ଆଖିରେ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ବାଲେଶ୍ଵର : ପିତଳ ସାମଗ୍ରୀ ସଫା କରିବାକୁ ଡାକି ଫସିଗଲେ ବ୍ୟବସାୟୀଙ୍କ ପରିବାର।  ଆଖିରେ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ଵର ସହଦେବ ଖୁଣ୍ଟା ହ୍ଵାଇଟ ହାଉସ ଗଳିରେ ।  ବାଲେଶ୍ଵର ସହରର ପ୍ରତିଷ୍ଠିତ ବ୍ୟବସାୟୀ ଶିବୁ ପୋଦରଙ୍କ ଘରୁ ଲୁଟ କରିଛନ୍ତି ଲୁଟେରା । ସୂଚନା ଅନୁସାରେ ୨ଟି ବାଇକ୍ ରେ ୪ ଜଣ ଲୁଟେରା ଆସିଥିଲେ ।  ୨ ଜଣ ଘର ଭିତରକୁ ପଶିଥିଲେ ।  ମହିଳା ଙ୍କୁ […] The post ଆଖିରେ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି appeared first on KNews Odisha.

ଆଖିରେ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି
balasore gold loot

ବାଲେଶ୍ଵର : ପିତଳ ସାମଗ୍ରୀ ସଫା କରିବାକୁ ଡାକି ଫସିଗଲେ ବ୍ୟବସାୟୀଙ୍କ ପରିବାର।  ଆଖିରେ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ଵର ସହଦେବ ଖୁଣ୍ଟା ହ୍ଵାଇଟ ହାଉସ ଗଳିରେ ।  ବାଲେଶ୍ଵର ସହରର ପ୍ରତିଷ୍ଠିତ ବ୍ୟବସାୟୀ ଶିବୁ ପୋଦରଙ୍କ ଘରୁ ଲୁଟ କରିଛନ୍ତି ଲୁଟେରା ।

ସୂଚନା ଅନୁସାରେ ୨ଟି ବାଇକ୍ ରେ ୪ ଜଣ ଲୁଟେରା ଆସିଥିଲେ ।  ୨ ଜଣ ଘର ଭିତରକୁ ପଶିଥିଲେ ।  ମହିଳା ଙ୍କୁ ପିତଳ ସାମଗ୍ରୀ ସଫା କରିବାକୁ କହି ଆଖିରେ ସ୍ପ୍ରେ କରିଥିଲେ ଓ ମହିଳା ଜଣଙ୍କ ପିନ୍ଧିଥିବା ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।

The post ଆଖିରେ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି appeared first on KNews Odisha.