ଆଗକୁ ମା’ କାଳୀଙ୍କ ଦଣ୍ଡଯାତ୍ରା, ଗଞ୍ଜାମ ସହର ଚଳଚଞ୍ଚଳ

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ ): ଆସନ୍ତା ୨୫ରୁ ଆରମ୍ଭ ହେବ ଗଞ୍ଜାମ ଜିଲା ପ୍ରସିଦ୍ଧ ମା କାଳୀଙ୍କ ଦଣ୍ଡଯାତ୍ରା l ଏଥିପାଇଁ ଗଞ୍ଜାମ ସହର ସମେତ ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। କିଛି ସ୍ଥାନରେ ତେର ଦିନିଆ ଆଉ କିଛି ସ୍ଥାନରେ ୨୧ ଦିନିଆ ଦଣ୍ଡ ଯାତ୍ରା ପାଳିତ ହେବାକୁ ଯାଉଛି । ବିଭିନ୍ନ ଅନୁଷ୍ଠାନର ଭକ୍ତ ମା’ଙ୍କ ଘଟ ଧରି ଗାଁ ଗାଁ ବୁଲି ମାନସିକ ଧାରୀଙ୍କ ଦାଣ୍ଡରେ ଧୂଳି ଦଣ୍ଡ କରିବେ। ରାତିରେ ପୁଣି […] The post ଆଗକୁ ମା’ କାଳୀଙ୍କ ଦଣ୍ଡଯାତ୍ରା, ଗଞ୍ଜାମ ସହର ଚଳଚଞ୍ଚଳ appeared first on Dharitri Odia News.

ଆଗକୁ ମା’ କାଳୀଙ୍କ ଦଣ୍ଡଯାତ୍ରା, ଗଞ୍ଜାମ ସହର ଚଳଚଞ୍ଚଳ

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ ): ଆସନ୍ତା ୨୫ରୁ ଆରମ୍ଭ ହେବ ଗଞ୍ଜାମ ଜିଲା ପ୍ରସିଦ୍ଧ ମା କାଳୀଙ୍କ ଦଣ୍ଡଯାତ୍ରା l ଏଥିପାଇଁ ଗଞ୍ଜାମ ସହର ସମେତ ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। କିଛି ସ୍ଥାନରେ ତେର ଦିନିଆ ଆଉ କିଛି ସ୍ଥାନରେ ୨୧ ଦିନିଆ ଦଣ୍ଡ ଯାତ୍ରା ପାଳିତ ହେବାକୁ ଯାଉଛି । ବିଭିନ୍ନ ଅନୁଷ୍ଠାନର ଭକ୍ତ ମା’ଙ୍କ ଘଟ ଧରି ଗାଁ ଗାଁ ବୁଲି ମାନସିକ ଧାରୀଙ୍କ ଦାଣ୍ଡରେ ଧୂଳି ଦଣ୍ଡ କରିବେ। ରାତିରେ ପୁଣି ମା’ଙ୍କ ସମ୍ମୁଖରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ତଥା ଦଣ୍ଡ ବିଧାନ ଚଢ଼େୟା ନାଟ କିମା ସାମାଜିକ ଅପେରା ମଞ୍ଚସ୍ଥ ହେବ ।

ଏଥିପାଇଁ ବିଭିନ୍ନ ଅନୁଷ୍ଠାନର ଆଖଡ଼ା ଶାଳରେ ନାଟକ ଅଭ୍ୟାସ ଚାଲିଛି । ଗଞ୍ଜାମ ଦାମୋଦର ପୁର, ଚୌଧୁରୀ ସାହି,ପୁରୁଷୋତ୍ତମପୁର ଗୌଡ଼ ପୁଞ୍ଜା, ଧୋବା ପୁଞ୍ଜା, କମାପଲି, ଆଦି ଅନୁଷ୍ଠାନର ଦଣ୍ଡକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିଚାଳନା କରୁଛନ୍ତି l କମାପଲିର ପୁଞ୍ଜାର ହାଃ କୃଷ୍ଣ ବୋଲି ଯାଉ ଜୀବ ନାଟକର ନିଦ୍ଦେର୍ର୍ଶନା ଦେଉଛନ୍ତି ଅଧ୍ୟାପକ ଡ଼ ଗୌରୀ ଶଙ୍କର ଶତପଥୀ ।

The post ଆଗକୁ ମା’ କାଳୀଙ୍କ ଦଣ୍ଡଯାତ୍ରା, ଗଞ୍ଜାମ ସହର ଚଳଚଞ୍ଚଳ appeared first on Dharitri Odia News.