ଆଗକୁ ଆହୁରି ବଢ଼ିବ ବଜାର ଦର : ବିସ୍କୁଟ୍‌ଠାରୁ ଟେଲିଫୋନ୍ ବିଲ୍ ସବୁ ହେବ ମହଙ୍ଗା

ନୂଆଦିଲ୍ଲୀ : ବଜେଟ୍‌ରେ ଆୟକରରେ ବଡ଼ ରିଆତି ଆଉ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ଋଣ ଇଏମ୍ଆଇରେ ହ୍ରାସର କୌଣସି ଲାଭ ସାଧାରଣ ଲୋକଙ୍କୁ ମିଳିବନି। କାରଣ ଆଗାମୀ ଦିନରେ ଖୁଚୁରା ବଜାରରେ ଏସବୁ ପଦକ୍ଷେପର ବିପରୀତ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି। ସାଧାରଣ ଖାଉଟିଙ୍କୁ ଲାଗିପାରେ ବଡ଼ ଝଟ୍‌କା। ମାତ୍ର ଦୁଇ ମାସର ବ୍ୟବଧାନ ପରେ ଏବେ ପୁଣିଥରେ ମୂଲ୍ୟ ବୃଦ୍ଧି କରିବାକୁ ସଜବାଜ ହେଲେଣି ଉପଭୋକ୍ତା ସାମଗ୍ରୀ କ୍ଷେତ୍ର ବା ଏଫ୍ଏମ୍‌ସିଜି କମ୍ପାନୀ। ଏଥିରେ ବିସ୍କୁଟଠାରୁ […]

ଆଗକୁ ଆହୁରି ବଢ଼ିବ ବଜାର ଦର : ବିସ୍କୁଟ୍‌ଠାରୁ ଟେଲିଫୋନ୍ ବିଲ୍ ସବୁ ହେବ ମହଙ୍ଗା
price of vegetables is increasing
ନୂଆଦିଲ୍ଲୀ : ବଜେଟ୍‌ରେ ଆୟକରରେ ବଡ଼ ରିଆତି ଆଉ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ଋଣ ଇଏମ୍ଆଇରେ ହ୍ରାସର କୌଣସି ଲାଭ ସାଧାରଣ ଲୋକଙ୍କୁ ମିଳିବନି। କାରଣ ଆଗାମୀ ଦିନରେ ଖୁଚୁରା ବଜାରରେ ଏସବୁ ପଦକ୍ଷେପର ବିପରୀତ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି। ସାଧାରଣ ଖାଉଟିଙ୍କୁ ଲାଗିପାରେ ବଡ଼ ଝଟ୍‌କା। ମାତ୍ର ଦୁଇ ମାସର ବ୍ୟବଧାନ ପରେ ଏବେ ପୁଣିଥରେ ମୂଲ୍ୟ ବୃଦ୍ଧି କରିବାକୁ ସଜବାଜ ହେଲେଣି ଉପଭୋକ୍ତା ସାମଗ୍ରୀ କ୍ଷେତ୍ର ବା ଏଫ୍ଏମ୍‌ସିଜି କମ୍ପାନୀ। ଏଥିରେ ବିସ୍କୁଟଠାରୁ ଆରମ୍ଭ କରି ଟେଲିଫୋନ ଟାରିଫ୍ (ଶୁଳ୍କ) ପର୍ଯ୍ୟନ୍ତ; ସବୁ କିଛି ହୋଇପାରେ ମହଙ୍ଗା। ଉଭୟ କ୍ଷେତ୍ରର ଦୁଇଟି ବଡ଼ କମ୍ପାନୀଙ୍କ  ଆଡୁ ମିଳିଥିବା ସଙ୍କେତ ପରେ ଏହା ସ୍ପଷ୍ଟ ହୋଇଛି।  ହେଲେ ଏଥର ଅଧÒକାଂଶ ସାମଗ୍ରୀରେ ମୂଲ୍ୟ ବୃଦ୍ଧି ୪.୫ପ୍ରତିଶତ ହେବ। ଶେଷଥର ପାଇଁ ଡିେସମ୍ବରରେ ଏଫ୍ଏମ୍‌ସିଜି କମ୍ପାନୀଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ ଦର ୨ପ୍ରତିଶତ ବୃଦ୍ଧି କରିଥିଲେ।
ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟରେ ଅସ୍ଥିରତା ଯୋଗୁଁ ଦ୍ରୁତ ଗତିରେ ବଢ଼ୁଥିବା ବଜାର ଦରକୁ ନେଇ ଏଫ୍ଏମ୍‌ସିଜି କମ୍ପାନୀଗୁଡ଼ିକ ଚିନ୍ତିତ। ସାବୁନ, ସାମ୍ପୁ, ଡିଟରଜେଣ୍ଟ, ପ୍ରସାଧନ ସାମଗ୍ରୀ ଏବଂ ଖାଦ୍ୟ ଉତ୍ପାଦରେ ବ୍ୟବହୃତ ଅଶୋଧିତ ପାମୋଲିନ୍  ତେଲର ମୂଲ୍ୟ ବହୁତ ବୃଦ୍ଧି ପାଇଛି। ଡିସେମ୍ବର ତ୍ରୈମାସିକରେ ପାମୋଲିନ୍  ତେଲ ମୂଲ୍ୟ ବାର୍ଷିକ ଆଧାରରେ ୪୦ ପ୍ରତିଶତ ବୃଦ୍ଧି ପାଇଥÒବା ଏ କ୍ଷେତ୍ରର ଅଗ୍ରଣୀ କମ୍ପାନୀ ହିନ୍ଦୁସ୍ତାନ ୟୁନିଲଭର୍‌ କହିଛି। ବଜାରରେ  ଚା’ ମୂଲ୍ୟ ୨୪% ବୃଦ୍ଧି ପାଇଛି। ଏହି କାରଣରୁ, ଏଚ୍‌ୟୁଏଲ୍ ଏବଂ ଗୋଦରେଜ ଭଳି କମ୍ପାନୀଗୁଡ଼ିକ ପୂର୍ବରୁ ସେମାନଙ୍କର ଉତ୍ପାଦର ମୂଲ୍ୟ ବୃଦ୍ଧି କରିସାରିଛନ୍ତି। ଏ ସମ୍ପର୍କରେ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ର କହିବା କଥା, କମ୍ପାନୀ ଚଳିତ ଆର୍ଥିକ ବର୍ଷର ଶେଷ ସୁଦ୍ଧା ଉତ୍ପାଦ ମୂଲ୍ୟରେ ୪.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରେ। ଉପାଧ୍ୟକ୍ଷ ବରୁଣ ବେରୀ କମ୍ପାନୀର ତୃତୀୟ ତ୍ରୈମାସିକ ଫଳାଫଳ ସମୟରେ ନିବେଶକଙ୍କୁ କହିଥିଲେ ଯେ ଏହି ମୁଦ୍ରାସ୍ଫୀତି ଦୂର ହେବ ନାହିଁ।
କଞ୍ଚାମାଲର ମୂଲ୍ୟ ଏବେ ବି ଅଧିକ ଅଛି, ଯାହା କମ୍ପାନୀର ଲାଭାଂଶକୁ ପ୍ରଭାବିତ କରୁଛି। ଖାଦ୍ୟ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବା ସହିତ ନିରନ୍ତର ମୁଦ୍ରାସ୍ଫୀତି ବୃଦ୍ଧିଜନିତ ପରିବେଶ ମଧ୍ୟରେ ମୂଲ୍ୟ ସମାୟୋଜନ କରାଯାଇଛି। ଚଳିତ ତ୍ରୈମାସିକର ରିପୋର୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ଦୁଇ ଅଙ୍କ ଉପରେ ରହିଛି। ଖାଦ୍ୟଶସ୍ୟର ମୂଲ୍ୟ ୬.