀ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ବରୀ ଓକିଲ ସଂଘର ସଭାପତି ରାଜ କିଶୋର ସାମଲ ଙ୍କ ସଭାପତିତ୍ୱରେ ଏକ ଶୋକ ସଭା କରାଯାଇଛି। ଉକ୍ତ ଶୋକ ସଭାରେ ଓକିଲ ସଂଘର ସଭାପତିତ୍ୱ ସମେତ ଭବାନୀ ଶଙ୍କର ପଣ୍ଡା, ଅଭୟ ବେଉରିଆ,ଧୀରେନ୍ଦ୍ର ସୱାଇଁ, ତପନ ଜେନାଙ୍କ ସମେତ ତହସିଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
The post ଆଖିବୁଜିଲେ ତହସିଲର କର୍ମଚାରୀ, କାମ ଘରକୁ ଫେରିଲା ବେଳେ… appeared first on Dharitri Odia News.