ନୟାଗଡ଼ ଦେବୋତ୍ତର କଲୋନୀରେ ଅଭାବନୀୟ ଘଟଣା, ବନ୍ଦ୍ ଘରୁ ବାପା ଝିଅଙ୍କ ମୃତଦେହ ଉଦ୍ଧାର
ନୟାଗଡ ୨୫/୦୭: ନୟାଗଡ଼ ଦେବୋତ୍ତର କଲୋନୀରେ ଅଭାବନୀୟ ଘଟଣା । ବନ୍ଦ ଘରୁ ମିଳିଲା ବାପ-ଝିଅଙ୍କ ମୃତଦେହ । ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେଇ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ । ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ନୟାଗଡ଼ ସହର ଦେବୋତ୍ତର ଲେନ ୪ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ ୩ ମାସ ପୁର୍ବରୁ ଦ୍ୱିତୀୟ ବିବାହ କରିଥିଲେ । ସବୁ କିଛି ଠିକଠାକ ଥିଲା । ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ବୁଧବାର ରାତିରେ ନୟାଗଡ଼ ସ୍ଥିତ ରହୁଥିବା ଭଡାଘରକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ । ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ବେଡ଼୍ ରେ ପଡ଼ିରହିଛି l ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରି ରଖିଛି l ଆଜି ସାଇଣ୍ଟିଫିକ ଟିମ
ନୟାଗଡ ୨୫/୦୭: ନୟାଗଡ଼ ଦେବୋତ୍ତର କଲୋନୀରେ ଅଭାବନୀୟ ଘଟଣା । ବନ୍ଦ ଘରୁ ମିଳିଲା ବାପ-ଝିଅଙ୍କ ମୃତଦେହ । ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେଇ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ । ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ନୟାଗଡ଼ ସହର ଦେବୋତ୍ତର ଲେନ ୪ ରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ ୩ ମାସ ପୁର୍ବରୁ ଦ୍ୱିତୀୟ ବିବାହ କରିଥିଲେ । ସବୁ କିଛି ଠିକଠାକ ଥିଲା । ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ବୁଧବାର ରାତିରେ ନୟାଗଡ଼ ସ୍ଥିତ ରହୁଥିବା ଭଡାଘରକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା ।
ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ । ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ବେଡ଼୍ ରେ ପଡ଼ିରହିଛି l
ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରି ରଖିଛି l ଆଜି ସାଇଣ୍ଟିଫିକ ଟିମ୍ ଆସିବା ପରେ ମୃତଦେହ ବାହାର କରାଯିବ ବୋଲି ଥାନାଅଧିକାରୀ ସୂଚନା ଦେଇଛନ୍ତି । ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହା ସୋମବାରର ଘଟଣା ବୋଲି ପୋଲିସ ଅନୁମାନ କରୁଛି ।