ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ

ମୁମ୍ବାଇ, ୨।୧୦:୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ ବ୍ୟକ୍ତି ନିଜର ୬୩ ବର୍ଷୀୟ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସେ ତାଙ୍କ ମା’ଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲେ ଏବଂ ଶରୀର ମଧ୍ୟରେ ଥିବା ବିଭିନ୍ନ ମାଂସ ଖଣ୍ଡକୁ ଲୁଣ ହଳଦୀ ସହ ଗୋଳାଇ ପ୍ୟାନ୍‌ରେ ଗରମ କରିବା ସହ ଖାଇବାକୁ ଲାଗିଥିଲେ। ମାମଲାରେ […] The post ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ appeared first on Dharitri Odia News.

ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ

ମୁମ୍ବାଇ, ୨।୧୦:୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ ବ୍ୟକ୍ତି ନିଜର ୬୩ ବର୍ଷୀୟ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ସେ ତାଙ୍କ ମା’ଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲେ ଏବଂ ଶରୀର ମଧ୍ୟରେ ଥିବା ବିଭିନ୍ନ ମାଂସ ଖଣ୍ଡକୁ ଲୁଣ ହଳଦୀ ସହ ଗୋଳାଇ ପ୍ୟାନ୍‌ରେ ଗରମ କରିବା ସହ ଖାଇବାକୁ ଲାଗିଥିଲେ। ମାମଲାରେ କୋହ୍ଲାପୁର କୋର୍ଟ ଉକ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ପ୍ରଦାନ କରିଥିଲେ। ମଙ୍ଗଳବାର ବମ୍ବେ ହାଇକୋର୍ଟ ମାମଲାର ଶୁଣାଣି କରି କୋହ୍ଲାପୁର କୋର୍ଟଙ୍କ ଉକ୍ତ ଆଦେଶକୁ କାଏମ ରଖିଛନ୍ତି। ସୁନୀଲଙ୍କଠାରେ ସୁଧାରର କୌଣସି ସମ୍ଭାବନା ନ ଥିବା ଦର୍ଶାଇ ଜଷ୍ଟିସ୍‌ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ୍‌ ପୃଥ୍ବୀରାଜ୍‌ ଚୌହାନଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହା ନର ଭକ୍ଷଣର ବିରଳତମ ମାମଲା ହୋଇଥିବା ଉଚ୍ଚ ନ୍ୟାୟାଳୟ କହିଛନ୍ତି।

The post ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ appeared first on Dharitri Odia News.