ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଥିବାବେଳେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ଏବେ ସବୁଠୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହାରି ଭିତରେ ଭାଜପାର ବରିଷ୍ଠ ନେତା ତଥା ଏମପି ଧର୍ମେନ୍ଦ୍ର ପ୍ରଧାନ ବିଜେଡି ନେତାଙ୍କ ସହ ଯୋଗାଯୋଗା କରିବା ରାଜନୀତିକୁ ସରଗରମ କରିଛି। […] The post ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ! appeared first on Dharitri Odia News.

ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ!

ଭୁବନେଶ୍ୱର,୨୪।୧୨: ବରିଷ୍ଠ ସାମ୍ବାଦିକ ରୁବେନ ବାର୍ନାଜୀଙ୍କ ବହିରେ ବିସ୍ଫୋରକ ଖୁଲାସା ପରେ ରାଜନୀତିରେ ଚହଳ ପଡିଛି। ପାଣ୍ଡିଆନ ପଜଲ ଶୀର୍ଷକ ନାମକ ଅଧ୍ୟାୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ ହୋଇଥିବାବେଳେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ ଏବେ ସବୁଠୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହାରି ଭିତରେ ଭାଜପାର ବରିଷ୍ଠ ନେତା ତଥା ଏମପି ଧର୍ମେନ୍ଦ୍ର ପ୍ରଧାନ ବିଜେଡି ନେତାଙ୍କ ସହ ଯୋଗାଯୋଗା କରିବା ରାଜନୀତିକୁ ସରଗରମ କରିଛି।

BJDର ବରିଷ୍ଠ କର୍ପୋରେଟର ଅମରେଶ ଜେନାଙ୍କ ଡକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଭୁବନେଶ୍ୱରରେ ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଚିତ୍ର ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କ ଗହଣରେ ଦେଖିବାକୁ ମିଳିଥିଲା ଅମରେଶଙ୍କୁ । ତାଙ୍କୁ ଗାଡ଼ି ପାଖକୁ ଡାକିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଭଲ ମନ୍ଦ ବି ପଚାରିଥିଲେ । ଏହାକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ଅମରେଶଙ୍କ ପାଇଁ ଭାଜପାର ଦ୍ୱାର ସବୁବେଳେ ଖୋଲା ଅଛି । ସେହିପରି ଅମରେଶ କହିଛନ୍ତି, କାମ କରିବା ଲୋକ କାମ କରିବା ଲୋକଙ୍କୁ ଖୋଜେ। ମାଇଣ୍ଡ ମ୍ୟାଚ କରୁଥିବା ଲୋକଙ୍କ ସହ ମିଶି କାମ କରୁଛୁ।

The post ଧର୍ମେନ୍ଦ୍ରଙ୍କ ସହ ବିଜେଡି ନେତା, ରାଜନୀତିରେ ପୁଣି ଚହଳ! appeared first on Dharitri Odia News.