ଆଗାମୀ ଦୁଇ ଦିନ ଓଡ଼ିଶାରେ ବର୍ଷା ସମ୍ଭାବନା: ପୁଣି ବର୍ଷା ଖବର ବଢାଇଲା ଚାଷୀଙ୍କ ଚିନ୍ତା
କନକ ବ୍ୟୁରୋ : ଚାଷୀଙ୍କ ମୁଣ୍ଡରେ ବର୍ଷା ଚିନ୍ତା। ଆଜି ଓ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢିଛି । କେମିତି ଅମଳ ଧାନକୁ ସୁରକ୍ଷିତ ରଖିବେ । ବିଲରୁ ଧାନ କିପରି ଘରକୁ ଆସିବ, ସେନେଇ ଚାଷୀର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ପାଣିପାଗ ବିଭାଗ ଆକଳନ କରିଛି ୨୪ ଓ ୨୫ରେ ପୁଣି ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ । ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିପାଇଁ ବ୍ୟତିବ୍ୟସ୍ତ ହୋଇପଡ଼ିଛି ଚାଷୀ । ତରତର ହୋଇ ଧାନ ଫସଲ ସୁରକ୍ଷିତ ରଖିବାକୁ ଲାଗିପଡ଼ିଛି ।