ଆଗକୁ ତାତି ଆହୁରି ସାଙ୍ଘାତିକ, ୩ରୁ ୪ ଦିନରେ ତାତି ୪୩ ଛୁଇଁବ

ଭୁବନେଶ୍ୱର ୩୧।୦୩:  ବଢ଼ୁଛି ସୂର୍ଯ୍ୟ ଦେବଙ୍କ ପ୍ରକୋପ ।  ମାଲକାନଗିରିରେ ଶନିବାର ୪୧ଡିଗ୍ରୀ ଛୁଇଁଛି ତାତି । ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର  ଓ ନୟାଗଡ଼ରେ ୪୦ଡିଗ୍ରୀ ଟପି ଯାଇଛି। ଦିନ  ୧୧ଟାରୁ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳୁଗୁଳି  ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।   ଆଗକୁ ତାତି ଆହୁରି ସାଙ୍ଘାତିକ ହେବ । ୩ରୁ ୪ ଦିନରେ ତାତି ୪୩ ଛୁଇଁବ । ଆକାଶରୁ ନିଆଁ ବର୍ଷିବ । ଉପକୂଳ ଠୁ ପଶ୍ଚିମ, ଦକ୍ଷିଣ  ଓ ଆଭ୍ୟନ୍ତରୀଣ- ସାରାଓଡ଼ିଶା ଜଳିବ ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  କହୁଛି, ଏପ୍ରିଲ ୨ ତାରିଖରେ ବୌଦ୍ଧରେ  ତାତି ୪୩ ଡିଗ୍ରୀ ଛୁଇଁପାରେ । ୩ରେ ସୋନପୁର, ବଲାଙ୍ଗୀରରେ ତାପମାତ୍ରା  ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ  କେନ୍ଦ୍ର ସତର୍କ କରାଇଛି । ରବିବାର ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ଓ  ପାରଳାଖେମୁଣ୍ଡିରେ ତାତି ୪୧ ଡିଗ୍ରୀ ଛୁଇଁପାରେ । ସୋମବାର ଅନୁଗୁଳ, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୟାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି ଓ ନବରଙ୍ଗପୁରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ । ତେବେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ୁଥିବାରୁ  ଏଣିକି ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ  ସ୍କୁଲ୍‌ରେ ପାଠପଢ଼ା ହେବ । ପ୍ରଥମରୁ ଦ୍ୱାଦଶ  ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଏଭଳି  ନିଷ୍ପତ୍ତି ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ  ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।  ସମସ୍ତ ସରକାରୀ, ବେସରକାରୀ   ଅନୁଦାନପ

ଆଗକୁ ତାତି ଆହୁରି ସାଙ୍ଘାତିକ, ୩ରୁ ୪ ଦିନରେ ତାତି ୪୩ ଛୁଇଁବ

ଭୁବନେଶ୍ୱର ୩୧।୦୩:  ବଢ଼ୁଛି ସୂର୍ଯ୍ୟ ଦେବଙ୍କ ପ୍ରକୋପ ।  ମାଲକାନଗିରିରେ ଶନିବାର ୪୧ଡିଗ୍ରୀ ଛୁଇଁଛି ତାତି । ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର  ଓ ନୟାଗଡ଼ରେ ୪୦ଡିଗ୍ରୀ ଟପି ଯାଇଛି। ଦିନ  ୧୧ଟାରୁ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳୁଗୁଳି  ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।   ଆଗକୁ ତାତି ଆହୁରି ସାଙ୍ଘାତିକ ହେବ । ୩ରୁ ୪ ଦିନରେ ତାତି ୪୩ ଛୁଇଁବ । ଆକାଶରୁ ନିଆଁ ବର୍ଷିବ । ଉପକୂଳ ଠୁ ପଶ୍ଚିମ, ଦକ୍ଷିଣ  ଓ ଆଭ୍ୟନ୍ତରୀଣ- ସାରାଓଡ଼ିଶା ଜଳିବ ।  

