ଆପଣ ଆମର ନିଜର, ମୃତ୍ୟୁରେ କେହି ଖୁସି ହୁଅନ୍ତି ନାହିଁ; ହତିଆର ଛାଡ଼ିବା ପାଇଁ ନକ୍ସଲଙ୍କୁ ଅମିତ୍ ଶାହଙ୍କ ଅପିଲ୍

ନୂଆଦିଲ୍ଲୀ: ହତିଆର ଛାଡନ୍ତୁ ଓ ସମାଜର ମୁଖ୍ୟଧାରାରେ ସାମିଲ ହୁଅନ୍ତୁ । ଆପଣମାନେ ଆମର ନିଜର ଲୋକ । ନକ୍ସଲଙ୍କ ମୃତ୍ୟୁରେ କେହି ବି ଖୁସି ହୁଅନ୍ତି ନାହିଁ । ଛତିଶଗଡର ଦାନ୍ତେୱାଡ଼ାରେ ଏକ ଜନସଭାକୁ ସମ୍ୱୋଧିତ କରି ଏକ୍ସଲଙ୍କୁ ଆମର୍ପଣ କରିବା ପାଇଁ ଅପିଲ୍ କରି ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଶନିବାର ଛତିଶଗଡ଼ ଗସ୍ତରେ ଅଛନ୍ତି । ଜନସଭାକୁ ସମ୍ୱୋଧିକ କରି କହିଛନ୍ତି ଯେ ମାଓବାଦୀ ହତିଆର ବଳରେ ଅଦିବାସୀଙ୍କ ବିକାଶକୁ ରୋକିପାରିବେ ନାହିଁ । ବିକାଶ ଯାତ୍ରାରେ ସେମାନଙ୍କୁ ନିଶ୍ଚତ ରୂପେ ସାମିଲ ହେବାକୁ ପଡ଼ିବ ।ଜନସଭାକୁ ସମ୍ୱୋଧିକ କରି ଶାହ କହିଛନ୍ତି, 'ସେ ସମୟ ବିତି ସାରିଛି, ଯେତେବେଳେ ଏଠାରେ (ବସ୍ତର) ଗୁଳି ଫୁଟୁଥିଲା ଓ ବୋମା ବିସ୍ଫୋରଣ ହେଉଥିଲା । ତେଣୁ ମୁଁ ଆଜି ପୁଣି ଥରେ ସେମାନଙ୍କୁ ହତିଆର ଛାଡ଼ି ମୁଖ୍ୟଧାରାରେ ସାମିଲ ହେବା ପାଇଁ ଅପିଲ୍ କରୁଛି । ଆପଣମାନେ ଆମର ନିଜର । ଯେତେବେଳେ ବି କୌଣସି ନକ୍ସଲଙ୍କ ମୃତ୍ୟୁ ହୁଏ ସେତେବେଳେ କେହି ମଧ୍ୟ ଖୁସି ହୁଅନ୍ତି ନାହିଁ । କିନ୍ତୁ ଏହି କ୍ଷେତ୍ରର ବିକାଶ ଦରକାର । ଯେଉଁ ବିକାଶ ଏଠାରେ ୫୦ ବର୍ଷରେ ହୋଇନି, ଆମ ପ୍ରଧାନମନ୍ତ୍ରୀ ଆଗାମୀ ୫ ବର୍ଷରେ ବସ୍ତରକୁ ସେହି ସବୁକିଛି ଦେବାକୁ ଚାହୁଁଛନ୍ତି ।'#WATCH | Dantewada, Chhattisgarh: Union Home Minister Amit Shah says, "Now the time has gone when

ଆପଣ ଆମର ନିଜର, ମୃତ୍ୟୁରେ କେହି ଖୁସି ହୁଅନ୍ତି ନାହିଁ; ହତିଆର ଛାଡ଼ିବା ପାଇଁ ନକ୍ସଲଙ୍କୁ ଅମିତ୍ ଶାହଙ୍କ ଅପିଲ୍