୫%, ତେଲ ଏବଂ ଚର୍ବି ପ୍ରାୟ ୧୫% ଏବଂ ପନିପରିବା ଏବଂ ଫଳମୂଳର ମୂଲ୍ୟ ୯% କିମ୍ବା ତା’ଠାରୁ ଅଧିକ ବୃଦ୍ଧି ପାଇଛି। ଏହା ଯୋଗୁଁ ସମସ୍ତ ଉତ୍ପାଦର ମୂଲ୍ୟ ପ୍ରଭାବିତ ହେଉଛି। ତେଣୁ ଏହାର କିଛି ବୋଝ ଗ୍ରାହକମାନଙ୍କ ଉପରେ ମଧ୍ୟ ଲଦିବାକୁ ପଡ଼ିବ।
ଅନ୍ୟପକ୍ଷରେ, ଉପଭୋକ୍ତା ସାମଗ୍ରୀ ଭଳି ଟେଲିକମ୍ କମ୍ପାନୀଗୁଡିକ ଏବେ ପୁଣିଥରେ ମୋବାଇଲ ଫୋନ୍ ଟାରିଫ୍ ବା ଶୁଳ୍କ ମୂଲ୍ୟରେ ଆହୁରି ବୃଦ୍ଧି କରିବାକୁ ଯାଉଛନ୍ତି। ତ୍ରୈମାସିକ ଫଳାଫଳ ପରେ ନିବେଶକଙ୍କ ସହ ଆଲୋଚନା ସମୟରେ ଏୟାରଟେଲ୍‌ର ପରିଚାଳନା ନିର୍ଦ୍ଦେଶକ ଗୋପାଳ ଭିଟ୍ଟଲ କହିଛନ୍ତି ଯେ ଏହି କ୍ଷେତ୍ରର ଆର୍ଥିକ ସ୍ଥିରତା ପାଇଁ ମୋବାଇଲ ଫୋନ୍ ଶୁଳ୍କରେ ଆହୁରି ବୃଦ୍ଧି ଆବଶ୍ୟକ। ତ୍ରୈମାସିକ ଫଳାଫଳ ପରେ ନିବେଶକଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଭାରତରେ ପ୍ରତି ଗ୍ରାହକଙ୍କ ରାଜସ୍ୱ ଏବେ ବି ବିଶ୍ୱ ତୁଳନାରେ ବହୁତ କମ୍ ସ୍ତରରେ ରହିଛି। ଶିଳ୍ପକୁ ଆର୍ଥିକ ଭାବରେ ସ୍ଥିର କରିବା ଏବଂ ନିରନ୍ତର ଭିତ୍ତିରେ ଯୁକ୍ତିଯୁକ୍ତ ରିଟର୍ଣ୍ଣ ପ୍ରଦାନ କରିବା ପାଇଁ ଶୁଳ୍କ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଛି।
ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁଲାଇରେ ଏୟାରଟେଲ୍‌ ସମେତ ପ୍ରାୟ ସମସ୍ତ ଟେଲିକମ୍ କମ୍ପାନୀ ୧୦ ରୁ ୨୧ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କବୃଦ୍ଧି କରିଥିଲେ। ଏହା ଗ୍ରାହକ ପିଛା ରାଜସ୍ୱ ବୃଦ୍ଧି ଘଟାଇଛି। ଗ୍ରାହକ ପିଛା ଏୟାରଟେଲ୍‌ର ରାଜସ୍ୱ ଏବେ ୨୪୫ ଟଙ୍କା ଅତିକ୍ରମ କରିଛି, ଯାହା ବର୍ଷକ ପୂର୍ବେ ୨୦୮ ଟଙ୍କା ଥିଲା। କମ୍ପାନୀ ୨୦୨୪ରେ ୪୮,୯୨୭କୋଟି ଟଙ୍କା ନିବେଶ କରିଥିଲା।