ସେନା ଶିବିରରେ ଭୂସ୍ଖଳନ: ୩ ମୃତ, ୯ ଯବାନ ନିଖୋଜ

ଗ୍ୟାଙ୍ଗଟକ୍‌,୨।୬: ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବର୍ଷା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ କିଛି ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। କୁହାଯାଉଛି ଯେ, ୯ ଜଣ ସୈନିକ ମଧ୍ୟ ନିଖୋଜ ଅଛନ୍ତି। ଏବେ ସନ୍ଧାନ ଅଭିଯାନ ଚାଲିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଉତ୍ତର ସକ୍କିମର ଚଟାନରେ ଥିବା ସେନା ଶିବିରରେ ଭୂସ୍ଖଳନ ହୋଇଥିଲା, […] The post ସେନା ଶିବିରରେ ଭୂସ୍ଖଳନ: ୩ ମୃତ, ୯ ଯବାନ ନିଖୋଜ appeared first on Dharitri Odia News.

ସେନା ଶିବିରରେ ଭୂସ୍ଖଳନ: ୩ ମୃତ, ୯ ଯବାନ ନିଖୋଜ

ଗ୍ୟାଙ୍ଗଟକ୍‌,୨।୬: ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବର୍ଷା ଏବଂ ଭୂସ୍ଖଳନ ତାଣ୍ଡବ ରଚିଛି। ସିକ୍କିମର ଏକ ସେନା ଶିବିରରେ ଭୂସ୍ଖଳନ ହୋଇଛି। ଏହି ଦୁର୍ଘଟଣାରେ କିଛି ସୈନିକଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। କୁହାଯାଉଛି ଯେ, ୯ ଜଣ ସୈନିକ ମଧ୍ୟ ନିଖୋଜ ଅଛନ୍ତି। ଏବେ ସନ୍ଧାନ ଅଭିଯାନ ଚାଲିଛି।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଉତ୍ତର ସକ୍କିମର ଚଟାନରେ ଥିବା ସେନା ଶିବିରରେ ଭୂସ୍ଖଳନ ହୋଇଥିଲା, ଯାହା ଫଳରେ ଆଖପାଖ ଅଞ୍ଚଳରେ ନିର୍ମିତ ଘରଗୁଡ଼ିକୁ ପ୍ରବଳ କ୍ଷତି ହୋଇଥିଲା। ଏହି ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ନିଖୋଜ ମଧ୍ୟ ଅଛନ୍ତି। ମୃତକମାନଙ୍କୁ ଚିହ୍ନଟ କରିବା ଏବଂ ନିଖୋଜ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଅପରେଶନ କରାଯାଉଛି।

ଉତ୍ତର ସିକିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରାୟ ୧୫୦୦ ପର୍ଯ୍ୟଟକ ଲୋଚନ ଏବଂ ଲାଚୁଙ୍ଗ ଅଞ୍ଚଳରେ ଫସି ରହିଛନ୍ତି। ମାଙ୍ଗାନ ଜିଲା ଏସପି ସୋନମ ଡେଚୁ ଭୂତିଆ କହିଛନ୍ତି, ଲାଚେନରେ ୧୧୫ ଏବଂ ଲାଚୁଙ୍ଗରେ ୧୩୫୦ ପର୍ଯ୍ୟଟକ ରହିଛନ୍ତି। ଭୂସ୍ଖଳନ ଯୋଗୁ ଉଭୟ ପାର୍ଶ୍ୱରୁ ରାସ୍ତା ବନ୍ଦ ହୋଇଯାଇଛି। ସମସ୍ତ ପର୍ଯ୍ୟଟକଙ୍କୁ ବର୍ତ୍ତମାନ ପାଇଁ ସେମାନଙ୍କ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଛି।

 

The post ସେନା ଶିବିରରେ ଭୂସ୍ଖଳନ: ୩ ମୃତ, ୯ ଯବାନ ନିଖୋଜ appeared first on Dharitri Odia News.