ବର୍ଗର ସାମ୍ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀ ବିରଜା
ଦେଶରେ ମ୍ୟାକ୍ଡୋନାଲ୍ଡସ୍, ଡୋମିନସ୍ ଏବଂ କେଏଫ୍ସି ଭଳି ଫାଷ୍ଟଫୁଡ୍ ବ୍ରାଣ୍ଡ୍ର ଚାହିଦା ରହିଥିବାବେଳେ ବର୍ଗର୍ ବଜାରରେ ହୋମଗ୍ରୋନ୍ ବ୍ରାଣ୍ଡ୍ ‘ବିଗିଜ୍ ବର୍ଗର୍’ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଓଡ଼ିଆ ଉଦ୍ୟୋଗୀ ବିରଜା ରାଉତଙ୍କ ବର୍ଗର୍ ନିଶା ତାଙ୍କୁ ଏହି ବ୍ୟବସାୟିକ ସଫଳତା ଆଣିଦେଇଛି। କେନ୍ଦୁଝର ଜିଲାରେ ଜନ୍ମିତ ବିରଜା ଭୁବନେଶ୍ୱରସ୍ଥିତ ସିଲିକନ୍ ଇନ୍ଷ୍ଟଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଶିକ୍ଷାଲାଭ କରିଛନ୍ତି। ପଢ଼ାସାରିବା ପରେ ଅନ୍ୟମାନଙ୍କ ପରି ସେ ମଧ୍ୟ ବେଙ୍ଗାଲୁରୁରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ […] The post ବର୍ଗର ସାମ୍ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀ ବିରଜା appeared first on Dharitri Odia News.
ଦେଶରେ ମ୍ୟାକ୍ଡୋନାଲ୍ଡସ୍, ଡୋମିନସ୍ ଏବଂ କେଏଫ୍ସି ଭଳି ଫାଷ୍ଟଫୁଡ୍ ବ୍ରାଣ୍ଡ୍ର ଚାହିଦା ରହିଥିବାବେଳେ ବର୍ଗର୍ ବଜାରରେ ହୋମଗ୍ରୋନ୍ ବ୍ରାଣ୍ଡ୍ ‘ବିଗିଜ୍ ବର୍ଗର୍’ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଓଡ଼ିଆ ଉଦ୍ୟୋଗୀ ବିରଜା ରାଉତଙ୍କ ବର୍ଗର୍ ନିଶା ତାଙ୍କୁ ଏହି ବ୍ୟବସାୟିକ ସଫଳତା ଆଣିଦେଇଛି। କେନ୍ଦୁଝର ଜିଲାରେ ଜନ୍ମିତ ବିରଜା ଭୁବନେଶ୍ୱରସ୍ଥିତ ସିଲିକନ୍ ଇନ୍ଷ୍ଟଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଶିକ୍ଷାଲାଭ କରିଛନ୍ତି। ପଢ଼ାସାରିବା ପରେ ଅନ୍ୟମାନଙ୍କ ପରି ସେ ମଧ୍ୟ ବେଙ୍ଗାଲୁରୁରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ପାଇଁ ବର୍ଗର୍ ଚାଖିବାର ସୁଯୋଗ ପାଇଥିଲେ। ସେହି ବର୍ଗର୍ ଯେ ତାଙ୍କ ଭବିଷ୍ୟତ ବଦଳାଇଦେବ ତାହା କେହି କେବେ ଚିନ୍ତା କରି ନ ଥିଲେ। ଇଣ୍ଟରନ୍ୟାଶନାଲ ଫାଷ୍ଟଫୁଡ୍ ଚେନ୍ ଦେଶରେ ବ୍ୟବସାୟ ବିସ୍ତାର କରୁଥିବାବେଳେ ଭାରତୀୟ ଖାଦ୍ୟ ଶିଳ୍ପ ବିଶେଷକରି ଗରମେଟ୍, ଗ୍ରିଲଡ୍ ବର୍ଗର୍ କ୍ଷେତ୍ରରେ କୌଣସି ଭାରତୀୟ ବ୍ରାଣ୍ଡ୍ ନ ଥିବା ସେ ହୃଦୟଙ୍ଗମ କରିଥିଲେ। ବର୍ଗର୍ର ଦେଶୀ ବିକଳ୍ପ ଭାବେ ହୋମଗ୍ରୋନ୍ ବର୍ଗର୍ ବଜାରରେ ଉପଲବ୍ଧ କରାଇବା ପାଇଁ ସେ ସ୍ଥିର କରିଥିଲେ।
ଛୋଟ କିଓସ୍କରୁ ବିଗିଜ୍ ବର୍ଗର୍ ପାଲଟିଛି ନ୍ୟାଶନାଲ ଚେନ
ବିରଜା ୨୦୧୧ରେ ବିମର୍ ଫୁଡ୍ ଆଣ୍ଡ୍ ବେଭେରେଜସ୍ ପ୍ରାଇଭେଟ ଲିମିଟେଡ୍ର ମୂଳଦୂଆ ପକାଇଥିଲେ। ମାତ୍ର ୨୦ହଜାର ଟଙ୍କା ବିନିଯୋଗରେ ସେ ଏକ ଛୋଟ କିଓସ୍କରେ ବର୍ଗର ବ୍ୟବସାୟ ଆରମ୍ଭ କରିଥିଲେ। ବେଙ୍ଗାଲୁରରେ ନିଜ ଅଫିସ୍ ସାମନାରେ ସେ ଏହି କିଓସ୍କ ଖୋଲିଥିବାବେଳେ ଛୁଟିଦିନରେ ବିକ୍ରି ଆରମ୍ଭ କରିଥିଲେ। ସେହି ଛୋଟ କିଓସ୍କ ବର୍ତ୍ତମାନ ବାର୍ଷିକ ଶତାଧିକ କୋଟିର ବ୍ୟବସାୟର ରାସ୍ତା ଦେଖାଇଛି। ୨୦୧୬ରେ ସେ ଆଇଟି ଚାକରୀ ଛାଡ଼ି ବିଗିଜ୍ ବର୍ଗର୍କୁ ସମ୍ପ୍ରସାରଣ କରିବାର ନିଷ୍ପତ୍ତି ନେଇଥିଲେ। ଉତ୍ତମ ଗୁଣବତ୍ତାଯୁକ୍ତ, ଶୁଦ୍ଧ ଏବଂ ଗ୍ରିଲଡ୍ ବର୍ଗର୍୍ ପ୍ରତି ପ୍ରତିବଦ୍ଧତା ହେତୁ ବ୍ରାଣ୍ଡ୍ ଖୁବ୍ଶୀଘ୍ର ଲୋକପ୍ରିୟତା ହାସଲ କରିଥିଲା। ବଜାରରେ ମିଳୁଥିବା ଫ୍ରାଏଡ୍ ବର୍ଗର୍ ତୁଳନାରେ ଏହା ସ୍ବାସ୍ଥ୍ୟକର ବିକଳ୍ପ ଭାବେ ବିବେଚିତ ହେଉଛି। ବର୍ତ୍ତମାନ ୧୬ ରାଜ୍ୟରେ ବିଗିଜ୍ ବର୍ଗରର ୧୫୦ରୁ ଅଧିକ ଆଉଟଲେଟ୍ ସହ ଏହି ବ୍ରାଣ୍ଡ୍ ଦେଶର ସର୍ବବୃହତ୍ ହୋମଗ୍ରୋନ୍ ବର୍ଗର୍ ଚେନ୍ ପାଲଟିଛି।
ସ୍ମାର୍ଟ ବିଜ୍ନେସ ମଡେଲ୍
