ବଢ଼ିଲା ଆଳୁ ସଙ୍କଟ, ବଜାରରେ ୫୦ ଛୁଇଁଲାଣି ଦର

ଭୁବନେଶ୍ଵର: ବଢ଼ିଲା ଆଳୁ ସଙ୍କଟ, ବଢ଼ିଲା ଆଳୁ ଦର। ଖାଉଟି ଅସନ୍ତୋଷ। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଓଡ଼ିଶାରେ ଗୋଦାମରେ ଆଉ ନାହିଁ ଷ୍ଟକ୍। ଯେତିକି ଆଳୁ ବଢ଼ିଛି ତିନି ଦିନ ଯିବ। ଏପଟେ ଏକ ନମ୍ବର ହାଟକୁ ଛାଡ଼ିଲେ ଲୋକାଲ ମାର୍କେଟରେ ଆଳୁ କିଲୋ ୫୦ ଛୁଇଁଲାଣି। ତେବେ ସରକାର ଏବେ ପଶ୍ଚିମବଙ୍ଗରୁ ଆଳୁ ମାଗିବେନି ବୋଲି ସ୍ପଷ୍ଟ କହିବା ପରେ ବଢ଼ିବାରେ ଲାଗିଛି ଅଡ଼ୁଆ। ପଶ୍ଚିମବଙ୍ଗ ସରକାର ଆଳୁ ଉପରେ କଟକଣା ଲାଗୁ କରିବା ପରେ ଓଡ଼ିଶାରେ ସୃଷ୍ଟି ହୋଇଛି ଏଭଳି ସମସ୍ୟା।ଓଡ଼ିଶାରେ ଦିନକୁ ୩ ଶହ ଟନ ଆଳୁ ଆବଶ୍ୟକ। କିନ୍ତୁ ବର୍ତ୍ତମାନ ଦିନକୁ ୧୫୦ ଟନ ଆସୁଛି। ଯେତିକି ଆଳୁ ଅଛି ସାତ ଦିନ ଯିବ ନାହିଁ। ତେଣୁ ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ସମସ୍ୟା ବଢ଼ିବ। ବର୍ତ୍ତମାନ ଭୁବନେଶ୍ବର ୧ ନମ୍ବର ହାଟରେ ଆଳୁ କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି ହେଉଛି। ହେଲେ ବାହାରେ ଆଳୁ ଛୁଇଁଲାଣି ୫୦ ଟଙ୍କା।ଉତ୍ତର ପ୍ରଦେଶରୁ ଆଳୁ ଆସୁଛି। ଉତ୍ତର ପ୍ରଦେଶ ଆଳୁର ଚାହିଦା ନଥିବାବେଳେ ଆବଶ୍ୟକତାକୁ ମେଣ୍ଟାଇପାରିବ ନାହିଁ। କାରଣ ଉତ୍ତର ପ୍ରଦେଶରୁ ଆଳୁ ଆସିବାକୁ ଲାଗୁଛି ୪ ଦିନ। ତେଣୁ କିଛି ନଷ୍ଟ ହେଉଛି। ସେପଟେ  ଖାଉଟିଙ୍କ ମଧ୍ୟରେ ବଢିଲାଣି ଅସନ୍ତୋଷ।Also read: ରାଜ୍ୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବସେପଟେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗକୁ ଆଉ ଆ

ବଢ଼ିଲା ଆଳୁ ସଙ୍କଟ, ବଜାରରେ ୫୦ ଛୁଇଁଲାଣି ଦର

ଭୁବନେଶ୍ଵର: ବଢ଼ିଲା ଆଳୁ ସଙ୍କଟ, ବଢ଼ିଲା ଆଳୁ ଦର। ଖାଉଟି ଅସନ୍ତୋଷ। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଓଡ଼ିଶାରେ ଗୋଦାମରେ ଆଉ ନାହିଁ ଷ୍ଟକ୍। ଯେତିକି ଆଳୁ ବଢ଼ିଛି ତିନି ଦିନ ଯିବ। ଏପଟେ ଏକ ନମ୍ବର ହାଟକୁ ଛାଡ଼ିଲେ ଲୋକାଲ ମାର୍କେଟରେ ଆଳୁ କିଲୋ ୫୦ ଛୁଇଁଲାଣି। ତେବେ ସରକାର ଏବେ ପଶ୍ଚିମବଙ୍ଗରୁ ଆଳୁ ମାଗିବେନି ବୋଲି ସ୍ପଷ୍ଟ କହିବା ପରେ ବଢ଼ିବାରେ ଲାଗିଛି ଅଡ଼ୁଆ। 