ନୂଆଦିଲ୍ଲୀ: ହତିଆର ଛାଡନ୍ତୁ ଓ ସମାଜର ମୁଖ୍ୟଧାରାରେ ସାମିଲ ହୁଅନ୍ତୁ । ଆପଣମାନେ ଆମର ନିଜର ଲୋକ । ନକ୍ସଲଙ୍କ ମୃତ୍ୟୁରେ କେହି ବି ଖୁସି ହୁଅନ୍ତି ନାହିଁ । ଛତିଶଗଡର ଦାନ୍ତେୱାଡ଼ାରେ ଏକ ଜନସଭାକୁ ସମ୍ୱୋଧିତ କରି ଏକ୍ସଲଙ୍କୁ ଆମର୍ପଣ କରିବା ପାଇଁ ଅପିଲ୍ କରି ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଶନିବାର ଛତିଶଗଡ଼ ଗସ୍ତରେ ଅଛନ୍ତି । ଜନସଭାକୁ ସମ୍ୱୋଧିକ କରି କହିଛନ୍ତି ଯେ ମାଓବାଦୀ ହତିଆର ବଳରେ ଅଦିବାସୀଙ୍କ ବିକାଶକୁ ରୋକିପାରିବେ ନାହିଁ । ବିକାଶ ଯାତ୍ରାରେ ସେମାନଙ୍କୁ ନିଶ୍ଚତ ରୂପେ ସାମିଲ ହେବାକୁ ପଡ଼ିବ ।

ଜନସଭାକୁ ସମ୍ୱୋଧିକ କରି ଶାହ କହିଛନ୍ତି, 'ସେ ସମୟ ବିତି ସାରିଛି, ଯେତେବେଳେ ଏଠାରେ (ବସ୍ତର) ଗୁଳି ଫୁଟୁଥିଲା ଓ ବୋମା ବିସ୍ଫୋରଣ ହେଉଥିଲା । ତେଣୁ ମୁଁ ଆଜି ପୁଣି ଥରେ ସେମାନଙ୍କୁ ହତିଆର ଛାଡ଼ି ମୁଖ୍ୟଧାରାରେ ସାମିଲ ହେବା ପାଇଁ ଅପିଲ୍ କରୁଛି । ଆପଣମାନେ ଆମର ନିଜର । ଯେତେବେଳେ ବି କୌଣସି ନକ୍ସଲଙ୍କ ମୃତ୍ୟୁ ହୁଏ ସେତେବେଳେ କେହି ମଧ୍ୟ ଖୁସି ହୁଅନ୍ତି ନାହିଁ । କିନ୍ତୁ ଏହି କ୍ଷେତ୍ରର ବିକାଶ ଦରକାର । ଯେଉଁ ବିକାଶ ଏଠାରେ ୫୦ ବର୍ଷରେ ହୋଇନି, ଆମ ପ୍ରଧାନମନ୍ତ୍ରୀ ଆଗାମୀ ୫ ବର୍ଷରେ ବସ୍ତରକୁ ସେହି ସବୁକିଛି ଦେବାକୁ ଚାହୁଁଛନ୍ତି ।'

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, '୨୦୨୫ର ଚତୁର୍ଥ ମାସ ଆରମ୍ଭ ସୁଦ୍ଧା ୫୨୧ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏହା ପୂର୍ବରୁ ୨୦୨୪ରେ ୮୮୧ ନକ୍ସଲ ଆତ୍ମସମର୍ପଣ କରିସାରିଥିଲେ । ଯେଉଁମାନେ ଆତ୍ମସମର୍ପଣ କରିବେ, ସେମାନେ ମୁଖ୍ୟଧାରାରେ ସାମିଲ ହେବେ । ଯେଉଁମାନେ ହତିଆର ଧରି ରହିବେ, ସେମାନଙ୍କୁ ସୁରକ୍ଷାକର୍ମୀ ଦେଖିବେ । ଯାହା ବି ହେଇଯାଉ, ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସାରା ଦେଶକୁ ଲାଲ ଆତଙ୍କରୁ ମୁକ୍ତ କରିବା କାମ ବିଜେପି ସରକାର କରିବ ।'

Also Read: ଶାହଙ୍କ ବସ୍ତର ଗସ୍ତ ଭିତରେ ଆତ୍ମସମର୍ପଣ କଲେ ୮୬ ନକ୍ସଲ, ଯବାନଙ୍କ ଅପରେସନରେ ଭୟଭୀତ ମାଓବାଦୀ