ଆଗାମୀ ଦଶନ୍ଧି ହେବ ଯୁବକଙ୍କ ଦଶନ୍ଧି, ଯୁବଶକ୍ତି ହିଁ ନୂଆ ଓଡ଼ିଶା ଗଠନ କରିବେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଶେଷ କ୍ୟାବିନେଟରେ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶାର ସାଢା ଚାରି କୋଟି ପରିବାରର ସେବା କରିବାକୁ ମନୋନୀତ ହୋଇଥିବାରୁ ମୁଁ ନିଜକୁ ଖୁସି ଅନୁଭବ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାତ୍ୟାବିଧ୍ୱଂସ୍ତ ଅନୁନ୍ନତ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ କିଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ କହିଛନ୍ତି। ରାଜ୍ୟକୁ ବିକାଶର ପଥରେ ଫେରାଇ ଆଣିବା ଏକ ଆହ୍ବାନ ଥିଲା। ରାଜ୍ୟର ସାଢ଼େ ୪କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି। […]

ଭୁବନେଶ୍ବର: ଶେଷ କ୍ୟାବିନେଟରେ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶାର ସାଢା ଚାରି କୋଟି ପରିବାରର ସେବା କରିବାକୁ ମନୋନୀତ ହୋଇଥିବାରୁ ମୁଁ ନିଜକୁ ଖୁସି ଅନୁଭବ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାତ୍ୟାବିଧ୍ୱଂସ୍ତ ଅନୁନ୍ନତ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ କିଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ କହିଛନ୍ତି। ରାଜ୍ୟକୁ ବିକାଶର ପଥରେ ଫେରାଇ ଆଣିବା ଏକ ଆହ୍ବାନ ଥିଲା। ରାଜ୍ୟର ସାଢ଼େ ୪କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି। ଆଜି ଓଡ଼ିଶା ଦେଶର ସବୁଠୁ ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି ଓ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ମଡେଲର ଉଦାହରଣ ଦିଆଯାଉଛି ।
ଗତ ୫ବର୍ଷ ଫାଇଭ-ଟି ସିଦ୍ଧାନ୍ତ ଆଧାରିତ ରହିଛି । ଇତିହାସରେ ଏହି ଅବଧିକୁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣ କରାଯିବ ଯାହାକି ଓଡ଼ିଶାକୁ ରୂପାନ୍ତରୀକରଣ ଓ ସମୃଦ୍ଧି ପଥରେ ଆଗକୁ ନେଇଛି । ରୂପାନ୍ତରୀକରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି । ସ୍ୱଚ୍ଛ ପ୍ରଶାସନ ଓ ପ୍ରଯୁକ୍ତିବିଦ୍ୟାର ଅଧିକ ଉପଯୋଗ ମାଧ୍ୟମରେ ଆମ ଟିମ୍ ଖୁବ୍ କମ ସମୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନବୀନ କହିଛନ୍ତି ଯେ, ଓଡ଼ିଶାର ଭବିଷ୍ୟତ ଉଜ୍ୱଳ । ଆମେ ୨୦୩୬ ମସିହାରେ ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛି । ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଏକ ନମ୍ବର ହେଉ ଆମେ ଚାହୁଁଛୁ । ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର । ଯୁବବର୍ଗଙ୍କ ମହତ୍ୱାକାଂକ୍ଷାଙ୍କୁ ଗୁରୁତ୍ୱ ଦେଇ ସର୍ବୋକୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କୁ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସଶକ୍ତ କରିବାକୁ ପଡ଼ିବ। ରାଜ୍ୟର ଯୁବବର୍ଗ ନୂଆ ଓଡ଼ିଶା ନିର୍ମାଣ କରିବେ । ଏଭଳି ଏକ ରାଜ୍ୟ ଯାହା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଆଉ ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବ। ଓଡ଼ିଶାବାସୀଙ୍କ ଗଭୀର ଆସ୍ଥା ମୋତେ ସର୍ବଦା ଧନ୍ୟ ଓ ବିନମ୍ର କରାଇଛି ଯାହାକି ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛି ବୋଲି ସେ କହିଛନ୍ତି। ଆଗାମୀ ୧୦ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। ଆମେ ଏକ ସଶକ୍ତ ଓଡ଼ିଶାର ଆରମ୍ଭ କରିବୁ ଯାହା ଆଧୁନିକ, ଗତିଶୀଳ ଓ ଉତ୍ତରଦାୟୀ ରହିବ- ମୁଖ୍ୟତଃ ଆମର ଯୁବବର୍ଗଙ୍କ ପାଇଁ । ଆମର ମହିଳା ଓ ଶିଶୁ, ଉଦ୍ୟୋଗୀ, ଚାଷୀ ଓ ଆଦିବାସୀଙ୍କ ପାଇଁ ହେବ। ଆପଣମାନଙ୍କ ସମସ୍ତ ଆଶୀର୍ବାଦରେ ଆଗକୁ ବଢ଼ିବ।