ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ଲାପ୍‌ଟପ୍; ଏତିକି କୋଟି ଟଙ୍କା ବ୍ୟୟବରାଦର କଲେ ସରକାର

ଭୁବନେଶ୍ୱର,୨୫।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫ ଶହ ୩୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍ ବିତରଣ କରିବା ପାଇଁ “ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ” ଯୋଜନା ଅଧୀନରେ ୫୪ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ଏଥିସହିତ ”ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା” ମାଧ୍ୟମରେ ଯୋଗ୍ୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଓ ବୃଭିଗତ ପାଠ୍ୟକ୍ରମ ନିମିତ୍ତ […] The post ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ଲାପ୍‌ଟପ୍; ଏତିକି କୋଟି ଟଙ୍କା ବ୍ୟୟବରାଦର କଲେ ସରକାର appeared first on Dharitri Odia News.

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ଲାପ୍‌ଟପ୍; ଏତିକି କୋଟି ଟଙ୍କା ବ୍ୟୟବରାଦର କଲେ ସରକାର

ଭୁବନେଶ୍ୱର,୨୫।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫ ଶହ ୩୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍ ବିତରଣ କରିବା ପାଇଁ “ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ” ଯୋଜନା ଅଧୀନରେ ୫୪ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି।

ଏଥିସହିତ ”ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା” ମାଧ୍ୟମରେ ଯୋଗ୍ୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଓ ବୃଭିଗତ ପାଠ୍ୟକ୍ରମ ନିମିତ୍ତ ଛାତ୍ରବୃତ୍ତି ପ୍ରଦାନ ପାଇଁ ୭ ଶହ ୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଏଥିସହିତ ଓଡ଼ିଶା ସରକାର ପ୍ରଥମ ଥର ପାଇଁ “ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା” (PM USHA) ପ୍ରଚଳନ କରୁଛନ୍ତି, ଯେଉଁଥିରେ ଉଚ୍ଚଶିକ୍ଷାରେ ସମାନତା, ଉପଲବ୍ଧତା ଏବଂ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦:୪୦ ଅନୁପାତରେ ପାଣ୍ଠି ସହାୟତାରେ, ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବୀକୃତି, ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ଭିଭିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ । ଏହି ଯୋଜନା ପାଇଁ ୧ ଶହ ୫୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଅଛି।

ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏକାଡେମିକ, ପ୍ରଶାସନିକ, ପାଠାଗାର, ହଷ୍ଟେଲ କୋଠା ନିର୍ମାଣ ତଥା ଭିଭିଭୂମି ବିକାଶ ପାଇଁ ୨୦୨୪-୨୫ ବଜେଟରେ ୩ ଶହ ୨୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି।

ସେହିଭଳି ଆମ ସରକାର ଆଦିବାସୀ ଭାଷାର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ “ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ-ବିଶ୍ୱବିଦ୍ୟାଳୟ” ଯୋଜନା ଅଧୀନରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୬ ଟି ଭାଷା ଗବେଷଣାଗାର ସ୍ଥାପନ କରିବେ। ଏତଦ୍‌ବ୍ୟତୀତ, ବିଦେଶୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଡକ୍ଟରେଟ୍ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ “ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି” ଯୋଜନା ମାଧ୍ୟମରେ ପ୍ରତିବର୍ଷ ୩୦ ଜଣ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ଛାତ୍ରବୃରି ପ୍ରଦାନ କରାଯିବ ।

ତେବେ ଶିକ୍ଷାପ୍ରାପ୍ତି ପରେ ଆମର ଯୁବପିଢ଼ିଙ୍କୁ ଭବିଷ୍ୟତର ଦକ୍ଷତା ସହ ରୋଜଗାରକ୍ଷମ କରିବା ଏବଂ ଶିଳ୍ପର ଚାହିଦା ପୂରଣ ପାଇଁ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବାର ଚୈତ ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ପାଇଁ ବ୍ୟୟବରାଦକୁ ୬୦ ପ୍ରତିଶ କରି ୧ ହଜାର ୫ ଶହ ୮୩ କୋଟି ଟଙ୍କା ପ୍ରସ୍ତାବ ଦେଉଛି, ଯେଉଁଥିରେ । ୨ ବ୍ୟୟ ପାଇଁ ୧ ହଜାର ୫୦ କୋଟି ଟଙ୍କା ଅନ୍ତର୍ଭୁକ୍ତ କରିଛନ୍ତି ସରକାର ।

 

The post ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ଲାପ୍‌ଟପ୍; ଏତିକି କୋଟି ଟଙ୍କା ବ୍ୟୟବରାଦର କଲେ ସରକାର appeared first on Dharitri Odia News.