ଆଜି ବଡ଼ ସୂଚନା ଦେବେ ନିର୍ବାଚନ ଆୟୋଗ, ହେବ କି ତାରିଖ ଘୋଷଣା
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଦାତା ସମ୍ମିଳନୀ ବୁଧବାର ଜମ୍ମୁରେ ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଏହା ଶେଷ ଗସ୍ତ। ଅପରାହ୍ନ ୪.୩୦ରେ ଆୟୋଜିତ ହେବାକୁ ଥିବା ନିର୍ବାଚନ ଆୟୋଗଙ୍କ ଖବରଦାତା ସମ୍ମିଳନୀ ଦୁଇଟି କାରଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରଥମଟି ନିର୍ବାଚନ […] The post ଆଜି ବଡ଼ ସୂଚନା ଦେବେ ନିର୍ବାଚନ ଆୟୋଗ, ହେବ କି ତାରିଖ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଦାତା ସମ୍ମିଳନୀ ବୁଧବାର ଜମ୍ମୁରେ ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଏହା ଶେଷ ଗସ୍ତ।
ଅପରାହ୍ନ ୪.୩୦ରେ ଆୟୋଜିତ ହେବାକୁ ଥିବା ନିର୍ବାଚନ ଆୟୋଗଙ୍କ ଖବରଦାତା ସମ୍ମିଳନୀ ଦୁଇଟି କାରଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରଥମଟି ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ହଠାତ୍ ଇସ୍ତଫା ପରେ ପ୍ରଥମ ଥର ପାଇଁ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଉଛି। ଏଭଳି ପରିସ୍ଥିତିରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଅରୁଣ ଗୋୟଲଙ୍କ ଇସ୍ତଫା ସମ୍ପର୍କରେ ପ୍ରଶ୍ନ ପଚରାଯିବାର ସମ୍ଭାବନା ରହିଛି।
ଦ୍ୱିତୀୟତଃ ଲୋକ ସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତି ପାଇଁ ଜମ୍ମୁ ଗସ୍ତ କରିଛନ୍ତି। ଯଦିଓ ସ୍ପଷ୍ଟ ନୁହେଁ, ତେବେ ଖବରଦାତା ସମ୍ମିଳନୀରେ କିଛି ସୂଚନା ମିଳିବ ଯେ ଜମ୍ମୁ କଶ୍ମୀରରେ ଲୋକ ସଭା ନିର୍ବାଚନ ସହିତ ରାଜ୍ୟର ବିଧାନସଭା ନିର୍ବାଚନ ହେବ କି ନାହିଁ।
The post ଆଜି ବଡ଼ ସୂଚନା ଦେବେ ନିର୍ବାଚନ ଆୟୋଗ, ହେବ କି ତାରିଖ ଘୋଷଣା appeared first on Dharitri Odia News.