ଆଦିବାସୀ ଗାଁରେ ମିଳୁନି ପିଇବା ପାଣି: ଦେଢ ବର୍ଷ ହେଲା କାର୍ଯ୍ୟକ୍ଷେମ ହୋଇନି ଦେଢ କୋଟିର ଜଳ ଯୋଗାଣ ପ୍ରକଳ୍ପ
କନକ ବ୍ୟୁରୋ: ଘର ପାଖରେ ମିଳିବ ପିଇବା ପାଣି। ସେଥିପାଇଁ ବସୁଧା ଯୋଜନା ମାଧ୍ୟମରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଠିକାଦରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅସମ୍ପୁର୍ଣ୍ଣ ହୋଇ ପଡ଼ିରହୁଛି। ବର୍ଷବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଗ୍ରାମବାସୀ। ପୋଖରି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବିପଦପୂର୍ଣ୍ଣ ରାଜପଥ ପାର ହୋଇ ଘରୋଇ ନଳକୂପକୁ ପାଣି ପାଇଁ ଯିବାକୁ ପଡୁଛି । ଗାଁ ପାଖରେ ଠିଆ ହୋଇଛି ୫୦ ହଜାର କ୍ଷମତା ବିଶିଷ୍ଟ ପାଣିଟାଙ୍କି। ଲୋକଙ୍କ ଘର ପାଖକୁ ପାଇପ୍ ଲମ୍ବିଛି। କିନ୍ତୁ ପାଣି ଟାଙ୍କିକୁ ସଂଯୋଗ ହୋଇନାହି। ତେଣୁ ନିର୍ମାଣର ଦେଢ଼ ବର୍ଷ ପରେ ବି ଗ୍ରାମାବାସୀଙ୍କ ଶୋଷ ମେଂଟୁନି। ଦୈନଦିନ ବ୍ୟବହାର ପାଇଁ ପୋଖରୀ ଉପରେ ନିର୍ଭର କରିବାକୁ ପଡୁଛି। ଦଳଭର୍ତି ପୋଖରି ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଜଳେଶ୍ୱର ନିର୍ବାଚନ ମଣ୍ଡଳିର ଭେଲୋରା ପଞ୍ଚାୟତ ବାଙ୍କସାହିରୁ। ଆଦିବାସୀ ବହୁଳ ଗାଁରେ ପାନିୟ ଜଳର କୌଣସି ବ୍ୟବସ୍ଥା ନଥିବାରୁ ଜଳେଶ୍ୱର ଗ୍ରାମ୍ୟ ଜଳ ପରିମଳ ବିଭାଗ ପକ୍ଷରୁ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ଦେଢ କୋଟି ଟଙ୍କାରେ ପାଣିଟାଙ୍କି ତିଆରି କରାଯାଇଛି। କିନ୍ତୁ ପାଣି ଆସୁନି । ଫଳରେ ପିଇବା ପାଣି ପାଇଁ ଗାଁର ମହିଳାମାନେ ଗରା ବଲଟି ଧରି ବିପଦପୂର୍ଣ୍ଣ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥାନ୍ତି। କିଛି ଲୋକଙ୍କ ଘରୋଇ ନଳକୂପରୁ ପାଣ

କନକ ବ୍ୟୁରୋ: ଘର ପାଖରେ ମିଳିବ ପିଇବା ପାଣି। ସେଥିପାଇଁ ବସୁଧା ଯୋଜନା ମାଧ୍ୟମରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଠିକାଦରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅସମ୍ପୁର୍ଣ୍ଣ ହୋଇ ପଡ଼ିରହୁଛି। ବର୍ଷବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଗ୍ରାମବାସୀ। ପୋଖରି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବିପଦପୂର୍ଣ୍ଣ ରାଜପଥ ପାର ହୋଇ ଘରୋଇ ନଳକୂପକୁ ପାଣି ପାଇଁ ଯିବାକୁ ପଡୁଛି ।
ଗାଁ ପାଖରେ ଠିଆ ହୋଇଛି ୫୦ ହଜାର କ୍ଷମତା ବିଶିଷ୍ଟ ପାଣିଟାଙ୍କି। ଲୋକଙ୍କ ଘର ପାଖକୁ ପାଇପ୍ ଲମ୍ବିଛି। କିନ୍ତୁ ପାଣି ଟାଙ୍କିକୁ ସଂଯୋଗ ହୋଇନାହି। ତେଣୁ ନିର୍ମାଣର ଦେଢ଼ ବର୍ଷ ପରେ ବି ଗ୍ରାମାବାସୀଙ୍କ ଶୋଷ ମେଂଟୁନି। ଦୈନଦିନ ବ୍ୟବହାର ପାଇଁ ପୋଖରୀ ଉପରେ ନିର୍ଭର କରିବାକୁ ପଡୁଛି। ଦଳଭର୍ତି ପୋଖରି ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଜଳେଶ୍ୱର ନିର୍ବାଚନ ମଣ୍ଡଳିର ଭେଲୋରା ପଞ୍ଚାୟତ ବାଙ୍କସାହିରୁ।
ଆଦିବାସୀ ବହୁଳ ଗାଁରେ ପାନିୟ ଜଳର କୌଣସି ବ୍ୟବସ୍ଥା ନଥିବାରୁ ଜଳେଶ୍ୱର ଗ୍ରାମ୍ୟ ଜଳ ପରିମଳ ବିଭାଗ ପକ୍ଷରୁ ଜଳ ଯୋଗାଣ ପ୍ରକଳ୍ପ ହୋଇଛି। ଦେଢ କୋଟି ଟଙ୍କାରେ ପାଣିଟାଙ୍କି ତିଆରି କରାଯାଇଛି। କିନ୍ତୁ ପାଣି ଆସୁନି । ଫଳରେ ପିଇବା ପାଣି ପାଇଁ ଗାଁର ମହିଳାମାନେ ଗରା ବଲଟି ଧରି ବିପଦପୂର୍ଣ୍ଣ ୬୦ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥାନ୍ତି। କିଛି ଲୋକଙ୍କ ଘରୋଇ ନଳକୂପରୁ ପାଣି ଆଣିଥାନ୍ତି। ସେଥିପାଇଁ ଅନେକ ସମୟରେ ବାଦବିବାଦ ମଧ୍ୟ ଦେଖିବାକୁ ମିଳିଛି।
ଗାଁ ସମସ୍ୟାକୁ ନେଇ ନିର୍ବଚନ ପୂର୍ବରୁ ତାତିଥିଲେ ଗ୍ରାମବାସୀ । ରାସ୍ତା ଓ ପାଣି ବ୍ୟବସ୍ଥା ନକଲେ ଭୋଟ କେନ୍ଦ୍ରକୁ ଯିବେ ନାହିଁ ବୋଦି ଜିଦ ଧରିଥିଲେ। ନିର୍ବାଚନର ମାସେ ଭିତରେ ପାଣି ବ୍ୟବସ୍ଥା କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ ରାଜନେତା। ଏହାରି ଭିତରେ ୭ ମାସ ହେଲାଣି ନୂଆ ସରକାର ଆସିଲେଣି, କିନ୍ତୁ ଦିନେ ରାଜନେତା କି ପ୍ରଶାସନିକ ଅଧିକାରୀ ଆସିନାହାନ୍ତି କି ପାଣିର ବ୍ୟବସ୍ଥା କରିନାହାନ୍ତି।