ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡିଲା ବସ୍

ସୋନପୁର ୨୨।୧୨ : ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡିଲା ବସ୍‌ । ସୋନପୁର ଜିଲ୍ଲା କୋଟସମଲାଇ ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଗଡିଛି ନୂତନ ବସ୍‌ । ବିରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଓଏସ୍‌ଆର୍‌ଟିସି ତରଫରୁ ଏହି ବସ୍‌ ଚଳାଚଳ କରିବ ।ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହିତ ଅନ୍ୟତନ ଅତିଥି ଭାବରେ ଆଞ୍ଚଳିକ ପରିବହନ ଅଧିକାରୀ ଅଜୟ କୁମାର ଜେନା, ଓଏସ୍‌ଆରଟିସି ଜିଲ୍ଲା ମ୍ୟାନେଜର ଜୟଶ୍ରୀ ସାମିଲ ହୋଇଥିଲେ । ଅତିଥିମାନେ ପତାକା ଦେଖାଇ ବସ୍‌ ସେବାର ଶୁଭାରମ୍ଭ କରିଥିଲେ । ବସ୍‌ଟି ପାତାଳି ଶ୍ରୀକ୍ଷେତ୍ରରୁ ବାହାରି ଯାଲୋଏ, କଳାପଥର ଦେଇ ବୀରମହାରାଜପୁର, କଦଳିଗଡ଼, ବୌଦ୍ଧ, ଦଶପଲ୍ଲୀ, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର ଦେଇ ପୁରୀକୁ ପ୍ରତିଦିନି ଯିବାଆସିବା କରିବ । ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ପୂର୍ବରୁ ଏକ ସରକାରୀ ବସ୍‌ ଚଳାଚଳ କରୁଥିଲା । ହେଲେ ଦୀର୍ଘ ଦିନ ହେବ ବନ୍ଦ ହୋଇଥିଲା । ଏବେ ଏହି ବସ୍‌ ସେବାକୁ ପୁଣି ଥରେ ଆରମ୍ଭ କରାଯାଇଛି । ଯାହାଦ୍ୱାରା ଲୋକେ ବେଶ୍‌ ଖୁସି ଥିବା ଜଣାପଡିଛି । 

ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡିଲା ବସ୍

ସୋନପୁର ୨୨।୧୨ : ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଡିଲା ବସ୍‌ । ସୋନପୁର ଜିଲ୍ଲା କୋଟସମଲାଇ ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଗଡିଛି ନୂତନ ବସ୍‌ । ବିରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଓଏସ୍‌ଆର୍‌ଟିସି ତରଫରୁ ଏହି ବସ୍‌ ଚଳାଚଳ କରିବ ।

ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହିତ ଅନ୍ୟତନ ଅତିଥି ଭାବରେ ଆଞ୍ଚଳିକ ପରିବହନ ଅଧିକାରୀ ଅଜୟ କୁମାର ଜେନା, ଓଏସ୍‌ଆରଟିସି ଜିଲ୍ଲା ମ୍ୟାନେଜର ଜୟଶ୍ରୀ ସାମିଲ ହୋଇଥିଲେ । ଅତିଥିମାନେ ପତାକା ଦେଖାଇ ବସ୍‌ ସେବାର ଶୁଭାରମ୍ଭ କରିଥିଲେ । ବସ୍‌ଟି ପାତାଳି ଶ୍ରୀକ୍ଷେତ୍ରରୁ ବାହାରି ଯାଲୋଏ, କଳାପଥର ଦେଇ ବୀରମହାରାଜପୁର, କଦଳିଗଡ଼, ବୌଦ୍ଧ, ଦଶପଲ୍ଲୀ, ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର ଦେଇ ପୁରୀକୁ ପ୍ରତିଦିନି ଯିବାଆସିବା କରିବ । ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ପୂର୍ବରୁ ଏକ ସରକାରୀ ବସ୍‌ ଚଳାଚଳ କରୁଥିଲା । ହେଲେ ଦୀର୍ଘ ଦିନ ହେବ ବନ୍ଦ ହୋଇଥିଲା । ଏବେ ଏହି ବସ୍‌ ସେବାକୁ ପୁଣି ଥରେ ଆରମ୍ଭ କରାଯାଇଛି । ଯାହାଦ୍ୱାରା ଲୋକେ ବେଶ୍‌ ଖୁସି ଥିବା ଜଣାପଡିଛି ।