ଛାତ୍ରୀମାନଙ୍କୁ ସୁରକ୍ଷା ଜରୁରୀ: ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଶିବିର ଉଦଘାଟନ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼.ଅସିତ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଅଞ୍ଜଳି ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସେହିଭଳି […] The post ଛାତ୍ରୀମାନଙ୍କୁ ସୁରକ୍ଷା ଜରୁରୀ: ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ appeared first on Dharitri Odia News.
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଶିବିର ଉଦଘାଟନ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼.ଅସିତ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଅଞ୍ଜଳି ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।
ସେହିଭଳି ପ୍ରାକ୍ତନ ସଂଯୋଜିକା ଅଧ୍ୟାପିକା ଡ଼. ଆରତୀ ପାତ୍ର, ଯୁକ୍ତ ୨ ସଂଯୋଜିକା ଅଧ୍ୟାପିକା ଡ. ନିର୍ମଳା ମହାନ୍ତି, ବରିଷ୍ଠ ଅଧ୍ୟାପକ ଡ. ହର୍ଷଚନ୍ଦ୍ର ରଥ, ଆତ୍ମସୁରକ୍ଷା ପ୍ରଶିକ୍ଷିକା ସୁଶ୍ରୀ ଉଷାରାଣୀ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରୀମାନେ ଆତ୍ମସୁରକ୍ଷା କୌଶଳ ଜାଣିବା ପୂର୍ବରୁ ପ୍ରଥମେ ନିଜ ଭିତରେ ଦୃଢ ଆତ୍ମବିଶ୍ବାସ ଜାଗ୍ରତ କରିବା ଦରକାର ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ପୁଷ୍ପଲତା ସାହୁ, ଶାଲିନୀ ସକ୍ସେନା, ଡ. ରଞ୍ଜିତା ପାତ୍ର, ପ୍ରିୟଙ୍କା ପାତ୍ର, ଅଧ୍ୟାପକ ମାନସ କୁମାର ସାହୁଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପକ ଓ ଛାତ୍ରୀ ଉପସ୍ଥିତ ଥିଲେ।
The post ଛାତ୍ରୀମାନଙ୍କୁ ସୁରକ୍ଷା ଜରୁରୀ: ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଘାଟିତ appeared first on Dharitri Odia News.