ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ନଭଲନିଙ୍କ ପତ୍ନୀ କହିଲେ ପୁଟିନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ

ମସ୍କୋ,୧୭।୨: ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନଭଲନିଙ୍କ କାରାଗାରରେ ମୃତ୍ୟୁ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାଙ୍କ ପତ୍ନୀ ୟୁଲିଆ ନଭଲନୟା କହିଛନ୍ତି ଯେ ଯଦି ନଭଲନିଙ୍କ ମୃତ୍ୟୁ ଖବର ସତ ତେବେ ପୁଟିନ ଏବଂ ତାଙ୍କ ସହଯୋଗୀମାନେ ନିଶ୍ଚିତ ଦଣ୍ଡ ପାଇବେ। ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ପ୍ରାୟ ଅଶ୍ରୁଳ ଭାଷଣ ଦେଇ ନଭଲନିଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଖବର କେବଳ ରୁଷିଆ ସରକାରଙ୍କ ସୂତ୍ରରୁ ଆସୁଛି, […] The post ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ନଭଲନିଙ୍କ ପତ୍ନୀ କହିଲେ ପୁଟିନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ appeared first on Dharitri Odia News.

ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ନଭଲନିଙ୍କ ପତ୍ନୀ କହିଲେ ପୁଟିନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ

ମସ୍କୋ,୧୭।୨: ରୁଷିଆରେ ରାଷ୍ଟ୍ରପତି ପୁଟିନଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସି ନଭଲନିଙ୍କ କାରାଗାରରେ ମୃତ୍ୟୁ ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ତାଙ୍କ ପତ୍ନୀ ୟୁଲିଆ ନଭଲନୟା କହିଛନ୍ତି ଯେ ଯଦି ନଭଲନିଙ୍କ ମୃତ୍ୟୁ ଖବର ସତ ତେବେ ପୁଟିନ ଏବଂ ତାଙ୍କ ସହଯୋଗୀମାନେ ନିଶ୍ଚିତ ଦଣ୍ଡ ପାଇବେ। ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ପ୍ରାୟ ଅଶ୍ରୁଳ ଭାଷଣ ଦେଇ ନଭଲନିଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଖବର କେବଳ ରୁଷିଆ ସରକାରଙ୍କ ସୂତ୍ରରୁ ଆସୁଛି, ତେଣୁ ଏହା ସମ୍ପୂର୍ଣ୍ଣ ବିଶ୍ୱାସ କରାଯାଇପାରିବ ନାହିଁ କାରଣ ସେ ପୂର୍ବରୁ ଅନେକ ଘଟଣାରେ ଜଡିତ ଥିଲେ। ଅନେକ ଥର ମିଛ କହିଥିଲେ।
ୟୁଲିଆ ନଭଲନୟା କହିଛନ୍ତି ଯେ ‘ଆମେ ପୁଟିନ ଏବଂ ତାଙ୍କ ସରକାର ଉପରେ ବିଶ୍ୱାସ କରିପାରିବୁ ନାହିଁ। ସେମାନେ ସବୁବେଳେ ମିଛ କୁହନ୍ତି, କିନ୍ତୁ ଯଦି ଏହା ସତ ତେବେ ପୁଟିନ ଏବଂ ତାଙ୍କ ସରକାର, ତାଙ୍କ ବନ୍ଧୁମାନେ ଆମ ଦେଶ, ଆମ ପରିବାର, ମୋ ସ୍ବାମୀଙ୍କ ପ୍ରତି ଯାହା କରିଛନ୍ତି, ଆମକୁ ଉତ୍ତର ଦେବାକୁ ପଡିବ ଏବଂ ସେହି ଦିନ ମଧ୍ୟ ଶୀଘ୍ର ଆସିବ। ରୁଷିଆର ‘ମନ୍ଦ ସରକାର’ ବିରୋଧରେ ଏକଜୁଟ ହେବାକୁ ନଭଲନିଙ୍କ ପତ୍ନୀ ସମଗ୍ର ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ନିବେଦନ କରିଥିଲେ।

The post ଆଖିରୁ ଶୁଖୁନି ଲୁହ, କାନ୍ଦି କାନ୍ଦି ନଭଲନିଙ୍କ ପତ୍ନୀ କହିଲେ ପୁଟିନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ appeared first on Dharitri Odia News.