ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ…
ଲକ୍ଷ୍ନୌ,୨୨।୨: କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପରିଚାଳିତ ହେଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମହିଳାଙ୍କ ସଂଖ୍ୟା ଅଧିକ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାର ମହିଳାଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପରିଚାଳିତ କରୁଛନ୍ତି। ଏବେ ଉତ୍ତର ପ୍ରଦେଶ ସରକାର ରାଜ୍ୟର ମହିଳାମାନଙ୍କୁ ମାଗଣା ସ୍କୁଟି ଯୋଗାଇବାକୁ ଯାଉଛନ୍ତି। ଏହି ଯୋଜନାର ନାମ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା […] The post ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ… appeared first on Dharitri Odia News.
ଲକ୍ଷ୍ନୌ,୨୨।୨: କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ପରିଚାଳିତ ହେଉଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତର ପ୍ରଦେଶରେ ମହିଳାଙ୍କ ସଂଖ୍ୟା ଅଧିକ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାର ମହିଳାଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପରିଚାଳିତ କରୁଛନ୍ତି। ଏବେ ଉତ୍ତର ପ୍ରଦେଶ ସରକାର ରାଜ୍ୟର ମହିଳାମାନଙ୍କୁ ମାଗଣା ସ୍କୁଟି ଯୋଗାଇବାକୁ ଯାଉଛନ୍ତି। ଏହି ଯୋଜନାର ନାମ ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ରଖାଯାଇଛି। ଆସନ୍ତୁ ଜାଣିବା ରାଜ୍ୟ ସରକାର କେଉଁ ମହିଳାଙ୍କୁ ମାଗଣା ସ୍କୁଟି ଦେବେ ଏବଂ ଏହି ଯୋଜନାରୁ ସେମାନେ କିପରି ଲାଭ ପାଇବେ?
କିଏ ମାଗଣା ସ୍କୁଟି ପାଇବ?
ରାଜ୍ୟ ସରକାର ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳର ଅନେକ ଝିଅ ଉଚ୍ଚଶିକ୍ଷା ପାଇଁ ସହରକୁ ଯିବାର ସାମର୍ଥ୍ୟ ନ ଥିବାରୁ ସେମାନଙ୍କର ଶିକ୍ଷା ଅଧା ରାସ୍ତାରେ ଛାଡି ଦିଅନ୍ତି। ଦ୍ୱାଦଶ ଶ୍ରେଣୀରେ ଭଲ ଫଳାଫଳ ଆଣିଥିବା ଝିଅମାନଙ୍କୁ ଉତ୍ତର ପ୍ରଦେଶ ସରକାର ମାଗଣା ସ୍କୁଟି ଯୋଗାଇବେ। ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟ ବୋର୍ଡ ଏବଂ ସିବିଏସ୍ଇ ବୋର୍ଡରେ ପଢ଼ୁଥିବା ଝିଅ ଛାତ୍ରୀମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବେ।
କିପରି ପାଇବେ ମାଗଣା ସ୍କୁଟି:
ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନାର ଲାଭ ଝିଅମାନେ କିପରି ପାଇବେ ସେ ବିଷୟରେ ଆବଶ୍ୟକୀୟ ସୂଚନା ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଆହୁରି ଅନେକ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଗ୍ରାମାଞ୍ଚଳରୁ ପ୍ରୟାଗରାଜ ଏବଂ ଲକ୍ଷ୍ନୌ ଭଳି ସହରକୁ ଶିକ୍ଷା ଗ୍ରହଣ କରିବା ପାଇଁ ଆସୁଥିବା ଝିଅମାନଙ୍କୁ ସୁରକ୍ଷିତ ଏବଂ ସୁଲଭ ଘର ଯୋଗାଇବା ପାଇଁ ଉତ୍ତର ପ୍ରଦେଶ ସରକାର ଖୁବ ଶୀଘ୍ର ବାଳିକା ଛାତ୍ର ଗୃହ ଯୋଜନା ଆରମ୍ଭ କରିବେ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନାଗୁଡ଼ିକ ଲକ୍ଷ ଲକ୍ଷ ଝିଅଙ୍କୁ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବ।
The post ଝିଅମାନଙ୍କୁ ମାଗଣା ସ୍କୁଟି ଦେବେ ସରକାର; କିଏ ଏବଂ କିଭଳି ଉଠାଇପାରିବେ ଏହାର ଲାଭ, ଜାଣନ୍ତୁ… appeared first on Dharitri Odia News.