ଆଗକୁ ରଥଯାତ୍ରା ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ଅବସ୍ଥା ବେହାଲ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା ମାସରେ ଆସୁଛି ପ୍ରସିଦ୍ଧ ରଥଯାତ୍ରା। ଏଥି ପାଇଁ ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ମଧ୍ୟ ସରିଲାଣି କିନ୍ତୁ ମହାପ୍ରଭୁ ଙ୍କ ମାଉସୀ ମନ୍ଦିର ଅବସ୍ଥା ଠିକ୍ ନ ଥିବା ବେଳେ ବଡ଼ଦାଣ୍ଡ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ପଶ୍ଚିମ ଓଡିଶାର ସବୁଠୁ ସୁଉଚ୍ଚ ଥିବା ଏହି ପ୍ରାଚୀନ ମନ୍ଦିର ରେ ପିପଲ ଗଛ ଗୁଡିକ ବଡ ବଡ ହୋଇ ଚେର ମାନ ମନ୍ଦିର କାନ୍ଥ କୁ […] The post ଆଗକୁ ରଥଯାତ୍ରା ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ଅବସ୍ଥା ବେହାଲ appeared first on Odisha.News.

ଆଗକୁ ରଥଯାତ୍ରା ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ଅବସ୍ଥା ବେହାଲ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆସନ୍ତା ମାସରେ ଆସୁଛି ପ୍ରସିଦ୍ଧ ରଥଯାତ୍ରା। ଏଥି ପାଇଁ ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ମଧ୍ୟ ସରିଲାଣି କିନ୍ତୁ ମହାପ୍ରଭୁ ଙ୍କ ମାଉସୀ ମନ୍ଦିର ଅବସ୍ଥା ଠିକ୍ ନ ଥିବା ବେଳେ ବଡ଼ଦାଣ୍ଡ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି। ପଶ୍ଚିମ ଓଡିଶାର ସବୁଠୁ ସୁଉଚ୍ଚ ଥିବା ଏହି ପ୍ରାଚୀନ ମନ୍ଦିର ରେ ପିପଲ ଗଛ ଗୁଡିକ ବଡ ବଡ ହୋଇ ଚେର ମାନ ମନ୍ଦିର କାନ୍ଥ କୁ ପ୍ରବେଶ କରିବା ସହ କାନ୍ଥ ମାନଙ୍କୁ ଫଟେଇ ବସିଲାଣି। ଆଗକୁ ବର୍ଷା ହେଲେ ପାଣି ଗଳିବା ଥୟ ଏନେଇ ମନ୍ଦିର ର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନ ଉଠେଇଲେଣୀ ବୁଦ୍ଧିଜୀବି। ଅନ୍ୟ ପକ୍ଷରେ ଯାହା ଜଣାପଡ଼ିଛି ମନ୍ଦିର ପାଇଁ ୫ ଲକ୍ଷ୍ୟ ଟଙ୍କା ଅନୁଦାନ ଥାଇ ମଧ୍ୟ ରକ୍ଷଣ ବେକ୍ଷଣ କାମ ହେଉନି ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି।ସେପଟେ ବଡଦାଣ୍ଡ ମଧ୍ଯ ଖାଲ ଖମା ରେ ଭର୍ତ୍ତି। ମହାପ୍ରଭୁ ଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ନେଇ ସନ୍ଦେହ ସୃଷ୍ଟି କରିଛି। ଯଦି ବି ପହଞ୍ଚିବ ରଥ ଅଖ ବାରମ୍ଵାର ଭାଙ୍ଗିବା ନେଇ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି। ବଡ଼ଦାଣ୍ଡ ର ଗଙ୍ଗାଧର ମେହେର ଛକ ଠାରୁ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଦୀର୍ଘ ୧୪ ବର୍ଷ ହେଲା ଏଥି ପାଇଁ ଟଙ୍କା ଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ। ଏଥି ପାଇଁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ଠିକ୍ ରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି।

The post ଆଗକୁ ରଥଯାତ୍ରା ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ଅବସ୍ଥା ବେହାଲ appeared first on Odisha.News.