ପଶ୍ଚିମବଙ୍ଗ ସରକାର ଆଳୁ ଉପରେ କଟକଣା ଲାଗୁ କରିବା ପରେ ଓଡ଼ିଶାରେ ସୃଷ୍ଟି ହୋଇଛି ଏଭଳି ସମସ୍ୟା।ଓଡ଼ିଶାରେ ଦିନକୁ ୩ ଶହ ଟନ ଆଳୁ ଆବଶ୍ୟକ। କିନ୍ତୁ ବର୍ତ୍ତମାନ ଦିନକୁ ୧୫୦ ଟନ ଆସୁଛି। ଯେତିକି ଆଳୁ ଅଛି ସାତ ଦିନ ଯିବ ନାହିଁ। ତେଣୁ ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ସମସ୍ୟା ବଢ଼ିବ। ବର୍ତ୍ତମାନ ଭୁବନେଶ୍ବର ୧ ନମ୍ବର ହାଟରେ ଆଳୁ କିଲୋଗ୍ରାମ ପିଛା ୩୫ ଟଙ୍କାରେ ବିକ୍ରି ହେଉଛି। ହେଲେ ବାହାରେ ଆଳୁ ଛୁଇଁଲାଣି ୫୦ ଟଙ୍କା।ଉତ୍ତର ପ୍ରଦେଶରୁ ଆଳୁ ଆସୁଛି। ଉତ୍ତର ପ୍ରଦେଶ ଆଳୁର ଚାହିଦା ନଥିବାବେଳେ ଆବଶ୍ୟକତାକୁ ମେଣ୍ଟାଇପାରିବ ନାହିଁ। କାରଣ ଉତ୍ତର ପ୍ରଦେଶରୁ ଆଳୁ ଆସିବାକୁ ଲାଗୁଛି ୪ ଦିନ। ତେଣୁ କିଛି ନଷ୍ଟ ହେଉଛି। ସେପଟେ  ଖାଉଟିଙ୍କ ମଧ୍ୟରେ ବଢିଲାଣି ଅସନ୍ତୋଷ।

Also read: ରାଜ୍ୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ

ସେପଟେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଉପରେ ରାଜ୍ୟ ସରକାର ଆଉ ନିର୍ଭରଶୀଳ ହେବେ ନାହିଁ। ଯଦି ପଶ୍ଚିମବଙ୍ଗ ନିଜଆଡୁ ଆଳୁ ପଠାଏ ସରକାର ରଖିବେ।ତେବେ ଓଡ଼ିଶାରେ ଆଳୁ ସଙ୍କଟ ନାହିଁ। ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି। ଆବଶ୍ୟକ ଅନୁସାରେ ଆଳୁ ମହଜୁଦ ଅଛି।ପଞ୍ଜାବ ସରକାରଙ୍କ ସହ ବି ସରକାର ଯୋଗାଯୋଗରେ ଅଛନ୍ତି। ଦର ବୃଦ୍ଧି ହେଲେ ଚଢ଼ାଉ ହେବ। ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସ୍ବାବଲମ୍ବୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଗୋଟିଏ ପଟେ ବ୍ୟବସାୟୀ କହୁଛନ୍ତି ଆଳୁ ନାହିଁ।ବଜାରରେ ଦର ବି ଛୁଇଁଲାଣି ୫୦ ଟଙ୍କା।ହେଲେ ଖାଉଟିଙ୍କ ଦୁର୍ଦ୍ଦଶାକୁ ନେଇ କାହାର ଚିନ୍ତା ନାହିଁ।