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  କହୁଛି, ଏପ୍ରିଲ ୨ ତାରିଖରେ ବୌଦ୍ଧରେ  ତାତି ୪୩ ଡିଗ୍ରୀ ଛୁଇଁପାରେ । ୩ରେ ସୋନପୁର, ବଲାଙ୍ଗୀରରେ ତାପମାତ୍ରା  ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ  କେନ୍ଦ୍ର ସତର୍କ କରାଇଛି । ରବିବାର ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ଓ  ପାରଳାଖେମୁଣ୍ଡିରେ ତାତି ୪୧ ଡିଗ୍ରୀ ଛୁଇଁପାରେ । ସୋମବାର ଅନୁଗୁଳ, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ନୟାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି ଓ ନବରଙ୍ଗପୁରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ । 

ତେବେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ୁଥିବାରୁ  ଏଣିକି ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ  ସ୍କୁଲ୍‌ରେ ପାଠପଢ଼ା ହେବ । ପ୍ରଥମରୁ ଦ୍ୱାଦଶ  ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଏଭଳି  ନିଷ୍ପତ୍ତି ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ  ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।  ସମସ୍ତ ସରକାରୀ, ବେସରକାରୀ   ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍‌ଗୁଡ଼ିକ   ସକାଳୁଆ ସ୍କୁଲ୍‌ ଖୋଲିବାକୁ ନିର୍ଦ୍ଦେଶ   ଦିଆଯାଇଛି । ସ୍କୁଲ୍‌ରେ ପିଇବା ପାଣି,  ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ  ରଖିବାକୁ କୁହାଯାଇଛି । ଜିଲ୍ଲାପାଳମାନେ ନିଜ ଅଞ୍ଚଳର ଖରା ଓ  ତାତିକୁ ଦେଖି ସ୍କୁଲ୍‌ ଖୋଲିବା ଓ ବନ୍ଦ କରିବାସମୟ ପରିବର୍ତ୍ତନ  କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । 

ଆଗକୁ ତାପମାତ୍ରା  ବଢ଼ିବାର ଆଶଙ୍କା ଥିବାରୁ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ  ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ନିର୍ଦ୍ଦେଶ ଦେଇଛନ୍ତି ।   ଦିନରେ ପ୍ରବଳ ଖରା ଯୋଗୁ ତାତି ଅନୁଭୂତ ହେଉଛି । ପୁଣି  ଆର୍ଦ୍ରତା ଅଧିକ ଯୋଗୁ ଭୀଷଣ ଗୁଳଗୁଳି ହେଉଛି । ରାତିରେ  ବି ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ତାପମାତ୍ରା ଅନୁଭୂତ  ହୋଇପାରେ । ଏଭଳି ତାତି ବୟସ୍କ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ  ବିପଜ୍ଜନକ । ସେମାନେ ସତର୍କ ରୁହନ୍ତୁ । ଅନ୍ୟମାନେ ଦିନ ୧୦ଟାରୁ  ୩ଟା ଯାଏ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ନିଅନ୍ତୁ ।  

ଗ୍ରୀଷ୍ମପ୍ରବାହ ଓ ତାତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସହ  ବିଭିନ୍ନ ସରକାରୀ ବିଭାଗକୁ ଏକାଧିକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳାଭାବ ଅଞ୍ଚଳ ଚିହ୍ନଟ କରି ୱାଟର ଟ୍ୟାଙ୍କ ଯୋଗେ  ପାଣି ଯୋଗାଇବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳି ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବାକୁ  ନିର୍ଦ୍ଦେଶ ମିଳିଛି । ଦିନ ସମୟରେ ନିରାଶ୍ରୟଙ୍କ ପାଇଁ ଉଭୟ ଗାଁ  ଓ ସହରରେ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବାକୁ କୁହାଯାଇଛି । ଆସନ୍ତା ୪ରୁ  ୫ ଦିନ ଯାଏ ରାଜ୍ୟରେ ଅସମ୍ଭାଳ ତାତି ହେବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି ।