ଆଗ ଭୋଟ ଦେଲେ, ପରେ ମାଆଙ୍କ ଅନ୍ତ୍ୟେଷ୍ଟି କ୍ରିୟା କଲେ ; ବିହାରରେ ବିରଳ ଉଦାହରଣ ସୃଷ୍ଟି କଲେ ପରିବାର
ନୂଆଦିଲ୍ଲୀ: ନିର୍ବାଚନ ବେଳେ ଅନେକ ଲୋକ ବିଭିନ୍ନ ବାହାନା ଦେଖାଇ ମତଦାନ କରିବାକୁ ଯାଇ ନଥାନ୍ତି । ଅନେକ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ କିଛି ଜଣ ସେମାନଙ୍କ ଭୋଟର ମୂଲ୍ୟକୁ ବୁଝି ପାରନ୍ତି ନାହିଁ । କିନ୍ତୁ ବିହାରକୁ ଏପରି ଏକ ଘଟଣା ସାମନାକୁ ଆସିଛି ଯାହକୁ ଶୁଣିଲେ ଘରେ ରହି ଭୋଟ୍ ଦେବାକୁ ବାହାରୁ ନଥିବା ଲୋକ ଚିନ୍ତା କରିବାକୁ ବାଧ୍ୟ ହେବେ । ଖବର ଅନୁସାରେ ଶନିବାର ବିହାରରେ ଜଣେ ୮୦ ବର୍ଷୀୟା ମହିଳାଙ୍କ ନିଧନ ହୋଇଥିଲା । କିନ୍ତୁ ପରିବାର ଲୋକେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରିବା ପୂର୍ବରୁ ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।ବିହାରର ଜେହାନାବାଦ ଲୋକସଭା ନିର୍ବାଚନ ମଣ୍ଡଳୀରେ ଶେଷ ପର୍ଯ୍ୟାୟ ମତଦାନ ହେଉଛି । ଏହି ଲୋକସଭା କ୍ଷେତ୍ରରେ ଅଧିନରେ ଦେବକୁଲି ଗାଁ ଆସୁଛି । ଆଜି ଗାଁରେ ଜଣେ ୮୦ ବର୍ଷୀୟ ମହିଳାଙ୍କ ପରଲୋକ ଘଟିଥିଲା । ମୃତ ମହିଳାଙ୍କ ପୁଅ ମିଥିଲେଶ ଯାଦବଙ୍କ କହିବା ଅନୁସାରେ, 'ଆଜି ମୋ ମାଆଙ୍କ ଦେହାନ୍ତ ହୋଇଛି । ସେ ଆଉ ଫେରିବେ ନାହିଁ । ତାଙ୍କର ଅନ୍ତିମ ସଂସ୍କାରକୁ ବିଳମ୍ୱରେ କରାଯାଇ ପାରିବ, କିନ୍ତୁ ନିର୍ବାଚନକୁ ନୁହେଁ । ନିର୍ବାଚନ ପୁଣି ଥରେ ୫ ବର୍ଷ ପରେ ଆସିବ, ତେଣୁ ଆମେ (ପରିବାର ସଦସ୍ୟ) ଏହା ଉପରେ କଥା ହେଲୁ ଏବଂ ଭୋଟ ଦେବା ପରେ ମାଆଙ୍କ ଅନ୍ତ୍ୟେଷ୍ଟି କରିବୁ ବୋଲି ନିଷ୍ପତ୍ତି ନେଲୁ ।'ପରିବାର ସଦସ୍ୟ ସେମାନଙ୍କ ପୋଲିଂ ବୁଥ୍ ନମ୍ୱର ୧୧୫ରେ ଯାଇ ଭୋଟ୍ ଦେବା ପ
ନୂଆଦିଲ୍ଲୀ: ନିର୍ବାଚନ ବେଳେ ଅନେକ ଲୋକ ବିଭିନ୍ନ ବାହାନା ଦେଖାଇ ମତଦାନ କରିବାକୁ ଯାଇ ନଥାନ୍ତି । ଅନେକ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ କିଛି ଜଣ ସେମାନଙ୍କ ଭୋଟର ମୂଲ୍ୟକୁ ବୁଝି ପାରନ୍ତି ନାହିଁ । କିନ୍ତୁ ବିହାରକୁ ଏପରି ଏକ ଘଟଣା ସାମନାକୁ ଆସିଛି ଯାହକୁ ଶୁଣିଲେ ଘରେ ରହି ଭୋଟ୍ ଦେବାକୁ ବାହାରୁ ନଥିବା ଲୋକ ଚିନ୍ତା କରିବାକୁ ବାଧ୍ୟ ହେବେ । ଖବର ଅନୁସାରେ ଶନିବାର ବିହାରରେ ଜଣେ ୮୦ ବର୍ଷୀୟା ମହିଳାଙ୍କ ନିଧନ ହୋଇଥିଲା । କିନ୍ତୁ ପରିବାର ଲୋକେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରିବା ପୂର୍ବରୁ ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ବିହାରର ଜେହାନାବାଦ ଲୋକସଭା ନିର୍ବାଚନ ମଣ୍ଡଳୀରେ ଶେଷ ପର୍ଯ୍ୟାୟ ମତଦାନ ହେଉଛି । ଏହି ଲୋକସଭା କ୍ଷେତ୍ରରେ ଅଧିନରେ ଦେବକୁଲି ଗାଁ ଆସୁଛି । ଆଜି ଗାଁରେ ଜଣେ ୮୦ ବର୍ଷୀୟ ମହିଳାଙ୍କ ପରଲୋକ ଘଟିଥିଲା । ମୃତ ମହିଳାଙ୍କ ପୁଅ ମିଥିଲେଶ ଯାଦବଙ୍କ କହିବା ଅନୁସାରେ, 'ଆଜି ମୋ ମାଆଙ୍କ ଦେହାନ୍ତ ହୋଇଛି । ସେ ଆଉ ଫେରିବେ ନାହିଁ । ତାଙ୍କର ଅନ୍ତିମ ସଂସ୍କାରକୁ ବିଳମ୍ୱରେ କରାଯାଇ ପାରିବ, କିନ୍ତୁ ନିର୍ବାଚନକୁ ନୁହେଁ । ନିର୍ବାଚନ ପୁଣି ଥରେ ୫ ବର୍ଷ ପରେ ଆସିବ, ତେଣୁ ଆମେ (ପରିବାର ସଦସ୍ୟ) ଏହା ଉପରେ କଥା ହେଲୁ ଏବଂ ଭୋଟ ଦେବା ପରେ ମାଆଙ୍କ ଅନ୍ତ୍ୟେଷ୍ଟି କରିବୁ ବୋଲି ନିଷ୍ପତ୍ତି ନେଲୁ ।'
ପରିବାର ସଦସ୍ୟ ସେମାନଙ୍କ ପୋଲିଂ ବୁଥ୍ ନମ୍ୱର ୧୧୫ରେ ଯାଇ ଭୋଟ୍ ଦେବା ପରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁ ଆଗକୁ ବଢାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରା ଦେଶର ୫୭ ଲୋକସଭା ଆସନରେ ମତଦାନ ହେଉଛି । ଏହାସହ ଓଡ଼ିଶାର ୪୨ ବିଧାନସଭା ଆସନରେ ମତଦାନ ହେଉଛି ।