ବିରଜାଙ୍କ ସଫଳତା କେବଳ ତାଙ୍କ ବର୍ଗରରେ ନୁହେଁ, ବରଂ ତାଙ୍କର ବ୍ୟବସାୟିକ ପରିଯୋଜନାରେ ମଧ୍ୟ ପରିଲକ୍ଷିତ ହୋଇଥାଏ। ଆଇଟି ପ୍ରଫେସନାଲ, ଆର୍ମି ଭେଟେରାନ୍, ସରକାରୀ କର୍ମଚାରୀଙ୍କୁ ବିଗିଜ୍ ବର୍ଗରର୍ ଫ୍ରାଞ୍ଚାଇଜ୍ ପ୍ରଦାନ କରିଛି। ଉତ୍ତମ ଗୁଣବତ୍ତାକୁ ସର୍ବାଗ୍ରେ ରଖୁଥିବା ବିଗିଜ୍ ବର୍ଗର୍ ଉଚ୍ଚମାନର ସାମଗ୍ରୀ ବ୍ୟବହାର କରି ପୋଷଣଯୁକ୍ତ ଶୁଦ୍ଧ ବର୍ଗର୍ ବଜାରରେ ଉପଲବ୍ଧ କରାଇବା ଉପରେ ବିଶ୍ୱାସ ରଖେ। ଫାଷ୍ଟଫୁଡ୍ ବ୍ରାଣ୍ଡ୍ଗୁଡ଼ିକ ମେଟ୍ରୋ ସହରରେ ବ୍ୟବସାୟ ବିସ୍ତାର କରୁଥିବାବେଳେ ବିରଜା ଟାଏର-୨ ଓ ଟାଏର-୩ ସହରକୁ ଗୁରୁତ୍ୱ ଦେଇଥା’ନ୍ତିି । ପ୍ରତି ତିନିମାସରେ ୨୫ ନୂଆ ଷ୍ଟୋର ଖୋଲିବାର ସେ ଲକ୍ଷ୍ୟ ରଖିଛନ୍ତି। ବର୍ଗର୍ ବ୍ୟତୀତ ବିଗ୍ଗାଏଜ୍ ଓ୍ବିଙ୍ଗସ୍ ଆଣ୍ଡ୍ ବର୍ଗରସ୍ ନାମରେ ନୂଆ ଭେଞ୍ଚର ପ୍ରତିଷ୍ଠା କରି ବଗର୍ ସହ ଅନ୍ୟାନ୍ୟ ଖାଦ୍ୟ ଓ ପାନୀୟକୁ ସ୍ଥାନ ଦେଇଛନ୍ତି। ତାଙ୍କର ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବିଭିନ୍ନ ବର୍ଗର ଗ୍ରାହକଙ୍କ ଚାହିଦା ମେଣ୍ଟାଇବାକୁ ରାସ୍ତା ପ୍ରଶସ୍ତ କରିଛି। ଦିନକୁ ଦିନ ବିଗିଜ୍ ବର୍ଗର ବ୍ୟବସାୟ ବିସ୍ତାର କରିଚାଲିଥିବାବେଳେ ଭାରତର ନିଜସ୍ବ ବର୍ଗର୍କୁ ବିଶ୍ୱସ୍ତରରେ ପରିଚିତ କରାଇବା ବିରଜାଙ୍କ ଲକ୍ଷ୍ୟ ରହିଛି।
ସାରା ଭାରତକୁ ଗର୍ବିତ କରିଛନ୍ତି ଓଡ଼ିଆ ଉଦ୍ୟୋଗୀ
କେନ୍ଦୁଝରରୁ ବେଙ୍ଗାଲୁରୁ ଏବଂ ଆଇଟି କ୍ଷେତ୍ରରୁ ଖାଦ୍ୟ ଶିଳ୍ପ ଯାଏ ବିରଜାଙ୍କ ଏହି ଯାତ୍ରା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। କେବଳ ଓଡ଼ିଶା ନୁହେଁତ୍, ସମଗ୍ର ଦେଶର ଯୁବଉଦ୍ୟୋଗୀଙ୍କୁ ସେ ସଫଳତାର ବାଟ ଦେଖାଇଛନ୍ତି। ଉତ୍ତମ ଭାବନା ସହ କାର୍ଯ୍ୟ ପ୍ରତି ଅଙ୍ଗୀକାରବଦ୍ଧତା ରହିଲେ ସବୁ କିଛି ସମ୍ଭବ କରିପାରେ ବୋଲି ବିରଜା ପ୍ରମାଣିତ କରିଛନ୍ତି।
The post ବର୍ଗର ସାମ୍ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀ ବିରଜା appeared first on Dharitri Odia News.