ଆଗକୁ ଓଡ଼ିଶାରେ ଅସହ୍ୟ ଗରମ: ୩ ଦିନ ମଧ୍ୟରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା

ଭୁବନେଶ୍ୱର,୨୪।୩: କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରବଳ ବର୍ଷା ଏବଂ ବଜ୍ରପାତ ପରେ, ଓଡ଼ିଶାରେ ପୁଣି ଥରେ ଉଷ୍ମ ପାଗ ଫେରିବାକୁ ଯାଉଛି, ଯାହା ଆଗାମୀ ଦିନରେ ସାଧାରଣ ଜୀବନକୁ ପ୍ରଭାବିତ କରିବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ପାରଦ ବୃଦ୍ଧି ପାଇଛି ଏବଂ ଦୁଇ ଦିନ ପରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବ। ଯେହେତୁ ଓଡ଼ିଶାର କୌଣସି ସ୍ଥାନ ପାଇଁ ବଜ୍ରପାତ ସତର୍କତା ନାହିଁ, ତେଣୁ ୩ ଦିନ ମଧ୍ୟରେ […] The post ଆଗକୁ ଓଡ଼ିଶାରେ ଅସହ୍ୟ ଗରମ: ୩ ଦିନ ମଧ୍ୟରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା appeared first on Dharitri Odia News.

ଆଗକୁ ଓଡ଼ିଶାରେ ଅସହ୍ୟ ଗରମ: ୩ ଦିନ ମଧ୍ୟରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା

ଭୁବନେଶ୍ୱର,୨୪।୩: କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରବଳ ବର୍ଷା ଏବଂ ବଜ୍ରପାତ ପରେ, ଓଡ଼ିଶାରେ ପୁଣି ଥରେ ଉଷ୍ମ ପାଗ ଫେରିବାକୁ ଯାଉଛି, ଯାହା ଆଗାମୀ ଦିନରେ ସାଧାରଣ ଜୀବନକୁ ପ୍ରଭାବିତ କରିବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ ପାରଦ ବୃଦ୍ଧି ପାଇଛି ଏବଂ ଦୁଇ ଦିନ ପରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଛୁଇଁବ।

ଯେହେତୁ ଓଡ଼ିଶାର କୌଣସି ସ୍ଥାନ ପାଇଁ ବଜ୍ରପାତ ସତର୍କତା ନାହିଁ, ତେଣୁ ୩ ଦିନ ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିବାର ସମ୍ଭାବନା ଅଧିକ। ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ଥିବାବେଳେ, ରାତି ଉଷ୍ମ ରହିବା ସହିତ ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ପାଣିପାଗ ନିର୍ଦ୍ଦେଶକ ମନୋରୋମା ମହାନ୍ତି ସୂଚନା ଦେଇଛନ୍ତି।

ସେହିପରି, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହିତ ବଜ୍ରପାତ ଏବଂ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। ହିଞ୍ଜିଳିରେ ସର୍ବାଧିକ ୫ ସେମି ବର୍ଷା ରେକର୍ଡ କରାଯାଇଥିବା ବେଳେ, ମାଲକାନଗିରିରେ ସର୍ବାଧିକ ସର୍ବାଧିକ ତାପମାତ୍ରା ୩୭.୩ ଡିଗ୍ରୀ ସେଲସିୟସ୍ ଏବଂ ଓଡ଼ିଶାର ସମତଳ ଭୂମିର ଅନୁଗୁଳରେ ସର୍ବନିମ୍ନ ସର୍ବନିମ୍ନ ତାପମାତ୍ରା ୧୭.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ପାଣିପାଗ ବିଭାଗ କହିଛି।

The post ଆଗକୁ ଓଡ଼ିଶାରେ ଅସହ୍ୟ ଗରମ: ୩ ଦିନ ମଧ୍ୟରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା appeared first on Dharitri Odia News.