ବିଳମ୍ବିତ ରାତିରେ ଜଲିଗଲା କାର୍,କାରଣ ଅସ୍ପଷ୍ଟ।
କଳାହାଣ୍ଡି,୧୧/୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଜାତୀୟ ରାଜପଥ ୨୬ କଡ ଡ଼ାକ ବଙ୍ଗଳା ନିକଟରେ ପାର୍କିଂ ଥିବା ଏକ କାର ରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗି କାର ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି। କାର ରେ ନିଆଁ ଲାଗିଥିବା ଦେଖି କାର ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ କାର ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। […] The post ବିଳମ୍ବିତ ରାତିରେ ଜଲିଗଲା କାର୍,କାରଣ ଅସ୍ପଷ୍ଟ। appeared first on Odisha.News.

କଳାହାଣ୍ଡି,୧୧/୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଜାତୀୟ ରାଜପଥ ୨୬ କଡ ଡ଼ାକ ବଙ୍ଗଳା ନିକଟରେ ପାର୍କିଂ ଥିବା ଏକ କାର ରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗି କାର ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି। କାର ରେ ନିଆଁ ଲାଗିଥିବା ଦେଖି କାର ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ କାର ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। କାର ଟି ଆମପାଣି ଗ୍ରାମର ଶୁଭମ।ପାଣିଗ୍ରାହୀ ଙ୍କ ହୋଇଥିବା ବେଳେ ଏନେଇ ବୁଧବାର ସକାଳେ ଗାଡ଼ି ମାଲିକ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗାଡ଼ିଟି ସର୍ଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ମାଲିକ ଅନୁମାନ କରିଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।ଏନେଇ ଆମପାଣି ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି।
The post ବିଳମ୍ବିତ ରାତିରେ ଜଲିଗଲା କାର୍,କାରଣ ଅସ୍ପଷ୍ଟ। appeared first on Odisha.News.