ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତ୍‌ ପ୍ରଭା ଜେନା ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡିଛନ୍ତି। ଉକ୍ତ କଲେଜର ସହକାରୀ ଲାଇବ୍ରାରିୟନ ଧିରଜ ବଡ଼ଜେନାଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରି ନେଇଥିଲା। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରାଯାଇଛି। ଏପରିକି ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଭିଜିଲାନ୍ସ ଟିମ୍‌ […] The post ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା appeared first on Dharitri Odia News.

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା କେରଙ୍ଗ କଲେଜ ଅଧ୍ୟକ୍ଷା ବିଦ୍ୟୁତ୍‌ ପ୍ରଭା ଜେନା ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡିଛନ୍ତି। ଉକ୍ତ କଲେଜର ସହକାରୀ ଲାଇବ୍ରାରିୟନ ଧିରଜ ବଡ଼ଜେନାଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରି ନେଇଥିଲା। ତାଙ୍କଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରାଯାଇଛି। ଏପରିକି ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଭିଜିଲାନ୍ସ ଟିମ୍‌ ତାଙ୍କୁ ଭୁବନେଶ୍ବର କାର୍ଯ୍ୟାଳୟକୁ ଆଣି ଅଧିକ ପଚରାଉଚରା କରୁଛି।

ଧିରଜଙ୍କ ସ୍ତ୍ରୀ ଦିପ୍ତିରାଣୀଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ତାଙ୍କୁ ଧରିବାନେଇ ଜାଲ ବିଛାଇଥିଲା। ଶୁକ୍ରବାର ଅପରାହ୍ନରେ କଲେଜ ଅଧ୍ୟକ୍ଷା ବିଦ୍ୟୁତ୍‌ ପ୍ରଭା ଗୁରୁଜଙ୍ଗସ୍ଥିତ ବାସଭବନରେ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଧରିଥିଲା।

ମିଳିଥିବା ସୂଚନା ମୁତାବକ, କଲେଜ ଅଧ୍ୟକ୍ଷା ଜେନା ସହକାରୀ ଲାଇବ୍ରାରିୟନ ଧିରଜଙ୍କ ଏରିଅର ଟଙ୍କା ପାଇଁ ପ୍ରଥମେ ତାଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପରବର୍ତ୍ତୀ ସମୟରେ ୮୦ ହଜାର ଟଙ୍କା ଦେବାକୁ କହିଥିଲେ। ହେଲେ ୫୦ ହଜାର ଟଙ୍କା ଦେବାକୁ ଫାଇନାଲ ହୋଇଥିଲା। ଏନେଇ ଧିରଜଙ୍କ ସ୍ତ୍ରୀ ଦିପ୍ତିରାଣିଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଖୋର୍ଦ୍ଧା, ଭୁବନେଶ୍ୱର ଭିଜିଲାନ୍ସ ମିଳିତ ଟିମ୍‌ ଚଡ଼ାଉ କରିଥିଲେ। ଭିଜିଲାନ୍ସ ଡିଏସ୍‌ପି ବ୍ରଜ କିଶୋର ଜେନାଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।

The post ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଲେଜ ଅଧ୍ୟକ୍ଷା appeared first on Dharitri Odia News.