ଆଗକୁ ଓଡିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ : ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୨।୧୧: ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନକୁ ଆକୃଷ୍ଟ କରିବା ପାଇଁ ୭ ଦିନିଆ ଲଣ୍ଡନ ଗସ୍ତରେ ଗଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଶ୍ୱ ପର୍ଯ୍ୟଟନ କନକ୍ଲେଭରେ ଯୋଗ ଦେବେ ଉପ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଯାଇଛନ୍ତି । ଲଣ୍ଡନରେ ଓଡ଼ିଆ ଏବଂ ପ୍ରବାସୀ ଭାରତୀୟ ମାନଙ୍କୁ ଭେଟିବେ । ଏହାସହ ବିଦେଶୀ ଟୁର ଅପରେଟରଙ୍କ ସହ ବି ଆଲୋଚନା କରିବେ । ଓଡ଼ିଶାରେ ପର୍ଯ୍ୟଟନର ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । କିନ୍ତୁ ପର୍ଯ୍ୟଟନର ପ୍ରଚାର ପ୍ରସାର ଅଭାବରୁ ତାହା ଆଗକୁ ଯାଇପାରୁନି । ଆଗକୁ ଓଡିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଚାଲୋ ଆପନା ଦେଶ ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକ ଏବଂ ଦେଶର କୋଣାନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ସହ ଆଲୋଚନା କରିବେ । ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେ ନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।You Can Read:ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଉଡ଼ିଗଲା ଘରର ଛାତ : ବର୍ତ୍ତିଗଲେ ପରିବାରର ୪ ସଦସ୍ୟ

ଆଗକୁ ଓଡିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ : ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୨।୧୧: ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନକୁ ଆକୃଷ୍ଟ କରିବା ପାଇଁ ୭ ଦିନିଆ ଲଣ୍ଡନ ଗସ୍ତରେ ଗଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଶ୍ୱ ପର୍ଯ୍ୟଟନ କନକ୍ଲେଭରେ ଯୋଗ ଦେବେ ଉପ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଯାଇଛନ୍ତି । ଲଣ୍ଡନରେ ଓଡ଼ିଆ ଏବଂ ପ୍ରବାସୀ ଭାରତୀୟ ମାନଙ୍କୁ ଭେଟିବେ । ଏହାସହ ବିଦେଶୀ ଟୁର ଅପରେଟରଙ୍କ ସହ ବି ଆଲୋଚନା କରିବେ । 

ଓଡ଼ିଶାରେ ପର୍ଯ୍ୟଟନର ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । କିନ୍ତୁ ପର୍ଯ୍ୟଟନର ପ୍ରଚାର ପ୍ରସାର ଅଭାବରୁ ତାହା ଆଗକୁ ଯାଇପାରୁନି । ଆଗକୁ ଓଡିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଚାଲୋ ଆପନା ଦେଶ ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକ ଏବଂ ଦେଶର କୋଣାନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ସହ ଆଲୋଚନା କରିବେ । ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେ ନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ଉଡ଼ିଗଲା ଘରର ଛାତ : ବର୍ତ୍ତିଗଲେ ପରିବାରର ୪ ସଦସ୍ୟ