ଆଗାମୀ ନିର୍ବାଚନ ପାଇଁ ବିଜେଡିର ବଡ଼ ଲକ୍ଷ୍ୟ ୭୫ ପ୍ରତିଶତ ଆସନରେ ଜିତିବା
ଭୁବନେଶ୍ୱର : ଆଗାମୀ ନିର୍ବାଚନ ପାଇଁ ବିଜେଡିର ଦୁଇଟି ବଡ଼ ଲକ୍ଷ୍ୟ। ପ୍ରଥମ, ୭୫ ପ୍ରତିଶତ ଆସନରେ ଜିତିବା। ଦ୍ବିତୀୟ, ନିର୍ବାଚନ ପରେ ରାଷ୍ଟ୍ର ଗଠନ ପାଇଁ ସହଭାଗୀ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ମିଶି ଜନ କଲ୍ୟାଣ ପାଇଁ ବିଜେଡି କାର୍ଯ୍ୟ କରିବ। ଆଜି ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଲେଖିଛନ୍ତି, ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ […] The post ଆଗାମୀ ନିର୍ବାଚନ ପାଇଁ ବିଜେଡିର ବଡ଼ ଲକ୍ଷ୍ୟ ୭୫ ପ୍ରତିଶତ ଆସନରେ ଜିତିବା appeared first on KNews Odisha.

ଭୁବନେଶ୍ୱର : ଆଗାମୀ ନିର୍ବାଚନ ପାଇଁ ବିଜେଡିର ଦୁଇଟି ବଡ଼ ଲକ୍ଷ୍ୟ। ପ୍ରଥମ, ୭୫ ପ୍ରତିଶତ ଆସନରେ ଜିତିବା। ଦ୍ବିତୀୟ, ନିର୍ବାଚନ ପରେ ରାଷ୍ଟ୍ର ଗଠନ ପାଇଁ ସହଭାଗୀ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ମିଶି ଜନ କଲ୍ୟାଣ ପାଇଁ ବିଜେଡି କାର୍ଯ୍ୟ କରିବ। ଆଜି ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।
ଲେଖିଛନ୍ତି, ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ ସମସ୍ତ ୨୧ ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରିବା। ଓଡ଼ିଶାବାସୀଙ୍କ ସମର୍ଥନ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ତିନି ତୃତୀୟାଂଶ ଆସନରୁ ଅଧିକ ଆସନରେ ବିଜୟୀ ହେବ ବିଜେଡି।
ରାଷ୍ଟ୍ରଗଠନ ପାଇଁ ସହକାରୀ ସଂଘବାଦ ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନେବ। ବିଜେଡିର ଲକ୍ଷ୍ୟ ନୂତନ ଓ ସଶସ୍ତ ଓଡ଼ିଶା। ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଆମେ ଏହାକୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ ବୋଲି ଲେଖିଛନ୍ତି ପ୍ରଣବ ପ୍ରକାଶ ଦାସ।
The post ଆଗାମୀ ନିର୍ବାଚନ ପାଇଁ ବିଜେଡିର ବଡ଼ ଲକ୍ଷ୍ୟ ୭୫ ପ୍ରତିଶତ ଆସନରେ ଜିତିବା appeared first on KNews Odisha.