୩୫ ବଲ୍ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ମୋଦି
ନୂଆଦିଲ୍ଲୀ,୫।୫: ଆଇପିଏଲରେ ୩୫ ବଲ୍ରେ ଶତକ ହାସଲ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବ୍ୟାଟିଂରେ ସମସ୍ତେ ପ୍ରଭାବିତ। ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ବହୁତ ପ୍ରଶଂସା କରିଛନ୍ତି। ପାଟଲିପୁତ୍ର ଷ୍ଟାଡିୟମରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୫ର ଉଦଘାଟନୀ ସମାରୋହରେ ସେ କହିଥିଲେ,ଆମେ ସମସ୍ତେ ଆଇପିଏଲରେ ବିହାରର ପୁଅ ବୈଭବ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଦେଖିଛୁ। ବୈଭବ ଏତେ କମ ବୟସରେ ଏତେ ବଡ଼ ରେକର୍ଡ ସୃଷ୍ଟି […] The post ୩୫ ବଲ୍ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୫।୫: ଆଇପିଏଲରେ ୩୫ ବଲ୍ରେ ଶତକ ହାସଲ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବ୍ୟାଟିଂରେ ସମସ୍ତେ ପ୍ରଭାବିତ। ଏବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ବହୁତ ପ୍ରଶଂସା କରିଛନ୍ତି।
ପାଟଲିପୁତ୍ର ଷ୍ଟାଡିୟମରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୫ର ଉଦଘାଟନୀ ସମାରୋହରେ ସେ କହିଥିଲେ,ଆମେ ସମସ୍ତେ ଆଇପିଏଲରେ ବିହାରର ପୁଅ ବୈଭବ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଦେଖିଛୁ। ବୈଭବ ଏତେ କମ ବୟସରେ ଏତେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ଖେଳ ପଛରେ ତାଙ୍କର କଠିନ ପରିଶ୍ରମ ରହିଛି, କିନ୍ତୁ ବିଭିନ୍ନ ସ୍ତରରେ ମ୍ୟାଚ ଖେଳିବା ମଧ୍ୟ ତାଙ୍କୁ ସାହାଯ୍ୟ କରିଛି। ଏହାର ଅର୍ଥ, ଯେତେ ଅଧିକ ଖେଳିବ, ସେ ସେତେ ଅଧିକ ପ୍ରସ୍ଫୁଟିତ ହେବ।
୧୪ ବର୍ଷୀୟ ଖେଳାଳି ଗୁଜୁରାଟ ଟାଇଟାନ୍ସ (GT) ବିପକ୍ଷରେ ତାଙ୍କର ତୃତୀୟ IPL ମ୍ୟାଚ୍ରେ ୩୫ ବଲ୍ରେ ଶତକ ହାସଲ କରିଥିଲେ ଏବଂ ପୁରୁଷ T20 କ୍ରିକେଟ୍ରେ ଶତକ ହାସଲ କରିଥିବା ସବୁଠାରୁ ଯୁବ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ଆଇପିଏଲରେ ଦ୍ରୁତତମ ଶତକ ହାସଲ କରିବାରେ ଭାରତୀୟ ବ୍ୟାଟସମ୍ୟାନ ମଧ୍ୟ ହୋଇଛନ୍ତି। ସେ ଆଇପିଏଲରେ ଦ୍ରୁତତମ ଶତକ ହାସଲ କରିବାରେ କ୍ରିସ ଗେଲଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
The post ୩୫ ବଲ୍ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ମୋଦି appeared first on Dharitri Odia News.